ଓଡିଶା

odisha

ETV Bharat / international

ଆଶ୍ଚର୍ଯ୍ୟ, ଶିଶୁକୁ ଗିଳି ଜିଅନ୍ତା ଓଗାଳିଲା ଜଳହସ୍ତୀ

ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏକ ହିପ୍ପୋ ଦୁଇ ବର୍ଷୀୟ ଶିଶୁକୁ ଗିଳିଦେଇ ପୁଣି ଜୀବନ୍ତ ବାନ୍ତି କରିଛି । ଅଧିକ ପଢ଼ନ୍ତୁ

hippopotamus attack on child
ଦୁଇ ବର୍ଷୀୟ ଶିଶୁକୁ ଗିଳିଜଳହସ୍ତୀ

By

Published : Dec 18, 2022, 10:25 AM IST

କାମ୍ପାଲା:କଥାରେ ଅଛି ରଖେ ହରି ତ ମାରେ କିଏ ? ଏହି ଉକ୍ତିର ତାଜା ଉଦାହରଣ ଦେଖିବାକୁ ମିଳିଛି ଆଫ୍ରିକୀୟ ଦେଶ ଉଗାଣ୍ଡାରେ । ଏକ ଜଳହସ୍ତୀ ଜଣେ ଦୁଇ ବର୍ଷୀୟ ଶିଶୁକୁ ଗିଳିଦେଲା ଏବଂ ଏହାର କିଛି ସମୟ ପରେ ଶିଶୁଟି ଜଳହସ୍ତୀ ପାଟିରୁ ଜୀବନ୍ତ ଉଦ୍ଧାର ହେଲା । ଏହି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।

ଏକ ରିପୋର୍ଟ ଅନୁଯାୟୀ, ପଲ ନାମକ ଜଣେ ଦୁଇ ବର୍ଷୀୟ ଶିଶୁ ଉଗାଣ୍ଡାର ଏଡୱାର୍ଡ ହ୍ରଦ ନିକଟରେ ଖେଳୁଥିଲା । ହଠାତ ଏକ ଜଳହସ୍ତୀ ପଲଙ୍କୁ ଗିଳିଦେଇଥିଲା । ଏହି ସମୟରେ ସ୍ଥାନୀୟ ଲୋକେ ଏଭଳି ଭୟଙ୍କର ଦୃଶ୍ୟ ଦେଖି ଶିଶୁର ଜୀବନ ବଞ୍ଚାଇବାକୁ ଯାଇ ଜଳହସ୍ତୀ ଉପରରୁ ପଥର ଫିଙ୍ଗିଥିଲେ । ଏହାପରେ ଜଳହସ୍ତୀଟି କୂଳକୁ ଚାଲିଯାଉଥିଲା । ପୁନଃ ଲୋକେ ତା’ ଉପରକୁ ପଥର ଫିଙ୍ଗିଥିଲେ । ଏଥିରେ ବିବ୍ରତ ହୋଇ ଜଳହସ୍ତୀ ତା ପାଟିରୁ ଓଗାଳି ଦେଇଥିଲା । ଯେଉଁଥିରେ ଶିଶୁଟି ଜୀବନ୍ତ ଉଦ୍ଧାର ହୋଇଛି । ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଶିଶୁଟିକ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାକୁ ଟିକା ଦିଆଯାଇଥିଲା ବର୍ତ୍ତମାନ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି । ଏହି ଘଟଣା ନେଇ ଉଗାଣ୍ଡା ପୋଲିସ ସ୍ଥାନୀୟ ଲୋକଙ୍କ ସାହାସିକତାକୁ ପ୍ରଶଂସା କରିଛି । ଜଳହସ୍ତୀ ଉପରକୁ ପଥର ପିଙ୍ଗିବା ଯୋଗୁଁ ସେ ଭୟଭିତ ହୋଇ ପାଟିରୁ ଶିଶୁକୁ ଓଗାଳି ଦେଇଥିଲା ।

ABOUT THE AUTHOR

...view details