ଓଡିଶା

odisha

ETV Bharat / international

ଇସ୍ରାଏଲରେ ପହଞ୍ଚିଲେ ଏଲନ ମସ୍କ: ହମାସ ଆକ୍ରମଣରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ, ନେତାନ୍ୟାହୁଙ୍କ ସହ କଲେ ଆଲୋଚନା - ଇସ୍ରାଏଲରେ ଏଲନ ମସ୍କ

ଇସ୍ରାଏଲରେ ପହଞ୍ଚିଲେ ଆମେରିକୀୟ ବିଲେନିୟର ଏଲନ ମସ୍କ । ହମାସ ଆକ୍ରମଣରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା କିବବୁତ ଅଞ୍ଚଳ ପରିଦର୍ଶନ କଲେ । ସାଙ୍ଗରେ ଥିଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ଅଧିକ ପଢନ୍ତୁ

ଇସ୍ରାଏଲରେ ପହଞ୍ଚିଲେ ଏଲନ ମସ୍କ, ନେଇସ୍ରାଏଲରେ ପହଞ୍ଚିଲେ ଏଲନ ମସ୍କ, ନେତାନ୍ୟାହୁଙ୍କ ସହ କଲେ ଆଲୋଚନା ତାନ୍ୟାହୁଙ୍କ ସହ କଲେ ଆଲୋଚନା
ଇସ୍ରାଏଲରେ ପହଞ୍ଚିଲେ ଏଲନ ମସ୍କ, ନେତାନ୍ୟାହୁଙ୍କ ସହ କଲେ ଆଲୋଚନା

By ETV Bharat Odisha Team

Published : Nov 27, 2023, 10:11 PM IST

ହାଇଦ୍ରାବାଦ:ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ସମେତ ଅନ୍ୟ ପଶ୍ଚିମ-ରାଷ୍ଟ୍ର ସମୂହର ମୁଖ୍ୟମାନେ ଇସ୍ରାଏଲ ଗସ୍ତ କରିବା ପରେ ଏବେ ବିଶ୍ବର ବିତ୍ତଶାଳୀ ତଥା ଆମେରିକୀୟ ଉଦ୍ୟୋଗପତି ଏଲନ ମସ୍କ ମଧ୍ୟ ଇସ୍ରାଏଲ ଗସ୍ତ କରିଛନ୍ତି । ସେ ଆଜି ଟେଲ-ଆଭିଭରେ ପହଞ୍ଚି ସ୍ଥାନୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ସାକ୍ଷାତ କରିଛନ୍ତି । ମସ୍କଙ୍କ ମାଇକ୍ରୋ ବ୍ଲିଗିଂ ପ୍ଲାଟଫର୍ମ ‘ଏକ୍ସ’ରେ ଇହୁଦୀ ବିରୋଧୀ ଆଭିମୁଖ୍ୟ ବିସ୍ତାର ହେଉଥିବା ଅଭିଯୋଗ ମଧ୍ୟରେ ମସ୍କ ସିଧା ଇସ୍ରାଏଲରେ ପହଞ୍ଚିଛନ୍ତି ।

ଆଜି ଗସ୍ତରେ ସେ ହମାସ ଆକ୍ରମଣରେ ସର୍ବାଧିକ ପ୍ରଭାବିତ ହୋଇଥିବା ଇସ୍ରାଏଲର କିବବୁତ ଅଞ୍ଚଳ ପରିଦର୍ଶନ କରିଥିଲେ । ଗତ ମାସ 7 ତାରିଖରେ ହମାସ କରିଥିବା ଆକ୍ରମଣରେ ଏହି ଅଞ୍ଚଳ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ସେ ସେଠାରେ ପ୍ରଭାବିତ ସ୍ଥାନ ପରିଦର୍ଶନ କରିବା ସହ ସେନାଧିକାରୀଙ୍କ ସହ ଆଲୋଚନା କରିଥିଲେ । ସାଙ୍ଗରେ ସ୍ଥାନୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଇସ୍ରାଏଲ ସେନାର ବରିଷ୍ଠ ଅଧିକାରୀମାନେ ମଧ୍ୟ ଥିଲେ । ଉଭୟ ମସ୍କ ଓ ନେତାନ୍ୟାହୁଙ୍କ ସେନାର ଏକ ପ୍ରୋଟେକଟିଭ ଜ୍ୟାକେଟ ପରିଧାନ କରିଥିବା ନଜର ଆସିଥିଲେ । ମସ୍କଙ୍କ ଗସ୍ତ ସମ୍ପର୍କରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ:- ବିଶ୍ବକପରେ ଭାରତର ପରାଜୟରେ କ୍ୟାମ୍ପସରେ ଆତଙ୍କ ଖେଳାଇ 7 କାଶ୍ମୀର ଛାତ୍ର ଗିରଫ, ଲାଗିଲା UAPA ଆକ୍ଟ

ଇସ୍ରାଏଲ ଗତମାସ 7 ତାରିଖରୁ ଗାଜାରେ ସ୍ବତନ୍ତ୍ର ସାମରିକ ଅପରେସନ ଜାରି ରଖିଛି । ଗାଜାରେ ପ୍ରାୟ 13 ହଜାରରୁ ଅଧିକ ସାଧାରଣ ଲୋକଙ୍କ ପ୍ରାଣହାନୀ ହୋଇସାରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା କାରଣରୁ ଇସ୍ରାଏଲ ପ୍ରତି ସମାଲୋଚନା ମଧ୍ୟ ବଢିବାରେ ଲାଗିଛି । ଏହାକୁ ଇସ୍ରାଏଲର ଯୁଦ୍ଧ ଅପରେସନ ବୋଲି ମଧ୍ୟ ତୁର୍କୀ ସମେତ କିଛି ଦେଶ କହୁଛନ୍ତି । ଏହାରି ମଧ୍ୟରେ ଇସ୍ରାଏଲକୁ ସମାଲୋଚନା କରି ଏକାଧିକ କଣ୍ଟେଟ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୁରି ବୁଲୁଛି । ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ସାଇଟ ‘ଏକ୍ସ’ରେ ମଧ୍ୟ ଇହୁଦୀ ବିରୋଧୀ ଆଭିମୁଖ୍ୟ ବିସ୍ତାର ହେଉଥିବା ଅଭିଯୋଗ ହୋଇଥିଲା । ଯାହା ସିଧାସଳଖ ମସ୍କଙ୍କ ମାଲିକାନାରେ ରହିଛି । ଆମେରିକୀୟ ରାଷ୍ଟ୍ରମୁଖ୍ୟଙ୍କ ପରି ମସ୍କ ମଧ୍ୟ ସମବେଦନା ଓ ସମର୍ଥନ ଜଣାଇବା ପାଇଁ ସିଧା ଇସ୍ରାଏଲରେ ପହଞ୍ଚିଛନ୍ତି । ଏବେ ଇସ୍ରାଏଲ ଗାଜା ମଧ୍ୟରେ ଅସ୍ତ୍ରବିରତି ଜାରି ରହିଛି ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details