ୱାଶିଂଟନ:ପୂର୍ବତନ ନୌସେନା କମାଣ୍ଡର ରବର୍ଟ ଜେ ଓନିଲଙ୍କୁ ଗିରଫ କଲା ଆମେରିକା ପୋଲିସ । ଏକଦା କୁଖ୍ୟାତ ଆତଙ୍କୀ ଓସାମା ବିନ ଲାଡେନକୁ ପାକିସ୍ତାନ ଏବେଟାବାଦ ସହରରେ ପଶି ନିହତ କରିଥିବା ଯବାନଙ୍କୁ ଗିରଫ ପରେ ଆମେରିକା ସୃଷ୍ଟି ହୋଇଛି ହଇଚଇ । ପୂର୍ବତନ କମାଣ୍ଡର ଜଣକ ମଦ୍ୟପାନ କରି ଟେକ୍ସାସ ସହରରେ ଅଭଦ୍ର ଆଚରଣ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଓନିଲଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅନେକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।
ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, 47 ବର୍ଷୀୟ ଜେ. ଓନିଲଙ୍କ ବିରୋଧରେ ବୁଧବାର ଫ୍ରିସ୍କୋ ମାମଲା ରୁଜୁ ହୋଇଛି । ଯାହା ପରେ ତାଙ୍କୁ ଗିରଫ କରିଥିଲା ଆମେରିକା ପୋଲିସ । ହେଲେ ଯବାନଙ୍କୁ ଗିରଫ କରିବାର କିଛି ଘଣ୍ଟା ପରେ 2 ଲକ୍ଷ 88 ହଜାର ବଣ୍ଡ୍ରେ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି । ସେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ରାସ୍ତାରେ ହଙ୍ଗାମା ସୃଷ୍ଟି କରିଥିଲେ ବୋଲି ପୋଲିସ କହିଛି ।
ଏହା ବି ପଢନ୍ତୁ- ବିଚ୍ ରାସ୍ତାରେ କନଷ୍ଟେବଳଙ୍କୁ ଆକ୍ରମଣ, BSF ଯବାନ ଗିରଫ
ପୂର୍ବତନ କମାଣ୍ଡର ଓନିଲ୍ ପୂର୍ବରୁ ମଧ୍ୟ ଅନେକ ବିବାଦରେ ରହିଛି । ସର୍ବସାଧାରଣ ସ୍ଥାନରେ ଅଭଦ୍ର ଆଚରଣ ପାଇଁ ତାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ମାମଲା ରୁଜୁ କରାଯାଇଛି । ଯେତେବେଳେ 2020 ମସିହାରେ କୋରୋନା ମହାମାରୀ ସାରା ବିଶ୍ବରେ ତାଣ୍ଡବ ରଚିଥିଲା, ସେତେବେଳେ ସେ ମାସ୍କ ପିନ୍ଧିବେ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ । 2011 ମସିହାରେ ପାକିସ୍ତାନର ଏବେଟାବାଦ ଅପରେସନରେ ସେ ଲାଡେନକୁ ନିହତ କରିଥିଲେ ବୋଲି ଏକ ଇଣ୍ଟରଭ୍ୟୁରେ କହିଥିଲେ ।
ଓନିଲ ଓସାମା ଲାଡେନକୁ ନିହତ କରାଯାଇଥିବା ଅପରେସନରେ ସାମିଲ ଥିଲେ ବୋଲି ନିଜ ଇଣ୍ଟରଭ୍ୟୁରେ କହିଥିଲେ । ହେଲେ ଏନେଇ ସରକାରୀ ସ୍ତରରୁ ସେପରି କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏପରିକି ଆମେରିକା ସରକାର ମଧ୍ୟ ପୂର୍ବତନ ନୌସେନା କମାଣ୍ଡର ଓନିଲଙ୍କ ଦାବିକୁ ସମର୍ଥନ କରିନାହାନ୍ତି । ଏହାସହିତ ତାଙ୍କ ଦାବିକୁ ମିଥ୍ୟ ବୋଲି ମଧ୍ୟ କହିନାହାନ୍ତି । ଏଣୁ ସେ ଓସାମା ଲାଡେନର ନିହତ କରିଥିବା ଅପରେସନରେ ସାମିଲ ଥିଲେ ବୋଲି ବିଶ୍ବାସ କରାଯାଏ ।
ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଇନ ସମସ୍ତଙ୍କ ପାଇଁ ସମାନ ରହିଥାଏ । ଦେଶକୁ ଶତ୍ରୁ କବଳରୁ ରକ୍ଷା କରୁଥିବା ଯବାନ ମଧ୍ୟ ଆଇନ ଉଲ୍ଲଘଂନ କଲେ, ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗିରଫ କରାଯାଏ । ଏମିତି ଏକ ଘଟଣା ଆମ ଦେଶରେ ମଧ୍ୟ ଅନେକ ଦେଖିବାକୁ ମିଳିଛି । ଚଳିତ ବର୍ଷ ଗତ ଫେବୃଆରୀ 26 ତାରିଖରେ ପାର୍କିଂକୁ ନେଇ କନେଷ୍ଟବଳଙ୍କୁ ଆକ୍ରମଣ କରିବା ପରେ ବିଏସ୍ଏଫ୍ ଯବାନ ସଂଗ୍ରାମ ବିଶ୍ବାଳ ଗିରଫ ହୋଇଥିଲେ ।