ଓଡିଶା

odisha

ETV Bharat / international

ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍: ତୃତୀୟ ରାଉଣ୍ଡ ସୁଦ୍ଧା ଆଗରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ - British primeminister race

ବ୍ରିଟିଶ ପିଏମ ପଦ ନିକଟରତର ହେଉଛନ୍ତି ଋଷି । କଞ୍ଜରଭେଟିବ୍‌ ପାର୍ଟିରେ ତୃତୀୟ ରାଉଣ୍ଡ ଭୋଟିଂରେ ସେ ବିଜୟ ହାସଲ କରିଛନ୍ତି । ଅଧିକ ପଢନ୍ତୁ

ଶୀର୍ଷରେ ଋଷି ସୁନକ
ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍: ଆଗରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ

By

Published : Jul 19, 2022, 8:29 AM IST

ଲଣ୍ଡନ:ବ୍ରିଟିଶ ପ୍ରଧାନମନ୍ତ୍ରୀ ରେସ୍‌ରେ ଆଗରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ବ୍ରିଟିଶର ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ । ତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ପଦ ଏକ ପ୍ରକାର ସଫା ହୋଇଥିବା କୁହାଯାଉଛି । ପିଏମ ଗାଦି ନିକଟରତର ହେଉଛନ୍ତି ଋଷି । କଞ୍ଜରଭେଟିବ୍‌ ପାର୍ଟି ସଦସ୍ୟଙ୍କ ମତଦାନରେ ତୃତୀୟ ରାଉଣ୍ଡ ଭୋଟିଂରେ ବିଜୟ ହାସଲ କରି ଶୀର୍ଷରେ ରହିଛନ୍ତି ଋଷି ସୁନକ । ତୃତୀୟ ରାଉଣ୍ଡରେ ତାଙ୍କୁ 115 ଖଣ୍ଡ ଭୋଟ । ଋଷି ସୁନକଙ୍କୁ ଟକ୍କର ଦେଉଛନ୍ତି ପେନା ମୋର୍ଡଣ୍ଟ ଓ ଲିଜ ଟ୍ରସ ।

ବ୍ୟାପାର ମନ୍ତ୍ରୀ ପେନୀ ମୋର୍ଡଣ୍ଟଙ୍କୁ ୮୨ ଭୋଟ୍ ମିଳିଥିବାବେଳେ ଲିଜ ଟ୍ରସଙ୍କୁ 71 ଭୋଟ ମିଳିଛି । ଲିଜ ଟ୍ରସ ତୃତୀୟ ଓ କେମିବେଦନୋଜ ଚତୁର୍ଥ ସ୍ଥାନରେ ରହିଛନ୍ତି । ତୃତୀୟ ପର୍ଯ୍ୟାୟ ମଦଦାନରେ ମଇଦାନରୁ ବାଦ ପଡ଼ିଛନ୍ତି ଆଉଜଣେ ଦାବିଦାର । ପଞ୍ଚମ ଆଶାୟୀ ଟମ ଟୁଗେନ୍ଧାତ ରେସ୍‌ରୁ ବାଦ ପଡିଛନ୍ତି ତାଙ୍କୁ ମାତ୍ର 31 ଭୋଟ ମିଳିଥିଲା । ପ୍ରଧାନମନ୍ତ୍ରୀ ରେସ୍‌ରେ ଏବେ ଶେଷ ୪ ପ୍ରାର୍ଥୀ ରହିଛନ୍ତି । 21 ଜୁଲାଇ ସୁଦ୍ଧା ମାତ୍ର 2ଜଣ ପ୍ରାର୍ଥୀ ରହିବେ । ଏହାପରେ କଞ୍ଜରଭେଟିବ୍‌ ପାର୍ଟିର 2 ଲକ୍ଷ ସଦସ୍ୟଙ୍କ ଆଗରେ ପ୍ରଧାନମନ୍ତ୍ରୀ ଲାଗି ଦାବି ଉପସ୍ଥାପନ କରିବେ । ଯାହାକୁ ଅଧିକ ଭୋଟ ମିଳିବ ସେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ।

କଞ୍ଜରଭେଟିବ୍‌ ପାର୍ଟିରେ ପ୍ରଥମ ରାଉଣ୍ଡ ଭୋଟିଂରେ ସେ ବିଜୟ ହାସଲ କରିଥିଲେ । ଏଲିମିନେସନ ରାଉଣ୍ଡ ଭୋଟିଂରେ ଋଷିଙ୍କୁ 25 ପ୍ରତିଶତ ଭୋଟ ମିଳିଥିଲା । ପ୍ରଥମ ପର୍ଯ୍ୟାୟରେ 88 ଭୋଟ ଓ ଦ୍ବିତୀୟରେ 101 ଭୋଟ ପାଇଁ ଆଗୁଆ ଥିଲେ ଋଷ ସୁନକ । ଏହି ବିଜୟ ପରେ ଋଷି ସୁନକଙ୍କୁ ଆଗାମୀ ଦିନରେ ଗ୍ରେଟ୍‌ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ମିଳିବ ବୋଲି ରାଜନୈତିକ ବିଶାରଦ ମତ ରଖିଲେଣି । ତେବେ ବ୍ରିଟିଶ ସାଂସଦଙ୍କ ସମର୍ଥନ ପାଇବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ । ଋଷି ସୁନକଙ୍କ ପାଇଁ ସବୁଠାରୁ ଚ୍ୟାଲେଞ୍ଜ ହେଉଛି କଞ୍ଜରଭେଟିବ ପାର୍ଟିରେ ନିଜ ନେତୃତ୍ବ ସ୍ଥାପିତ କରିବା ।

ABOUT THE AUTHOR

...view details