ଓଡିଶା

odisha

By ETV Bharat Odisha Team

Published : Jan 3, 2024, 2:38 PM IST

ETV Bharat / international

ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହମାସ ଡେପୁଟି ମୁଖ୍ୟ ନିପାତ

Hamas Deputy leader killed: ଇସ୍ରାଏଲ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଏକ ବଡ ଖବର ସାମ୍ନାକୁ ଆସିଛି । ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହମାସ ଡେପୁଟି ମୁଖ୍ୟର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହମାସ ଡେପୁଟି ମୁଖ୍ୟଙ୍କ ମୃତ୍ୟୁ ପରେ ଗାଜାରେ ବଢିପାରେ ବିପଦ ! ଅଧିକ ପଢନ୍ତୁ

ହମାସ- ଇସ୍ରାଏଲ ଯୁଦ୍ଧ ଭୂମିରୁ ବଡ ଖବର
ହମାସ- ଇସ୍ରାଏଲ ଯୁଦ୍ଧ ଭୂମିରୁ ବଡ ଖବର

ତେଲ ଅଭିଭ:ଗତ ଅକ୍ଟୋବର ମାସରୁ ଇସ୍ରାଏଲ- ଗାଜା ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଥିବା ବେଳେ ଏହା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଇସ୍ରାଏଲ ଡ୍ରୋନ ଆଟାକରେ ହମାସର ଡେପୁଟି ମୁଖ୍ୟ ସାଲେହ ଅଲ ଆରୌରିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ଲେବାବନ ରାଜଧାନୀ ବୈରୁଟଠାରେ ଇସ୍ରାଏଲ ଆକ୍ରମଣରେ ସାଲେହର ମୃତ୍ୟୁ ହୋଇଥିବା ନେଇ ଲେବାନନ ଓ ପାଲେଷ୍ଟାଇନ ପକ୍ଷରୁ ସୂଚନା ଜାରି କରାଯାଇଛି । ହମାସ ମଧ୍ୟ ଏନେଇ ସ୍ପଷ୍ଟୀକରଣ ରଖିଛି । 57 ବର୍ଷୀୟ ସାଲେହ ହମାସର ପ୍ରଥମ ବରିଷ୍ଠ ରାଜନୈତିକ ନେତା ଥିଲା ।

ମିଡିଆ ରିପୋର୍ଟ ଅନୁଯାୟୀ, ହମାସ ନେତା ସାଲେହ ଅଲ ଆରୌରିର ମୃତ୍ୟୁ ନେଇ ହମାସର ବରିଷ୍ଠ ଅଧିକାରୀ ଇଜ୍ଜତ ଅଲ ରିସ୍କ ନିଜ ବୟାନରେ କହିଛନ୍ତି, "ପାଲେଷ୍ଟାଇନ ଭିତରେ ଓ ବାହାରେ ଆମର ପାଲେଷ୍ଟାଇନ ନେତା ଓ ପାଲେଷ୍ଟାଇନ ପ୍ରତୀକକୁ କବ୍ଜା କରିବା ଦ୍ବାରା ଓ ଆମ ନେତାମାନଙ୍କୁ ହତ୍ୟା କରାଗଲେ ମଧ୍ୟ ଆମ ଲୋକମାନଙ୍କ ଇଚ୍ଛାଶକ୍ତି ଓ ଦୃଢତାକୁ ଭାଙ୍ଗିବାରେ କେହି ସଫଳ ହେବେ ନାହିଁ ।"

ଲେବାବନନର ଏକଜ୍ୟୁକ୍ୟୁଟିଭ୍ ପ୍ରଧାନମନ୍ତ୍ରୀ ନଜୀବ ମିକାତି ମଧ୍ୟ ସାଲେହ ଅଲ ଆରୌରିଙ୍କ ହତ୍ୟାକୁ କଡ଼ା ନିନ୍ଦା କରିଛନ୍ତି । ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେବା ସହ ବୟାନ ଜାରି କରିଛନ୍ତି । ସେ ହମାସର ଉପ ନେତାଙ୍କ ହତ୍ୟାକୁ କଡା ନିନ୍ଦା କରିବା ସହ ଇସ୍ରାଏଲକୁ ଅପରାଧି ବୋଲି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ..ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ନେତାନ୍ୟାହୁଙ୍କ ଦ୍ବାରା ଅନୁମୋଦିତ ଆଇନ ରଦ୍ଦ

ଇସ୍ରାଏଲ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ରଖାଯାଇନାହିଁ । ତେବେ ଲେବାନନରେ ବାସ କରୁଥିବା 57 ବର୍ଷୀୟ ଅଲ ଅରୌରୀ ଆତଙ୍କବାଦ ସଂଗଠନ ପାଇଁ ରାଜନୈତିକ ବ୍ୟୁରୋର ଉପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।

ହମାସ ନେତାଙ୍କ ମୃତ୍ୟୁ ପରେ ଗାଜାରେ ଅସ୍ତ୍ରବିରତି ପାଇଁ ହମାସ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଇସ୍ରାଏଲ ଏହାକୁ ପ୍ରତ୍ୟାଖ୍ୟାନ କରିଥିବା ସୂଚନା ରହିଛି । କତାର ଓ ଇଜିପ୍ଟ ମଧ୍ୟସ୍ଥିରେ ଗାଜାରେ ଅସ୍ତ୍ରବିରତି ଚୁକ୍ତିନାମା ପାଇଁ ଗାଜା ରାଜି ହୋଇଥିବା ବେଳେ ଇସ୍ରାଏଲ ଏଥିରେ ସମ୍ମତି ପ୍ରକାଶ କରିନଥିବା ଜଣାପଡିଛି ।

ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଉଗ୍ର ରୂପ ଧାରଣ କରିଛି । ଗାଜାରେ ଇସ୍ରାଏଲ ଘନଘନ ଆକ୍ରମଣରେ ଗାଜା ସ୍ଥିତି ଦୁର୍ବିସହ ହୋଇପଡିଲାଣି । 11 ସପ୍ତାହର ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଗାଜାରେ 22 ହଜାର ଜୀବନ ଯାଇଥିବା ବେଳେ, ସେଥିମଧ୍ୟରୁ ଅଧିକାଂଶ ଶିଶୁ ଓ ମହିଳା ମଧ୍ୟ ରହିଛନ୍ତି । ହମାସ ଉପମୁଖ୍ୟଙ୍କ ମୃତ୍ୟୁ ପରେ ଗାଜାର ଅବସ୍ଥା ଆହୁରି ଶୋଚନୀୟ ହୋଇପାରେ । ଅନ୍ୟପଟେ ହମାସ ଆକ୍ରମଣରେ ଇସ୍ରାଏଲର 12 ଶହ ନାଗରିକଙ୍କ ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details