ଓଡିଶା

odisha

ETV Bharat / international

ଭାରତକୁ ପନ୍ନୁର ପୁଣି ଧମକ; '୧୩ରେ ସଂସଦ ଉପରେ ଆକ୍ରମଣ କରିବି' - ପାର୍ଲାମେଣ୍ଟ ଆକ୍ରମଣ ଧମକ

Pannun Threatens To Attack Parliament: ହତ୍ୟା ଷଡ଼ଯନ୍ତ୍ରର ପ୍ରତିଶୋଧ ନେବାକୁ ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ । କହିଲା ଡିସେମ୍ବର ୧୩ରେ ଭାରତର ସଂସଦ ଉପରେ ଆକ୍ରମଣ କରିବି । ଅଧିକ ପଢ଼ନ୍ତୁ

ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ
ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ

By ETV Bharat Odisha Team

Published : Dec 6, 2023, 10:25 AM IST

ନୂଆଦିଲ୍ଲୀ: ଭାରତକୁ ପୁଣି ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ । ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ସଂସଦ ଭବନ ଉପରେ ଆକ୍ରମଣ କରିବାକୁ ସେ ନୂଆ ଧମକପୂର୍ଣ୍ଣ ଭିଡିଓ ଜାରି କରିଛି । ଭିଡିଓରେ ପନ୍ନୁ କହିଛି ଯେ, ମୋ ହତ୍ୟା ଷଡ଼ଯନ୍ତ୍ର ବିଫଳ ହୋଇଛି । ଆସନ୍ତା ୧୩ ତାରିଖ ଦିନ ମୁଁ ସଂସଦ ଉପରେ ଆକ୍ରମଣ କରି ଏହାର ପ୍ରତିଶୋଧ ନେବି । କହିରଖୁଛୁ କି, ୨୦୦୧ ମସିହା ଡିସେମ୍ବର ୧୩ରେ ସଂସଦ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।

ପନ୍ନୁ ଆମେରିକାର ଶିଖ୍ ଫର ଜଷ୍ଟିସ(SFJ) ସଂଗଠନର ମୁଖ୍ୟ ଅଟେ । ଯାହାକି ଭାରତରେ ବ୍ୟାନ ହୋଇଥିବା ବେଳେ ପନ୍ନୁ ଭାରତୀୟ ତଦନ୍ତକାରୀ ଏଜେନ୍ସିର ୱାଣ୍ଟେଡ ଲିଷ୍ଟରେ ରହିଛି । ନୂଆ ଧମକପୂର୍ଣ୍ଣ ଭିଡିଓରେ, ପନ୍ନୁ ୨୦୦୧ ସଂସଦ ଭବନ ଆକ୍ରମଣର ଦୋଷୀ ଅଫଜଲ ଗୁରୁ ସହ ନିଜର ଏକ ପୋଷ୍ଟର ମଧ୍ୟ ଜାରି କରିଛି, ଯେଉଁଥିରେ ଲେଖାଯାଇଛି 'ଦିଲ୍ଲୀ ବନେଗା ପାକିସ୍ତାନ' । ସେ କହିଛି ଯେ, ଭାରତୀୟ ଏଜେନ୍ସି ତାକୁ ମାରିବାକୁ ଷଡ଼ଯନ୍ତ୍ର କରିଥିଲେ । କିନ୍ତୁ ଏହା ଫେଲ୍ ହୋଇଯାଇଛି । ଏହି ଷଡ଼ଯନ୍ତ୍ରର ଜବାବରେ ସେ ଡିସେମ୍ବର ୧୩ ତାରିଖରେ ସଂସଦ ଉପରେ ଆକ୍ରମଣ କରିବ ।

ଏହା ମଧ୍ୟ ପଢନ୍ତୁ: ଆମେରିକାର ସାଂଘାତିକ ଅଭିଯୋଗ; ଖଲିସ୍ତାନୀ ଆତଙ୍କୀ ପନ୍ନୁକୁ ହତ୍ୟା ଷଡଯନ୍ତ୍ର କରୁଛି ଭାରତ

ସୋମବାରଠାରୁ ସଂସଦ ଶୀତ ଅଧିନବେଶ ଆରମ୍ଭ ହୋଇଛି । ଯାହାକି ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ । ଏପରି ସ୍ଥଳେ ପନ୍ନୁର ଏଭଳି ଧମକ ଭିଡିଓ ସାମ୍ନାକୁ ଆସିଛି । ଏହାକୁ ନେଇ ସୁରକ୍ଷା ଏଜେନ୍ସି ଗୁଡ଼ିକ ହାଇଆଲର୍ଟରେ ରହିଛନ୍ତି । ତେବେ ପାକିସ୍ତାନ ଆଇଏସଆଇର K-2 (କାଶ୍ମୀର-ଖଲିସ୍ତାନ) ଡେସ୍କ ପନ୍ନୁକୁ ଏହି ଭାରତ ବିରୋଧୀ ବୟାନ ସ୍କ୍ରିପ୍ଟ ଲେଖି ଦେଇଥିବା ସୁରକ୍ଷା ଏଜେନ୍ସି ସୂତ୍ରରୁ ସୂଚନା ମିଳିଛି ।

ଗତ ନଭେମ୍ବରରେ ଫାଇନାନସିଆଲ ଟାଇମ୍ସ ଏକ ରିପୋର୍ଟରେ କହିଥିଲା ଯେ, ଆମେରିକାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ପନ୍ନୁକୁ ହତ୍ୟା ପାଇଁ ଯୋଜନା ହୋଇଥିଲା । ମାତ୍ର ଆମେରିକା ଏହାକୁ ପଣ୍ଡ କରିଦେଇଥିଲା । ଏହି ଘଟଣା ପାଇଁ ଆମେରିକା ଭାରତକୁ ଚେତାବନୀ ଜାରି କରିଥିଲା । ପରେ ଆମେରିକା ନ୍ୟାୟ ବିଭାଗ ଏକ ପ୍ରେସ ବିଜ୍ଞପ୍ତିରେ କହିଥିଲା ଯେ, ଜଣେ ଭାରତୀୟ ସରକାରୀ କର୍ମଚାରୀ ଅନ୍ୟ କିଛି ଲୋକଙ୍କ ସହ ମିଶି ଆମେରିକା ମାଟିରେ ଜଣେ ଆଟର୍ଣ୍ଣି ଏବଂ ଜଣେ ରାଜନୈତିକ କର୍ମୀଙ୍କୁ (ପନ୍ନୁ) ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲେ । ଏଥିରେ ନିଖିଲ ଗୁପ୍ତା ନାମକ ବ୍ୟକ୍ତି ସାମିଲ ଥିଲେ । ସେପଟେ ଆମେରିକାର ଏହି ଅଭିଯୋଗକୁ ନେଇ ଭାରତ ଗଭୀର ଉଦବେଗ ପ୍ରକାଶ କରିଥିଲା ।

ABOUT THE AUTHOR

...view details