ଓଡିଶା

odisha

ETV Bharat / international

Explosion on Istanbul: ଇସ୍ତାନବୁଲରେ ବିସ୍ଫୋରଣ, 4 ମୃତ 38 ଆହତ

ତୁର୍କୀ ରାଜଧାନୀ ଇସ୍ତାନବୁଲରେ ବିସ୍ଫୋରଣ । 4 ମୃତ 38 ଆହତ । ବିସ୍ଫୋରଣର କାରଣ ଅସ୍ପଷ୍ଟ (several injured in a explosion in Turkey)। ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ

By

Published : Nov 13, 2022, 8:40 PM IST

Updated : Nov 13, 2022, 10:56 PM IST

Explosion on Istanbul: ତୁର୍କୀ ରାଜଧାନୀ ଇଷ୍ଟାବୁଲରେ ବିସ୍ଫୋରଣ, 11 ଆହତ
Explosion on Istanbul: ତୁର୍କୀ ରାଜଧାନୀ ଇଷ୍ଟାବୁଲରେ ବିସ୍ଫୋରଣ, 11 ଆହତ

ଇସ୍ତାନବୁଲ:ତୁର୍କୀ ରାଜଧାନୀ ଇସ୍ତାନବୁଲରେ ଏକ ବିସ୍ଫୋରଣ ଘଟିଛି (several injured in a explosion in Turkey)। ଏଥିରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 38ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ରାଜଧାନୀ ଇସ୍ତାନବୁଲର ବ୍ୟସ୍ତବହୁଳ ତାକସିମ ସ୍କୋୟାରରେ ଅପରାହ୍ନ ପ୍ରାୟ 4ଟା ବେଳେ ଏହି ବିସ୍ଫୋରଣ ହୋଇଥିଲା । ଏଥିରେ ଅନେକ ଆହତ ହୋଇଥିବା ବେଳେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା 4 ବୋଲି ଦର୍ଶାଯାଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଆହତଙ୍କ ମଧ୍ୟରେ କିଛି ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ମଧ୍ୟ ରହିଛି ।

ବିସ୍ଫୋରଣ ପରେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥିଲେ । ତେବେ ଏହା ଏକ ଦୁର୍ଘଟଣାଜନିତ ବିସ୍ଫୋରଣ (Explosion in Turkey) ନୁହେଁ ବରଂ ଏକ ଆକ୍ରମଣ ବୋଲି ପୋଲିସ କହିଛି । ସ୍ଥାନୀୟ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯିବା ସହ ତଦନ୍ତ ଜାରି ରହିଛି । ଆକ୍ରମଣ ନେଇ କୌଣସି ଗୋଷ୍ଠୀ କିମ୍ବା ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 13, 2022, 10:56 PM IST

ABOUT THE AUTHOR

...view details