ହାଇଦ୍ରାବାଦ:ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ । ପାକିସ୍ତାନର କିଛି ଗଣମାଧ୍ୟମର ସୂଚନା ଅନୁସାରେ ତାଙ୍କୁ ଇସଲାମାବାଦ ହାଇକୋର୍ଟ ବାହାରେ ପାକିସ୍ତାନୀ ରେଞ୍ଜର୍ସ ଗିରଫ କରିଛି । ଇମ୍ରାନଙ୍କ ଦଳ ପିଟିଆଇ ପକ୍ଷରୁ ମଧ୍ୟ ତାଙ୍କ ଗିରଫଦାରୀଙ୍କୁ ସ୍ବୀକାର କରାଯାଇଛି । କ୍ଷମତାରୁ ହଟିବା ପରେ ଏକାଧିକ ମାମଲାରେ ଛନ୍ଦି ହୋଇଥିବା ଇମ୍ରାନ ଗତ କିଛି ଦିନ ଗିରଫ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲା । ଆଇନଗତ ଲଢେଇ ମଧ୍ୟରେ ତାଙ୍କୁ ଶେଷରେ ଆଜି ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଇସଲାମାବାଦ ଓ ଲାହୋର ସମେତ ଏକାଧିକ ପାକ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ନିକଟରେ ଇମ୍ରାନ ପାକିସ୍ତାନ ସେନା ତଥା ଦେଶର ଗୁପ୍ତଚର ସଂସ୍ଥା (ISI) ବିରୋଧରେ ସଙ୍ଗୀନ ଅଭିଯୋଗ କରିଥିଲେ । ସେନା ଓ ISI ମିଶି ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରୁଥିବା ଇମ୍ରାନ କହିଥିଲେ । ଶନିବାର ଏକ ରାଲିରେ ଇମ୍ରାନ ଖାନ କହିଥିଲେ, ସେନା ଓ ପାକିସ୍ତାନ ଗୁଇନ୍ଦା ବିଭାଗ ଇଣ୍ଟର-ସର୍ଭିସ ଇଣ୍ଟେଲିଜେନ୍ସି (ଆଇଏସଆଇ) ଅଧିକାରୀ ମେଜର ଜେନେରାଲ ଫୈସଲ ନାସିର ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି । ଯାହାର ମାତ୍ର ଗୋଟିଏ ଦିନ ପରେ ତାଙ୍କ ଗିରଫଦାରୀ ଖବର ସାମ୍ନାକୁ ଆସିଛି ।