ଓଡିଶା

odisha

ETV Bharat / international

ଏୟାର ସୋ'ରେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଦୁଇ ପାଇଲଟ - ଆମେରିକାର ଏକ ଏୟାର ସୋ ରେ ବିମାନ ଦୁର୍ଘଟଣା।

ଏୟାର ସୋ' ସମୟରେ ଭାରସାମ୍ୟ ହରାଇଲା ବିମାନ । ଅଳ୍ପକେ ବର୍ତ୍ତିଲେ ଦୁଇ ପାଇଲଟ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Aug 14, 2023, 12:47 PM IST

ଓ୍ବାସିଂଟନ ଡିସି: ଆମେରିକାର ଏକ ଏୟାର ସୋ' ସମୟରେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । କିନ୍ତୁ ଏହି ଦୁର୍ଘଟଣାରୁ ଦୁଇ ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମିଚିଘାନରେ ଏୟାର ସୋ' ସମୟରେ ମିଗ୍‌ 23 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା । ଦୁର୍ଘଟଣାରୁ ଅଳ୍କକେ ବର୍ତ୍ତିଗଲେ ଦୁଇ ପାଇଲଟ । ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି । ରବିବାର ଅପରାହ୍ନ ସମୟରେ ବିମାନ ଦୁର୍ଘଟଣା ହୋଇଥିଲା ।

ସ୍ଥାନୀୟ ଗଣମାଧ୍ୟମ ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍‌କୁ କହିଛି ଯେ, ରବିବାର ସନ୍ଧ୍ୟାରେ ଦୁଇ ଜଣ ପାଇଲଟ ମିଗ୍‌ 23 ବିମାନରେ ପରାକ୍ରମ ଦେଖାଇବାକୁ ଉଡାଣ ଭରିଥିଲେ। ଏହି ସମୟରେ କୌଣସି ଏକ ଯାନ୍ତ୍ରିକ ତୃଟି ଯୋଗୁଁ ଅଚାନକ ବିମାନଟି ଖସିବାକୁ ଲାଗିଲା। ତୁରନ୍ତ ଦୁଇ ପାଇଲଟ ପାରାସୁଟ୍‌ ମାଧ୍ୟମରେ ବିମାନରୁ ଇଜେକ୍ଟ ହୋଇ ଯାଇଥିଲେ। ବେଲେଭିଲ୍ ହ୍ରଦରେ ଦୁଇ ଜଣ ଖସି ପଡିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଚାଲରେ ଭର୍ତ୍ତି କରାଯାଇଛି। ଉଭୟ ଗୁରୁତର ଆହତ ହୋଇନଥିଲେ ସୁଦ୍ଧା ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ମଝି ଆକାଶରେ ସେନା ବିମାନ ଦୁର୍ଘଟଣା, ଚାଲିଗଲା ୬ ଜୀବନ

ଏନେଇ ୱେନେ କାଉଣ୍ଟି ବିମାନବନ୍ଦର କର୍ତ୍ତୃପକ୍ଷ ଏକ ବିବୃତ୍ତିରେ ଜାରି କରି କହିଛିନ୍ତି ଯେ, ଏହି ବିମାନ ଦୁର୍ଘଟଣାର କାହାର କୌଣସି କ୍ଷୟକ୍ଷତି ହୋଇ ନାହିଁ । ବିମାନ ମଧ୍ୟରେ ଥିବା ଏହି ଦୁଇ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି । ସୁରକ୍ଷିତ ଭାବେ ଉଭୟଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିମାନଟି ନିକଟସ୍ଥ ଆପାର୍ଟମେଣ୍ଟ କମ୍ପ୍ଲେକ୍ସର ପାର୍କିଂ ସ୍ଥାନରେ ଖସି ପଡ଼ି ଗାଡିଗୁଡିକ ଉପରେ ପଡ଼ିଥିଲା । ଆପାର୍ଟମେଣ୍ଟରେ ଥିବା ଜଣେ ବ୍ୟକ୍ତି ଏଥିରେ ଆହତ ମଧ୍ୟ ହୋଇଛନ୍ତି । ମିଚିଘାନ୍‌ରେ ଦୁଇ ଦିନିଆ ଏୟାର ସୋ' କାର୍ଯ୍ୟକ୍ରମ ଚାଲିଥିଲା । ବିମାନ ଦୁର୍ଘଟଣା ହେବା ପରେ ଏହାକୁ ସ୍ଥଗିତ ରଖାଯାଇଛି । ତେବେ କେଉଁ କାରଣରୁ ବିମାନଟି କ୍ରାସ୍‌ ହେଲା ସେନେଇ ଏଫଏଏ ଓ ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) ଦ୍ୱାରା ଯାଞ୍ଚ କରାଯିବ ।

ଗତ ବର୍ଷ ନଭେମ୍ବର ମାସରେ ଆମେରିକାରେ ଏୟାର ସୋ' ବେଳେ ଯୁଦ୍ଧ ବିମାନ ଦୁର୍ଘଟଣା ହୋଇଥିଲା । ଆମେରିକାରେ ଏୟାର ସୋ' ବେଳେ ଧକ୍କା ହୋଇଥିଲା ଦୁଇ ବିମାନ । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ଦୁଇ ସାମରିକ ବିମାନ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଦୁଇଟି ବିମାନ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ, ୬ଜଣଙ୍କ ମୃତ୍ୟୁ ହୋଇଥିଲା । ବୋଇଂ ବୋମା ବର୍ଷକ ବିମାନ B-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ P-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା ଦେଇଥିଲେ ।

ABOUT THE AUTHOR

...view details