ଓଡିଶା

odisha

Nepal Plane Crash History: ୧୨ ବର୍ଷରେ ୮ ବଡ ବିମାନ ଦୁର୍ଘଟଣା, ଯାଇଛି ୧୬୬ ଜୀବନ

By

Published : Jan 15, 2023, 2:04 PM IST

ନେପାଳରେ ବାରାମ୍ବାର ବିମାନ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ଗତ ୧୨ ବର୍ଷ ମଧ୍ୟରେ ବିମାନ ଦୁର୍ଘଟଣା ଯୋଗୁଁ ୧୬୬ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Nepal Plane Crash History
Nepal Plane Crash History

ହାଇଦ୍ରାବାଦ:ଆଜି ନେପାଳର କାଠମାଣ୍ଡୁରେ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ୭୨ ଯାତ୍ରୀ ବସିଥିବା ବିମାନଟି ଅବତରଣ କରିବା ସମୟରେ ରନଓ୍ବେରେ କ୍ରାସ ହୋଇଥିଲା । ୟେତି ଏୟାରଲାଇନ୍ସର ବିମାନଟି ଦୁର୍ଘଟଣା ଗସ୍ତ ହୋଇଥିବା ବେଳେ ବିମାନରେ ମୋଟ ୬୮ ଜଣ ଯାତ୍ରୀ ଓ ୪ଜଣ କ୍ରୁ ସଦସ୍ୟ ରହିଥିଲେ । ବର୍ତ୍ତମାନ ୧୬ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ତେବେ ଏହା ପ୍ରଥମ ବିମାନ ଦୁର୍ଘଟଣା ନୁହଁ, ଏହା ପୂର୍ବରୁ ବହୁବାର ନେପାଳରେ ବିମାନ ଦୁର୍ଘଟଣା ହୋଇଛି ।

ଗତ ୧୨ ବର୍ଷ ମଧ୍ୟରେ ନେପାଳରେ ୮ଟି ବଡ଼ ବିମାନ ଦୁର୍ଘଟଣା ହୋଇଛି । ୨୦୧୦ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ବିମାନ ଦୁର୍ଘଟଣା ଯୋଗୁଁ ୧୬୬ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏଠାରେ ଖରାପ ପାଗ ଏବଂ ପର୍ବତ ମଧ୍ୟରେ ନିର୍ମିତ ହୋଇଥିବା ଏୟାରଷ୍ଟ୍ରିପ୍ ବିମାନ ଦୁର୍ଘଟଣାର ଏକ ପ୍ରମୁଖ କାରଣ ବୋଲି କୁହାଯାଏ । ନଜର ପକାନ୍ତୁ ନେପାଳରେ ପୂର୍ବରୁ ଘଟିଥିବା ୮ଟି ବଡ ବିମାନ ଦୁର୍ଘଟଣା ଉପରେ ।

୨୦୨୨ରେ ତାରା ଏୟାରଲାଇନ୍ସର ବିମାନ ଦୁର୍ଘଟଣା: ମେ ୨୯ ତାରିଖ ଦିନ ପୋଖରା ଠାରୁ ଜୋମସୋମ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା ତାରା ଏୟାରଲାଇନ୍ସ 9 ଏନଅଇଟି ବିମାନ । ସକାଳ ୯.୫୫ରେ ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ବିମାନଟି କ୍ରାସ ହୋଇଥିଲା । କ୍ରାସ ହେବାର ୬ ଘଣ୍ଟା ପରେ ବିମାନଟିର ପତ୍ତା ମିଳିଥିଲା । ଏଥିରେ ଚାରି ଜଣ ଭାରତୀୟଙ୍କ ସମେତ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା ।

୨୦୧୮ ବାଙ୍ଗଲା ଏୟାରଲାଇନ୍ସ ୨୧୧ ବିମାନ ଦୁର୍ଘଟଣା:ବିମାନଟି ଧକ୍କା ଠାରୁ କାଠମାଣ୍ଡୁ ଉଡାଣ ଆରମ୍ଭ କରିଥିଲା । ଏହାପରେ ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ବିମାନରେ ବସିଥିବା ୭୧ ଯାତ୍ରୀଙ୍କ ମଧ୍ୟରୁ ୫୧ ଜଣଙ୍କର ମୃତ୍ୟୁ ଘଟିଥିଲା ।

