ଓଡିଶା

odisha

ଭାରତ ମାଳଦ୍ବୀପ ପାଇଁ 911 ନମ୍ବର ଭଳି: ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ

India-Maldives Diplomatic Row: ଭାରତ ଓ ମାଳଦ୍ବୀପ ମଧ୍ୟରେ ବଢୁଛି ତିକ୍ତତା । ଭାରତ ଆମର ବିପଦ ସମୟର ବନ୍ଧୁ ବୋଲି କହିଲେ ମାଳଦ୍ବୀପର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମାରିଆ ଅହମ୍ମଦ ଦିଦି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 9, 2024, 8:55 AM IST

Published : Jan 9, 2024, 8:55 AM IST

ମାଳଦ୍ବୀପ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ
remarks against pm modi

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଳଦ୍ବୀପର ତିନି ମନ୍ତ୍ରୀ ସମାଲୋଚନା କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତକା ବଢିଛି । ଏହାରି ମଧ୍ୟରେ ଭାରତ ସପକ୍ଷରେ ବାହାରିଛନ୍ତି ମାଳଦ୍ବୀପର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମାରିଆ ଅହମ୍ମଦ ଦିଦି । ସେ କହିଛନ୍ତି, ''ଭାରତ ଆମ ପାଇଁ 911 ନମ୍ବର ଭଳି । ଯେତେବେଳେ ବି ବିପଦ ଆସିଛି ଭାରତ ଆମକୁ ସାହାଯ୍ୟ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ମାଳଦ୍ୱୀପ ସରକାରଙ୍କ ଅଦୂରଦର୍ଶିତାକୁ ପ୍ରତିଫଳିତ କରୁଛି । ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଆମକୁ ସହାୟତା ପ୍ରଦାନ କରି ଭାରତ ଏକ ନିର୍ଭରଯୋଗ୍ୟ ସହଯୋଗୀ ହୋଇପାରିଛି । ହେଲେ ବର୍ତ୍ତମାନ ଦୁଇ ଦେଶର ଦୀର୍ଘ ଦିନର ସମ୍ପର୍କକୁ ଦୁର୍ବଳ କରିବାକୁ ପ୍ରୟାସ କରାଯାଉଛି ।''

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ବର୍ତ୍ତମାନର ମାଳଦ୍ୱୀପ ସରକାରଙ୍କ ଅଦୂରଦର୍ଶିତାକୁ ପ୍ରତିପାଦିତ କରୁଛି । ଆମେ ଏକ ଛୋଟ ଦେଶ ହୋଇଥିବାରୁ ସମସ୍ତେ ଆମର ବନ୍ଧୁ । କିନ୍ତୁ ଆମେ ଅସ୍ୱୀକାର କରିପାରିବୁ ନାହିଁ ଯେ ଆମର ସୀମା ଭାରତ ସହିତ ଜଡିତ । ଭାରତ ଆମକୁ ସବୁବେଳେ ପ୍ରତି କ୍ଷେତ୍ରରେ ସାହାଯ୍ୟ କରିଆସୁଛି । ପ୍ରତିରକ୍ଷା କ୍ଷେତ୍ରରେ ଆମ ଦକ୍ଷତା ବୃଦ୍ଧି କରିବା ସହ ଉପକରଣ ଯୋଗାଉଛି ଭାରତ ।

ଏପରି ସାହାଯ୍ୟ କରି ଭାରତ ଆମକୁ ଅଧିକ ଆତ୍ମନିର୍ଭରଶୀଳ କରିବାକୁ ଚେଷ୍ଟା କରୁଛି । ବର୍ତ୍ତମାନ ସରକାର ମୋଦିଙ୍କ ବିରୋଧରେ ଏପରି ଭାବନା ରଖିବା ଅଦୂରଦର୍ଶିତାକୁ ପ୍ରତିଫଳିତ କରୁଛି । ବାସ୍ତବରେ ଭାରତ ସହ ଦୀର୍ଘ ବର୍ଷର ସମ୍ପର୍କକୁ ବଜାୟ ନ ରଖିବାକୁ ବର୍ତ୍ତମାନର ସରକାର ଚେଷ୍ଟା କରୁଥିବା ଅନୁମାନ କରାଯାଉଛି । ଭାରତ ପରି ବନ୍ଧୁ ରାଷ୍ଟ୍ରକୁ ଅପମାନ କରିବା ଅତ୍ୟନ୍ତ ଦୁଃଖଦାୟକ । ଏହା ଦୁଇ ଦେଶର ସମ୍ପର୍କ ଉପରେ ନକରାତ୍ମକ ପ୍ରଭାବ ପକାଇବ ।

