ଓଡିଶା

odisha

By

Published : May 22, 2023, 11:24 AM IST

ETV Bharat / international

ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନା ହେଲିକପ୍ଟର, 2 ପାଇଲଟ ମୃତ

ଆଫଗାନିସ୍ତାନରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ହେବାରୁ 2 ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Helicopter crash kills two pilots in Afghanista
Helicopter crash kills two pilots in Afghanista

କାବୁଲ:ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନା ହେଲିକପ୍ଟର । ଦୁଇ ଜଣ ପାଇଲଟଙ୍କର ମୃତ୍ୟୁ ହୋଇଥିବା ସୂଚନା । ଉତ୍ତର ସାମଙ୍ଗନ ପ୍ରଦେଶରେ ପାଟ୍ରୋଲିଂ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବାୟୁସେନାର ଏକ ହେଲିକପ୍ଟର । ଏନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ପ୍ରତିରକ୍ଷା ବିଭାଗ କହିଛି ଯେ, ସାମଙ୍ଗାନ ପ୍ରଦେଶର ଖୁଲମ ଜିଲ୍ଲାରେ ବାୟୁସେନାର ହେଲିକପ୍ଟର MD-530 ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ହାଇଭୋଲଟେଜ୍ ପାଓ୍ବାର ଲାଇନ ସହ ମୁହାଁମୁହିଁ ହେବାରୁ ବାୟୁସେନାର ହେଲିକପ୍ଟରରେ ଟେକ୍ନିକାଲ ସମସ୍ୟା ପରିଲଖିତ ହୋଇଥିଲା । ଫଳରେ ଦୁର୍ଘଟଣାଗସ୍ତ ହୋଇଥିଲା ସେନା ହେଲିକପ୍ଟର । ଏହାପୂର୍ବରୁ ସାମଙ୍ଗନ ପ୍ରଦେଶର ତାଲିବାନର ସୂଚନା ଓ ସଂସ୍କୃତି ବିଭାଗର ମୁଖ୍ୟ ଗଣମାଧ୍ୟମକୁ କହିଛନ୍ତି, ଖୁଲମ ଜିଲ୍ଲାରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏପରି ଘଟଣା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ଟେକ୍ନିକାଲ ଜନିତ ସମସ୍ୟା କାରଣରୁ ସେନା ହେଲିକପ୍ଟର ଦୁର୍ଘଟଣଗ୍ରସ୍ତ ହୋଇଛି । ବର୍ତ୍ତମାନ ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କର ମୃତ୍ୟୁ ହୋଇଛି ।

2021 ଅଗଷ୍ଟ ମାସରେ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧିନକୁ ଆଣିଥିଲା । ଏହ ପର ଠାରୁ କୌଣସି ନା କୌଣସି କାରଣରୁ ଅନେକ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଗତ ସେପ୍ଟେମ୍ବର 10, 2022 ରେ, ଆମେରିକାରେ ନିର୍ମିତ ବ୍ଲାକ୍ ହଓ୍ବକ ହେଲିକପ୍ଟର କାବୁଲରେ ବାୟୁସେନା ତାଲିମ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟରର ତିନି ଜଣ ଆଫଗାନିସ୍ତାନ କ୍ରୁ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା । ତାଲିବାନ ପାଖରେ କେତେ ସଂଖ୍ୟକ ଆମେରିକୀୟ ହେଲିକପ୍ଟର ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦୁଇ ବର୍ଷ ତଳେ ତାଲିବାନ ଆଫଗାନିସ୍ତାନରେ ଶାସନ ଆରମ୍ଭ କରିବା ପରେ ବହୁ ପାଇଲଟ ଦେଶ ଛାଡି ପଳାୟନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଷ୍ଟାଡିୟମରେ ଦଳାଚକଟା, ୯ ମୃତ ଏକାଧିକ ଆହତ

ଚଳିତ ବର୍ଷ ଆରମ୍ଭରୁ ନେପାଳରେ ଏକ ବଡ ବିମାନ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ନେପାଳ ରାଜଧାନୀ କାଠମାଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା ହୋଇଥିଲା । ଫଳରେ 72 ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ 53 ଜଣ ନେପାଳି, 5 ଜଣ ଭାରତୀୟ, 4 ଜଣ ଋଷୀୟ ନାଗରିକ, ଜଣେ ଆୟାରଲାଣ୍ଡ, 2 ଜଣ କୋରିଆନ, ଜଣେ ଆର୍ଜେଣ୍ଟିନା ଓ ଜଣେ ଫ୍ରାନ୍ସ ନାଗରିକ ଓ 2 ଶିଶୁ ରହିଥିଲେ । ପୋଖରା ଅନ୍ତର୍ଜାତୀୟ ବିମାନ ବନ୍ଦରରରେ ୟେତି ଏୟାରଲାଇନ୍ସ ବିମାନଟି ଅବତରଣ କରିବା ବେଳେ ରନଓ୍ବେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ABOUT THE AUTHOR

...view details