ଓଡିଶା

odisha

ETV Bharat / international

ଗାଜାରୁ 5000 ରକେଟ ବର୍ଷା; ଯୁଦ୍ଧ ଘୋଷଣା କଲା ଇସ୍ରାଏଲ - ଯୁଦ୍ଧ ସ୍ଥିତି ଘୋଷଣା କଲା ଇସ୍ରାଏଲ

ପାଲେଷ୍ଟାଇନ ଗାଜାରୁ ଇସ୍ରାଏଲ ଉପରେ ରକେଟ ବର୍ଷା । ଆକ୍ରମଣ ପରେ ଯୁଦ୍ଧ ସ୍ଥିତି ଘୋଷଣା କରିଛି ଇସ୍ରାଏଲ । ଏହି ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଜଣ ଗୁରୁତର ଆହତ ହୋଇଛନ୍ତି । ଆଗକୁ ପଢନ୍ତୁ

ଇସ୍ରାଇଲ ଉପରେ 5000 ରକେଟ ବର୍ଷା, ଯୁଦ୍ଧ ଘୋଷଣା କଲା ଇସ୍ରାଇଲ
ଇସ୍ରାଇଲ ଉପରେ 5000 ରକେଟ ବର୍ଷା, ଯୁଦ୍ଧ ଘୋଷଣା କଲା ଇସ୍ରାଇଲ

By ETV Bharat Odisha Team

Published : Oct 7, 2023, 2:12 PM IST

Updated : Oct 7, 2023, 2:19 PM IST

ଇସ୍ରାଇଲ:ଭୟଙ୍କର ଯୁଦ୍ଧ ସ୍ଥିତିରେ ପହଞ୍ଚିଲା ଇସ୍ରାଏଲ-ପାଲେଷ୍ଟାଇନ ବିବାଦ । ପାଲେଷ୍ଟାଇନ ଗାଜାରୁ ଇସ୍ରାଏଲ ଉପରେ ପାଖାପାଖି 5000 ରକେଟ ବର୍ଷା ହୋଇଛି । ଏହି ଆକ୍ରମଣ ପରେ ଯୁଦ୍ଧ ପରିସ୍ଥିତି ଘୋଷଣା କରିଛି ଇସ୍ରାଏଲ । ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଜଣ ଗୁରୁତର ଆହତ ହୋଇଛନ୍ତି । ରକେଟ ମାଡ ପରେ ସମଗ୍ର ଦେଶରେ ହାଇଆଲର୍ଟ ଜାରି କରାଯାଇଛି । ଲୋକମାନଙ୍କୁ ଘରୁ ନବାହାରିବା ପାଇଁ ଅପିଲ କରିଛନ୍ତି ଇସ୍ରାଏଲ ସରକାର ।

ଆଜି(ଶନିବାର) ସକାଳୁ ପାଲେଷ୍ଟାଇନର ଗାଜାରୁ ଇସ୍ରାଏଲ ଉପରେ ଅତର୍କିତ ଭାବେ ରକେଟ ମାଡ କରାଯାଇଥିଲା । ପାଲେଷ୍ଟାଇନ ଆତଙ୍କବାଦୀ ଏହି ରକେଟ ଉତକ୍ଷେପଣ କରିଥିଲେ । ପାଖାପାଖି 5000 ହଜାର ରକେଟ ମାଡ ହୋଇଥିବା ସୂଚନା ରହିଛି । ଇସ୍ରାଏଲର ଅନେକ ସ୍ଥାନରେ ରକେଟ ବର୍ଷା ହୋଇଥିଲା । ଏଥିରୁ ବର୍ତ୍ତିବା ପାଇଁ ସୁରକ୍ଷିତ ସ୍ଥାନକୁ ଯିବାକୁ ଲୋକମାନଙ୍କୁ ସତର୍କ କରାଯାଇଛି । ରକେଟ ମାଡ ବେଳେ ଆଲର୍ଟ ନେଇ ପୁରା ଦେଶରେ ପ୍ରଚଣ୍ଡ ଶବ୍ଦରେ ସାଇରନ ବାଜିଥିବା ଶୁଣିବାକୁ ମିଳିଥିଲା । ପାଖାପାଖି 30 ମିନିଟ ଧରି ଏହି ଆକ୍ରମଣ ଜାରି ରହିଥିଲା । ତେଲ ଅଭିଭ ୟୋଫୋ( Tel Aviv Yafo) ଅଞ୍ଚଳରେ ମାତ୍ରାଧିକ ଆକ୍ରମଣ ହୋଇଥିବା ଜଣାପଡିଛି ।

ଏହି ଆକ୍ରମଣରେ ପ୍ରାଥମିକ ସ୍ତରରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ବର୍ତ୍ତମାନ ମୃତ୍ୟୁସଂଖ୍ୟା 4ରେ ପହଞ୍ଚିଛି । କିଛି ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ରକେଟ ମାଡ ପରେ ସମଗ୍ର ଦେଶରେ ହାଇଆଲର୍ଟ ଜାରି କରାଯାଇଛି । ଲୋକମାନଙ୍କୁ ବଙ୍କରରେ ଲୁଚିବା ପାଇଁ କିମ୍ବା ଘର ମଧ୍ୟରେ ରହିବାକୁ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି । ଇସ୍ରାଏଲ ପ୍ରତିରକ୍ଷା ବାହିନୀର ଯବାନଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ମଧ୍ୟ ଆସିଛି । ଇସ୍ରାଏଲର ଏକ ଉଦ୍ଧାରକାରୀ ଟିମଙ୍କ କହିବାନୁଯାୟୀ, ଦକ୍ଷିଣ ଇସ୍ରାଏଲରେ ରକେଟ ମାଡରେ ଜଣେ ବୃଦ୍ଧଙ୍କ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ଜଣେ 20 ବର୍ଷୀୟ ଯୁବକ ଆହତ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ..ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ, ୧୦ ମୃତ

