ଓଡିଶା

odisha

ETV Bharat / international

ମ୍ୟାନହୋଲରୁ ମାଆ ସହ ଛୁଆ ହାତୀ ଉଦ୍ଧାର - ଡ୍ରେନରୁ ହାତୀ ଉଦ୍ଧାର

ମଧ୍ୟ ଥାଇଲାଣ୍ଡରେ ପ୍ରାଣୀ ଉଦ୍ୟାନ ପାର୍କ କର୍ମଚାରୀଙ୍କ ଉଦ୍ୟମରେ ମାଆ ହାତୀ ଏବଂ ଛୁଆକୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

ମ୍ୟାନହୋଲରୁ ଉଦ୍ଧାର ମାଆ ହାତୀ ଏବଂ ଛୁଆହାତୀ
ମ୍ୟାନହୋଲରୁ ଉଦ୍ଧାର ମାଆ ହାତୀ ଏବଂ ଛୁଆହାତୀ

By

Published : Jul 19, 2022, 9:00 AM IST

ଥାଇଲାଣ୍ଡ:ମଧ୍ୟ ଥାଇଲାଣ୍ଡରେ ପ୍ରାଣୀ ଉଦ୍ୟାନ ପାର୍କ କର୍ମଚାରୀଙ୍କ ଉଦ୍ୟମରେ ମାଆ ହାତୀ ଏବଂ ତାର ଛୁଆକୁ ଉଦ୍ଧାର କରାଯାଇଛି । ପାର୍କ ଅଧିକାରୀଙ୍କ କହିବାନୁସାରେ, ଏକ ବର୍ଷର ହାତୀଟି ଏକ ବଡ଼ ଗର୍ତ୍ତରେ ପଡ଼ିଯାଇଥିଲା । ମାଆ ହାତୀ ଛୁଆକୁ ସେହି ସ୍ଥାନରେ ଜଗି ରହିଥିଲେ । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ନିୟନ୍ତ୍ରଣ କରି ଛୁଆହାତୀକୁ ଉଦ୍ଧାର କରିଥିଲେ ।

ମ୍ୟାନହୋଲରୁ ଉଦ୍ଧାର ହେଲେ ଦୁଇହାତୀ

ମାଆ ହାତୀକୁ ନିୟନ୍ତ୍ରଣ କରିବା ପାଇଁ ଆନାସ୍ଥେଟିକ ଗୁଳି ବ୍ୟବହାର କରିଥିଲେ । ଫଳରେ ସେ ଚେତାଶୂନ୍ୟ ହୋଇପଡିଥିଲେ। ସେ ସେଠାରେ ଏପରି ଭାବରେ ପଡି ରହିଲା ଯେ ଅଧା ଶରୀରର ବାହାରେ ଓ ଅଧା ଗର୍ତ୍ତରେ ଥିଲା । ପରେ ଉଦ୍ଧାରକାରୀ ଦଳ ମାଆକୁ ଉଠାଇବା ପାଇଁ ଏକ କ୍ରେନ୍ ବ୍ୟବହାର କରିଥିଲେ । ଏହା ପରେ ଛୁଆ ହାତୀକୁ କ୍ରେନ୍ ସାହାଯ୍ୟରେ ବାହାରକୁ ଆଣାଯାଇଥିଲା । ଉଦ୍ଧାରକାରୀ ଦଳର ସଦସ୍ୟମାନେ ହାତୀକୁ ବଞ୍ଚାଇବା ପାଇଁ ସବୁ ପ୍ରକାର କସରସ କରିଥିଲେ । ଦୀର୍ଘ ସମୟ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଦୁଇ ହାତୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ABOUT THE AUTHOR

...view details