ଏହା ମଧ୍ୟ ପଢନ୍ତୁ-ଟ୍ରେଣ୍ଡିଂରେ ବୟକଟ୍ ମାଳଦ୍ବୀପ, ମାଳଦ୍ବୀପ ହାଇକମିଶନକୁ ସମନ

ମୁଁ ଭାବୁଛି ଜଣେ ଘନିଷ୍ଠ ବନ୍ଧୁ ଭାବେ, ପଡୋଶୀ ଭାବେ, ବିଶ୍ବ ସମ୍ପ୍ରଦାୟର ଏକ ଅଂଶ ଭାବରେ ଏବଂ ଆମେ ଆମର ଅନ୍ତଃରାଷ୍ଟ୍ରୀୟ ପ୍ରତିବଦ୍ଧତାକୁ ବଜାୟ ରଖିବା ଏବଂ ମାଳଦ୍ବୀପ ସରକାର ସମସ୍ତଙ୍କ ସହିତ ବନ୍ଧୁ ଭାବରେ ପାରମ୍ପରିକ ବିଦେଶ ନୀତି ବଜାୟ ରଖିବେ । ସର୍ବଦା ଭାରତ ଆମର ପ୍ରଥମ ପସନ୍ଦ ରହିଆସିଛି । ମୁଁ ଆଶା କରୁଛି ବର୍ତ୍ତମାନର ମାଳଦ୍ବୀପ ସରକାର ଏହା ଜାରି ରଖିବେ । ସେମାନେ ଜାଣନ୍ତି ଯେ ଭାରତ ମାଳଦ୍ବୀର ନିକଟତମ ପଡ଼ୋଶୀ । ଭାରତ ସର୍ବଦା ମାଳଦ୍ବୀପର ବିପଦ ସମୟରେ ଛିଡା ହୋଇଛି । ଆବଶ୍ୟକତା ପଡିଲେ ଭବିଷ୍ୟତରେ ମଧ୍ୟ ଭାରତ ଆମକୁ ସାହାଯ୍ୟ କରିବ । ଚିକିତ୍ସା କ୍ଷେତ୍ରରେ ମାଳଦ୍ବୀପବାସୀ ସବୁବେଳେ ଭାରତ ଉପରେ ନିର୍ଭରଶୀଳ । ଭାରତ କୋଭିଡ ସମୟରେ ଆମକୁ କୋରୋନା ଟିକା ମଧ୍ୟ ଦେଇଛି ବୋଲି ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।

ପ୍ରକାଶ ଥାଉ କି, ନିକଟରେ ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ବୀପ ଗସ୍ତ କରିଥିଲେ । ସେଠାରେ ସେ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସେଠାକାର ରୋମାଞ୍ଚକର ଅନୁଭୂତି ସୋସିଆଲ ମିଡିଆରେ ସେୟାର କରିଥିଲା । ସେଠାରେ ପ୍ରଧାନମନ୍ତ୍ରୀ ବେଳାଭୂମିରେ ବିଶ୍ରାମ କରିବା ସହ ଆରବ ସାଗରରେ ସ୍କୁବା-ଡାଇଭିଂ ମଧ୍ୟ କରିଥିଲେ । ଏହାପରେ ସାରା ଦେଶରେ ଓ ବିଶ୍ବରେ ଲାକ୍ଷାଦ୍ବୀପ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହେବା କାରଣରୁ ମାଳଦ୍ବୀପ ପ୍ରତିକ୍ରିୟାଶୀଳ ହୋଇଥିଲା । ଏକାଧିକ ମାଳଦ୍ବୀପ ମନ୍ତ୍ରୀ ମୋଦିଙ୍କ ବିରୋଧରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିଲେ ।

ABOUT THE AUTHOR

...view details