ଓଡିଶା

odisha

ETV Bharat / international

ନଭେମ୍ବର 15 ତାରିଖରେ କିଛି ବଡ ଘୋଷଣା କରିବେ ଡୋନାଲ୍ଡ ଟ୍ରମ୍ପ - ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା

ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇବେ କି ଆମେରିକା ପୂର୍ବଚନ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ? ନଭେମ୍ବର 15 ତାରିଖରେ କିଛି ବଡ ଘୋଷଣା କରିବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ

Former US President Donald Trump
Former US President Donald Trump

By

Published : Nov 9, 2022, 9:02 AM IST

ଓ୍ବାଶିଂଟନ: ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇବେ କି ଡୋନାଲ ଟ୍ରମ୍ପ ? 2024 ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ପୁନର୍ବାର ପ୍ରତିଦ୍ବନ୍ଦିତା କରିବେ କି ? ଏହା ଏବେ ବଡ ପ୍ରଶ୍ନ ହୋଇଥିବା ବେଳେ ଏ ନେଇ ସଙ୍କେତ ଦେଇଛନ୍ତି ରିପବ୍ଲିକାନ ଟ୍ରମ୍ପ । ଆସନ୍ତା 15 ତାରିଖରେ କିଛି ବଡ ଘୋଷଣା କରିବା ନେଇ ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ପ୍ଲୋରିଡାରେ ଥିବା ମାର-ଏ-ଲାଗୋରୁ କିଛି ବଡ ଘୋଷଣା କରିବେ ବୋଲି ଓହିଓର ଏକ ନିର୍ବାଚନ ସଭାରେ କହିଛନ୍ତି ଟ୍ରମ୍ପ । ଏହାପରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଫ୍ଲୋରିଡାର ପାମ ବିଚ୍‌ ସ୍ଥିତ ମାର-ଏ-ଲାଗୋ ବାସଭାବନରେ ସେ କଣ ଘୋଷଣା କରିବେ ତାକୁ ସମସ୍ତଙ୍କ ଅପେକ୍ଷା ରହିଛି । 2021 ଜାନୁଆରୀ 6ରେ କ୍ୟାପିଟୋଲ ହିଲ ଦଙ୍ଗା ହ୍ବାଇଟ ହାଉସକୁ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନରେ ବାଧକ ସାଜିପାରେ ବୋଲି କୁହାଯାଉଛି । ଏହାର ଭିତରେ ଅଚାନକ ଟ୍ରମ୍ପଙ୍କ ବଡ ଘୋଷଣା କରିବା ନେଇ ଅନେକ ଚର୍ଚ୍ଚା ହେବାକୁ ଲାଗିଛି । 2024ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ପୁଣି ଲଢିପାରନ୍ତି ବୋଲି ଆଲୋଚନା ହେଉଛି ।

ଇତି ମଧ୍ୟରେ ଆମୋରିକା ରାଷ୍ଟ୍ରପିତ ଜୋ ବାଇଡେନଙ୍କ କାର୍ଯ୍ୟକାଳକୁ 2 ବର୍ଷ ପୂରଣ ହୋଇଛି । ମଙ୍ଗଳବାର ନିମ୍ନ ସଦନ ହାଉସ ଅଫ ରିପ୍ରେଜେଣ୍ଟେଟିଭ ଏବଂ ଉଚ୍ଚ ସଦନ ପାଇଁ ଭୋଟ ଗ୍ରହଣ ହୋଇଛି । 435 ଆସନ ବିଶିଷ୍ଟ ହାଉସରେ ଶାସକ ଡେମୋକ୍ରାଟିକ ପାର୍ଟିର ସଂଖ୍ୟା ଗରିଷ୍ଠତା 220 ଓ ବିରୋଧୀ ରିପବ୍ଲିକାନ ପାର୍ଟିର 212 ସଦସ୍ୟ ଅଛନ୍ତି । ନିମ୍ନ ସଦନର ସମସ୍ତ 435 ଆସନରେ ଦ୍ବିପାକ୍ଷିକ ନିର୍ବାଚନ ଅନୁଷ୍ଠିତ ହେଉଛି ।

ଏହା ବି ପଢନ୍ତୁ...ଚୀନ ନାଗରିକ ଏମିତି ଦିଅନ୍ତି ଡ୍ରାଇଭିଂ ଟେଷ୍ଟ, ଭାଇରାଲ ଭିଡିଓ

ପ୍ରକାଶ ଥାଉ କି, ଚଳିତ ବର୍ଷ ଅଗଷ୍ଟ 9 ତାରିଖରେ ହ୍ବାଇଟ ହାଉସରୁ କାଗଜପତ୍ର ନେଇଥିବା ଅଭିଯୋଗରେ ତାଙ୍କ ଘରେ ଚଢାଉ ହୋଇଥିଲା । ଏଫବିଆଇ (Federal Bureau of Investigation) ପକ୍ଷରୁ ଉକ୍ତ ରେଡ୍‌ ହୋଇଥିଲା । ଟ୍ରମ୍ପଙ୍କ ମାର ଏ ଲାଗୋ ସମ୍ପତ୍ତି ଉପରେ ଚଢାଉ ହୋଇଥିଲା । ତାଙ୍କ ରିସର୍ଟ ଓ ଫାର୍ମ ହାଇସରେ ଏଫବିଆଇ ରେଡ କରିଥିଲା । ପରେ ଚଢାଉ ନେଇ ବଡ ଖୁଲାସା କରିଥିଲା ଏଫବିଆଇ । ପରମାଣୁ ଅସ୍ତ୍ରଶସ୍ତ୍ର ସହ ଜଡିତ ଦସ୍ତାବିଜ ସମେତ ଅନ୍ୟ ସାମଗ୍ରୀର ତଲାସ ପାଇଁ ଛାପା ମାରିଥିବା କହିଥିଲା FBI ।

ABOUT THE AUTHOR

...view details