ଓଡିଶା

odisha

ETV Bharat / international

ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଆମେରିକାରେ ଉତ୍ସାହ, ପ୍ରବାସୀ ଘରେ ଜାଳିବେ ଦୀପ - Uttar Pradesh

USA celebrate ram mandir inauguration: ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଆମେରିକାରେ ହିନ୍ଦୁ ସମୁଦାୟଙ୍କ ମଧ୍ୟରେ ଉତ୍ସାହ । ନିଜ ଘରେ ପାଞ୍ଚଟି ଦୀପ ଜଳାଇ କରିବେ ଉତ୍ସବ ପାଳନ । ଅଧିକ ପଢନ୍ତୁ

ରାମମନ୍ଦିର ପ୍ରତିଷ୍ଠାକୁ ନେଇ ହିନ୍ଦୁ ଆମେରିକୀୟ ଉତ୍ସାହିତ
ରାମମନ୍ଦିର ପ୍ରତିଷ୍ଠାକୁ ନେଇ ହିନ୍ଦୁ ଆମେରିକୀୟ ଉତ୍ସାହିତ

By ETV Bharat Odisha Team

Published : Dec 14, 2023, 4:05 PM IST

ୱାଶିଂଟନ: ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ଉଦଘାଟିତ ହେବ ବହୁପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିର । ଏହାକୁ ନେଇ ଭାରତ ସମେତ ସମ୍ପୂର୍ଣ୍ଣ ବିଶ୍ବ ଉତ୍କଣ୍ଠାର ସହିତ ଅନେଇ ବସିଛି । ଏହି କ୍ରମରେ ଆମେରିକାରେ ରହୁଥିବା ହିନ୍ଦୁ ସମୁଦାୟ ଆସନ୍ତା ଜାନୁଆରୀ ମାସ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ନିଜ ଘରେ ପାଞ୍ଚଟି ଦୀପ ଜଳାଇ ଉତ୍ସବ ପାଳନ କରିବାର ଯୋଜନା କରିଛନ୍ତି । ଆମେରିକାରେ ରହୁଥିବା ହିନ୍ଦୁ ସମୁଦାୟ ତରଫରୁ ଏହି ଅବସରରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସ୍ଥିର କରାଯାଇଛି । ଏଥିରେ ବିଭିନ୍ନ ସହରରେ କାର ରାଲି ବାହାରିବା, ପ୍ରତିଷ୍ଠା ଦିବସର ଭବ୍ୟ ସମାରୋହର ସିଧାପ୍ରସାରଣ ତଥା ସାମୁଦାୟିକ ସଭା ଆଦି ସାମିଲ ରହିଛି ।

ଚିକାଗୋରେ ହିନ୍ଦୁ ସମାଜର ନେତା ଭରତ ବରାଇ କହିଛନ୍ତି, ‘‘ଏହା ଆମ ସମସ୍ତଙ୍କ ପାଇଁ ଏକ ସ୍ବପ୍ନ ସତ ହେବା ଭଳି ଘଟଣା ଟିଏ । ଆମେ ଜୀବନରେ କେବେ ଭାବି ନ ଥିଲୁ ଯେ ଏ ଦିନ ଦେଖିପାରିବୁ ବୋଲି କିନ୍ତୁ ଆଜି ଏ କ୍ଷଣ ଆସିଛି । ରାମ ଜନ୍ମଭୂମି ଆନ୍ଦୋଳନରେ ହିନ୍ଦୁ ଆମେରିକୀୟମାନେ ବଡ ସଂଖ୍ୟାରେ ଭାଗ ନେଇଥିଲେ । ବର୍ତ୍ତମାନ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନର ଉତ୍ସବ ପାଳନ କରିବାର ମୁହୂର୍ତ୍ତ ଅଟେ ।’’ ଆସନ୍ତା ବର୍ଷ ଏହି ପ୍ରତିଷ୍ଠା ଦିବସ ସମାରୋହରେ ଭାଗ ନେବା ପାଇଁ ମନ୍ଦିର ଅଧିକାରୀ ମାନଙ୍କ ଦ୍ବାରା ନିମନ୍ତ୍ରିତ ହୋଇଥିବା ଅତିଥିଙ୍କ ମଧ୍ୟରେ ଡ.ବରାଇ ମଧ୍ୟ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ .... ରାମ ମନ୍ଦିରକୁ ନେଇ କଂଗ୍ରେସ ଟାର୍ଗେଟରେ ବିଜେପି

ବିଶ୍ବ ହିନ୍ଦୁ ପରିଷଦ ଅଫ ଆମେରିକା ଏହି ସମାରୋହରେ ୧୦୦୦ରୁ ଊର୍ଦ୍ଧ୍ବ ମନ୍ଦିର ଏବଂ ବ୍ୟକ୍ତି ମାନଙ୍କ ଭାଗିଦାରୀର ସୁବିଧା ନିମନ୍ତେ ଏକ ୱେବସାଇଟ ଲଞ୍ଚ କରିଛନ୍ତି । ଏହି ସଂସ୍ଥା ଏଠାରେ ହେଉଥିବା ସମାରୋହର ନେତୃତ୍ବ ନେଉଛି । ଏହି ଅବସରରେ ବିଶ୍ବ ହିନ୍ଦୁ ପରିଷଦ ଅଫ ଆମେରିକା ସମସ୍ତ ହିନ୍ଦୁ ଆମେରିକୀୟଙ୍କୁ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଉତ୍ସବ ମନେଇବାକୁ ନିଜ ଘରେ ଅତିକମରେ ୫ଟି ଦୀପ ଜଳାଇବାକୁ ଆହ୍ବାନ କରିଛି । ହିନ୍ଦୁ ଆମେରିକୀୟମାନଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ରହିଛି ଏବଂ ବହୁତ ସଂଖ୍ୟକ ଭାରତୀୟ ଆମେରିକୀୟ ଏହି ଐତିହାସିକ ସମାରୋହରେ ଅଂଶଗ୍ରହଣ କରିବାକୁ ଅଯୋଧ୍ୟା ଯିବାକୁ ଚାହୁଁଛନ୍ତି ବୋଲି ଏହି ସଂସ୍ଥା କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details