ଓଡିଶା

odisha

ETV Bharat / international

Hawaii Wildfire: ବେକାବୁ ହୱାଇ ଜଙ୍ଗଲ ନିଆଁ, ମୃତ୍ୟୁସଂଖ୍ୟା ୮୯କୁ ବୃଦ୍ଧି - ହୱାଇ ଦ୍ବୀପ ଜଙ୍ଗଲରେ ଅଗ୍ନିକାଣ୍ଡ

ହୱାଇ ଦ୍ବୀପରେ ଭୀଷଣ ଜଙ୍ଗଲ ନିଆଁରେ ମୃତ୍ୟୁସଂଖ୍ୟା ୮୯କୁ ବୃଦ୍ଧି । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

Hawaii Wildfire
Hawaii Wildfire

By

Published : Aug 13, 2023, 12:39 PM IST

ୱାଶିଂଟନ: ଆମେରିକାର ହୱାଇ ଦ୍ବୀପରେ ଜଙ୍ଗଲ ନିଆଁ ଦିନକୁ ଦିନ ଅତି ଭୟଙ୍କର ହେବାରେ ଲାଗିଛି । ନିଆଁରେ ଐହିହାସିକ ସହର ଲାହୈନା ଛାରଖାର୍ ହୋଇଯାଇଛି । ଜନବସତିକୁ ନିଆଁ ବ୍ୟାପିବା ଯୋଗୁଁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଭୀଷଣ ଅଗ୍ନିକାଣ୍ଡରେ ଏବେ ସୁଦ୍ଧା ୮୯ ଜଣଙ୍କ ମୃତ୍ୟୁ ହୋଇଛି । ହଜାରରୁ ଅଧିକ ଘର ଜଳି ପୋଡି ନଷ୍ଟ ହୋଇଯାଇ ଥିବା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି । ଗୋଟିଏ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ଆମେରିକାରେ ଏହା ସବୁଠୁ ମାରାତ୍ମକ ଅଗ୍ନିକାଣ୍ଡ ବୋଲି କୁହାଯାଉଛି ।

ଶତାବ୍ଦୀ ପୂର୍ବରୁ ୧୯୧୮ ମସିହାରେ ମରୁଡି ପ୍ରପୀଡିତ ଆମେରିକାର ଉତ୍ତର ମିନେସୋଟା ଅନ୍ତର୍ଗତ କ୍ଲୋକକ୍ବେଟରେ ଭୀଷଣ ଅଗ୍ନିକାଣ୍ଡ ଘଟି ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ହଜାର ହଜାର ସଂଖ୍ୟକ ଘର ପୋଡି ପାଉଁଶ ହୋଇଯାଇଥିଲା । ସେହିପରି ୨୦୧୮ରେ ଉତ୍ତର କାର୍ଲିଫର୍ଣ୍ଣିଆ କ୍ୟାମ୍ପ ଫାୟାରରେ ୮୫ ଜଣଙ୍କ ମୃତ୍ୟୁ ହୋଇଥିଲା । ତେଣୁ ହୱାଇ ଦ୍ବୀପ ଜଙ୍ଗଲ ନିଆଁକୁ ଶତାବ୍ଦୀରେ ସବୁଠୁ ବଡ ଅଗ୍ନି ବିପର୍ଯ୍ୟୟର ଆଖ୍ୟା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ଆମେରିକାର ହୱାଇ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ: ଗଲାଣି ୬୭ ଜୀବନ

ଆମେରିକାର ଲାହୈନା ଏକ ଐତିହାସିକ ସହର ହୋଇଥିବା ବେଳେ ଜଙ୍ଗଲ ନିଆଁରେ ଐହିହ୍ୟରାଜି ଗୁଡିକ ନଷ୍ଟ ହୋଇଯାଇଛି । ୨୨୦୦ରୁ ଅଧିକ ସଂରଚନା ଓ ୨୦୦୦ ଏକରରୁ ଅଧିକ ଜମି କ୍ଷତିଗ୍ରସ୍ତ ହୋଇଛି । ଏହି ସହରର ପୁନଃନିର୍ମାଣ କରାଯିବ । ଏଥିପାଇଁ ୫.୫ ବିଲିୟନ ଆମେରିକୀୟ ଡଲାର ଅଟକଳ ହୋଇଥିବା ଦେଶର ଫେଡେରାଲ ଏମର୍ଜେନ୍ସି ମ୍ୟାନେଜମେଣ୍ଟ ଏଜେନ୍ସି(FEMA) ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ବିପର୍ଯ୍ୟୟର ମୁକାବିଲା ପାଇଁ ଫଣ୍ଡ ଜାରି କରିଛନ୍ତି ।

ଶନିବାର ଅପରାହ୍ନରେ ହୱାଇ ଗଭର୍ଣ୍ଣର ଜୋସ୍ ଗ୍ରୀନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଅନେକ ଲୋକ ନିଖୋଜ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ । ତେବେ ଅଧିକ ବେଗରେ ପବନ ବହିବା ଯୋଗୁଁ ନିଆଁ ଅଧିକ ବ୍ୟାପୁଛି ହେଉଛି ବୋଲି କୁହାଯାଉଛି । ଏବେ ବି ଅନେକ ଘର ଜଳୁଛି । ନିଆଁରୁ ରକ୍ଷା ପାଇଁ ପ୍ରାୟ ୧୪୦୦ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି ।

ABOUT THE AUTHOR

...view details