ଓଡିଶା

odisha

ETV Bharat / international

ଟ୍ବିଟରକୁ ଫେରିଲେ ଟ୍ରମ୍ପ - ଜନମତ ପାଇ ପୁଣି ଟ୍ବିଟକୁ ଫେରିଲେ ଟ୍ରମ୍ପ

୨୨ ମାସ ପରେ ଟ୍ୱିଟରକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Former US President Donald Trump) । ଜନମତରେ ବିଜୟୀ ହେବା ପରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟ୍ବିଟର ଅକାଉଣ୍ଟ୍‌କୁ ସଚଳ କରାଯାଇଛି । ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ଏଲନ ମସ୍କ । ଅଧିକ ପଢନ୍ତୁ

ଟ୍ବିଟକୁ ଫେରିଲେ ଟ୍ରମ୍ପ
ଟ୍ବିଟକୁ ଫେରିଲେ ଟ୍ରମ୍ପ

By

Published : Nov 20, 2022, 9:14 AM IST

ଓ୍ବାଶିଂଟନ: ଏଲନ ମସ୍କ ଟ୍ବିଟରକୁ କିଣିବା ପରେ ପ୍ରତ୍ୟେକ ଦିନ କିଛି ନୂଆ ନୂଆ ଖବର ସାମ୍ନାକୁ ଆସିଛି । 22ମାସ ପରେ ପୁଣି ଟ୍ବିଟରକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Former US President Donald Trump) । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଟ୍ବିଟର ମାଲିକ ଏଲନ ମସ୍କ(Elon Musk)। ଜନମତରେ ବିଜୟୀ ହେବା ପରେ ଟ୍ରମ୍ପଙ୍କ ଟ୍ବିଟର(Twitter) ଆକାଉଣ୍ଟକୁ ସଚଳ କରାଇଛନ୍ତି ଏଲନ ମସ୍କ ।

ଗୋଟିଏ ଦିନ ପୂର୍ବରୁ ଟ୍ରମ୍ପଙ୍କ ଅଚଳ ଆକାଉଣ୍ଟକୁ ପୁନଃ ସଚଳ କରାଯିବା କଥା କି ନାହିଁ ଏଥିପାଇଁ ଏଲନ ମସ୍କ 24 ଘଣ୍ଟିଆ ଜନମତ ଲୋଡିଥିଲେ । ତେବେ ହଁ ଓ ନାଁର ପାର୍ଥକ୍ୟ ଖୁବ କମ ଥିଲା । ସର୍ଭେ ଫଳାଫଳ ବିଷୟରେ ଆଲୋଚନା କରି ୫୨ ପ୍ରତିଶତ ଲୋକ ଟ୍ରମ୍ପଙ୍କ ଆକାଉଣ୍ଟକୁ ସଚଳ କରିବାକୁ ଦାବି କରିଛନ୍ତି । ଯେଉଁଠାରେ ୪୮ ପ୍ରତିଶତ ଲୋକ ଏହାକୁ ବିରୋଧ କରିଥିଲେ । ଜନତାଙ୍କ କଥାକୁ ସମ୍ମାନ ଦେଇ ଟ୍ୱିଟର ପକ୍ଷରୁ ଟ୍ରମ୍ପଙ୍କ ଆକାଉଣ୍ଟକୁ ଆକ୍ଟିଭ୍ କରାଯାଇଛି ।

ଏନେଇ ଏଲନ ମସ୍କ ଟ୍ବିଟ କରି କହିଛନ୍ତି, “ଜନତା କହିସାରିଛନ୍ତି ଯେ ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ସଚଳ ହେବ । ଭକ୍ସ ପୋପୁଲି, ଭକ୍ସ ଦେଇ । ଟ୍ରମ୍ପଙ୍କ ଆକାଉଣ୍ଟ ଏଥର ଟ୍ୱିଟରରେ ଦେଖାଯିବ ଯାହାର ଅର୍ଥ ହେଲା ଲୋକମାନଙ୍କର ସ୍ୱର ଈଶ୍ୱରଙ୍କ ସ୍ୱର ସହିତ ସମାନ। " କ୍ୟାପିଟୋଲ ହିଂସାକାଣ୍ଡ ପରେ ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ଆକ୍ଟିଭ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ଏଲନ ମସ୍କ । ଆଜି ମସ୍କ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି ।

କାହିଁକି ସ୍ଥଗିତ ରଖାଯାଇଥିଲା ଟ୍ରମ୍ପଙ୍କ ଆକାଉଣ୍ଟ

୨୦୨୧ମସିହା ଜାନୁୟାରୀ 6 ତାରିଖରେ ଆମେରିକାର କ୍ୟାପିଟାଲରେ ଦଙ୍ଗା ହୋଇଥିଲା ଏବଂ ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ କିଛି ମାତ୍ରାରେ ଦାୟୀ ହୋଇଥିଲେ । ୨୦୨୦ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ବାତିଲ କରାଇବା ନିମନ୍ତେ ଟ୍ରମ୍ପ୍‌ଙ୍କ ଉତ୍ତ୍ୟକ୍ତ ସମର୍ଥକମାନେ କ୍ୟାପିଟାଲ ଆକ୍ରମଣ କରିଥିଲେ । ତେବେ ସେ ନିଜ ସମର୍ଥକଙ୍କ ସହ ପ୍ରାୟତଃ ଟ୍ୱିଟର ମାଧ୍ୟମରେ କଥା ହେଉଥିଲେ ଏବଂ ଦଙ୍ଗା ପରେ ତାଙ୍କୁ ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମରୁ ବାରଣ କରାଯାଇଥିଲା । ସେବେଠାରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ତାଙ୍କ ସୋସିଆଲ୍ ନେଟୱାର୍କିଂ ଆପ୍ ଟ୍ରୁଥ୍ ସୋସିଆଲରେ(Truth Social) ଆକ୍ଟିଭ ଥିଲେ । ଏହି ଦଙ୍ଗାରେ ତାଙ୍କର ଭୂମିକା ସମ୍ପର୍କରେ ଆମେରିକାରେ ମଧ୍ୟ ଅନୁସନ୍ଧାନ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details