ଅନ୍ୟପଟେ ଇସ୍ରାଏଲ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତି ଆକ୍ରମଣ କରାଯାଇନାହିଁ । ତେବେ ଇସ୍ରାଏଲ ସରକାର ସେନାକୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦେବା ସହ ଲୋକମାନଙ୍କୁ ଘର ମଧ୍ୟରେ ସୁରକ୍ଷିତ ରହିବା ପାଇଁ ଅପିଲ କରିଛନ୍ତି । ଖୁବଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ଏନେଇ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ରକେଟ ମାଡ ବେଳେ କିଛି ହମାସ ଆତଙ୍କବାଦୀ ଦେଶ ମଧ୍ୟକୁ ପ୍ରବେଶ କରିଥିବା ନେଇ ପୁରା ଇସ୍ରାଏଲରେ ହାଇଆଲର୍ଟ ଜାରି କରାଯାଇଛି ।

ଇସ୍ରାଏଲ ବିରୋଧି ଆତଙ୍କୀ ସଂଗଠନ ହମାସ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ବେଳେ ଏହି ଆକ୍ରମଣ ସମୟରେ ଇସ୍ରାଏଲର 5 ଜଣ ଆଇଡିଏଫ ଯବାନଙ୍କୁ ଅପହରଣ କରି ନିଆଯାଇଥିବା କହିଛି ହମାମ ଆତଙ୍କୀ ସଂଗଠନ ।

ଏହାମଧ୍ୟ ପଢନ୍ତୁ...ମିସାଇଲ ମାଡ କରି ଗାଜାର ମିଡିଆ ହାଉସ ଧ୍ବଂସ କଲା ଇସ୍ରାଇଲ

ଇସ୍ରାଇଲ ବିରୋଧରେ ନୂତନ ସୈନ୍ୟ ଅଭିଯାନ ଆରମ୍ଭ: ହମାସ

ଇସ୍ରାଏଲ ଓ ଗାଜା ସୀମାରେ ବିବାଦ ଜାରି ରହିଥିବା ବେଳେ ଏହି ଆକ୍ରମଣ କରାଯାଇଛି । ଫିଲିସ୍ତିନି ଆତଙ୍କୀ ସଂଗଠନ ହମାସର ନେତା ମହମ୍ମଦ ଡେଫ ଏକ ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଯେ, ଇସ୍ରାଏଲ ବିରୋଧରେ ଏକ ନୂତନ ସୈନ୍ୟ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅପରେସନ ନାଁ 'ଅପରେସନ ଅଲ- ଅକ୍ସା ଷ୍ଟର୍ମ' ଅଟେ । ଡେଫଙ୍କ ସୂଚନା ମୁତାବକ, ଏହି ଅପରେସନକୁ ଆରମ୍ଭ କରିବା ପାଇଁ ହମାସ ଇସ୍ରାଇଲରେ 5 ହଜାର ରକେଟ ମାଡ କରିଛି ।

ଗାଜା- ଇସ୍ରାଇଲ ବିବାଦ: ଗାଜା ପାଲେଷ୍ଟାଇନର ଏକ ଛୋଟ ଅଞ୍ଚଳରେ ପର୍ଯ୍ୟବେସିତ । ଏହା ମିଶର ଓ ଇସ୍ରାଏଲର ମଧ୍ୟ ଭୂମଧ୍ୟସାଗର କୂଳରେ ଅବସ୍ଥିତ । ପାଲେଷ୍ଟାଇନ ଆରବୀ ଓ ମୁସଲିମ ବହୁଳ ଅଞ୍ଚଳ ଅଟେ । ଏହି ଅଞ୍ଚଳରେ ହମାସ ଶାସନ ଚାଲିଥାଏ । ହମାସ ଇସ୍ରାଏଲ ବିରୋଧୀ ଆତଙ୍କବାଦୀ ସଂଗଠନ ଅଟେ । ତେବେ ଇସ୍ରାଏଲକୁ ପାଲେଷ୍ଟାଇନ ସମେତ ଅନେକ ଦେଶ ଇହୁଦୀ ରାଷ୍ଟ୍ର ଭାବେ ମାନିବାକୁ ପ୍ରସ୍ତୁତ ନାହାନ୍ତି । ଯେଉଁଥିପାଇଁ ଏହି ଦେଶମାନଙ୍କ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଛି । 1947 ମସିହା ପରେ ଯେତେବେଳେ ମିଳିତ ଜାତିସଂଘ ପାଲେଷ୍ଟାଇନକୁ ଇହୁଦୀ ଓ ଆରବ ରାଷ୍ଟ୍ରରେ ଭାଗ କରିଥିଲେ ତାହା ପରଠୁ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ବିବାଦ ଜାରି ରହିଛି ଓ 2 ଦେଶ ମଧ୍ୟରେ ଏଭଳି ଭୟଙ୍କର ଯୁଦ୍ଧ ସ୍ଥିତି ଲାଗି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 7, 2023, 2:19 PM IST

ABOUT THE AUTHOR

...view details