୨୦୧୬ରେ ତାରା ଏୟାରଲାଇନ୍ସର ବିମାନ ଦୁର୍ଘଟଣା:ଫେବୃଆରୀ ୨୪ ୨୦୧୬ରେ ତାରା ଏୟାରଲାଇନ୍ସର ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନଟି ପୋଖରାରୁ ଜୋମସୋମକୁ ଉଡାଣ ଆରମ୍ଭ କରିଥିଲା । କିନ୍ତୁ ଟେକ ଅପର ଆଠ ମିନିଟ ପରେ ବିମାନଟି ନିଖୋଜ ହୋଇଯାଇଥିଲା । ଏହା ପରେ ବିମାନର କିଛି ଅଂଶ ଡାନା ଗ୍ରାମ ନିକଟରେ ଦେଖିବାକୁ ମିଳିଥିଲା । ବିମାନରେ ୨୩ ଜଣ ଯାତ୍ରୀ ଥିବା ବେଳେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା ।

୨୦୧୨ ସୀତା ଏୟାର ଫ୍ଲାଇଟ୍ ୬୦୨ ଦୁର୍ଘଟଣା: ୨୦୧୨ରେ ଏହି ବିମାନ ଦୁର୍ଘଟଣାଗସ୍ତ ହେବାରୁ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା । ବିମାନଟି କାଠମାଣ୍ଡୁରୁ ଉଡାଣ ଆରମ୍ଭ କରିଥିବା ବେଳେ ବୈଷୟିକ ତୃଟି ଯୋଗୁଁ ଏହା ଜରୁରୀକାଳୀନ ଅବତରଣ କରିଥିଲା । ଏହି ସମୟରେ ବିମାନଟି କ୍ରାସ ହେବାରୁ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

୨୦୧୨ ଅଗ୍ନି ଏୟାର ଡୋର୍ନିଅର୍ ୨୨୮ ଦୁର୍ଘଟଣା: ଏକ ଅଗ୍ନି ଏୟାର ଡୋର୍ନିଅର୍ ବିମାନ ପୋଖରାରୁ ଜୋମସମ୍ ଅଭିମୁଖେ ଯାତ୍ରା ଆରମ୍ବ କରିଥିଲା । ବିମାନଟି ଜୋମସମ ବିମାନବନ୍ଦର ନିକଟରେ ପହଞ୍ଚିବା ମାତ୍ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ବସିଥିବା ୨୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା ।

୨୦୧୧ ବୁଦ୍ଧ ଏୟାର ଫ୍ଲାଇଟ୍ ୧୦୩ ଦୁର୍ଘଟଣା: ୨୫ ସେପ୍ଟେମ୍ବର ୨୦୧୧ରେ ବୁଦ୍ଧ ଏୟାର ନାଇନ୍ସର ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ବସିଥିବା ୨୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୦ ଜଣ ଭାରତୀୟ ନାଗରିକ ଥିଲେ ।

୨୦୧୦ ତାରା ଏୟାର ଟୁଇନ ଓଟର ବିମାନ ଦୁର୍ଘଟଣା:୨୦୧୦ ଡିସେମ୍ବର ୨୫ ତାରିଖରେ, ଏକ ତାରା ଏୟାର ଟୁଇନ ଓଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ଉଡ଼ିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତିନି ଜଣ କ୍ରୁ ସଦସ୍ୟଙ୍କ ସମେତ ବିମାନରେ ଥିବା ସମସ୍ତ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା ।

୨୦୧୦ ଅଗ୍ନି ଏୟାର ୧୦୧ ବିମାନ ଦୁର୍ଘଟଣା: ଅଗ୍ନି ଏୟାର ବିମାନଟି ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏହି ବିମାନ କାଠମାଣ୍ଡୁରୁ ଉଡାଣ ଆରମ୍ଭ କରିବାର ୨୨ ମିନିଟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ଥିବା ସମସ୍ତ ୧୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।

ABOUT THE AUTHOR

...view details