ଓଡିଶା

odisha

ଉତ୍ତର ଇରାକରେ ତୁର୍କୀର ବୋମାମାଡ, ୮ ମୃତ ୨୩ ଆହତ

ଉତ୍ତର ଇରାକରେ ତୁର୍କୀର ବୋମାମାଡ । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

By

Published : Jul 21, 2022, 9:56 AM IST

Published : Jul 21, 2022, 9:56 AM IST

ଉତ୍ତର ଇରାକରେ ତୁର୍କୀର ବୋମାମାଡ, ୮ ମୃତ ୨୩ ଆହତ
ଉତ୍ତର ଇରାକରେ ତୁର୍କୀର ବୋମାମାଡ, ୮ ମୃତ ୨୩ ଆହତ

ବଗଦାଦ: ଉତ୍ତର ଇରାକରେ ତୁର୍କୀର ବୋମାମାଡ । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ରହିଥିବା ସୂଚନା । ଉତ୍ତର ଇରାକର ଦେହୁକ ଅଞ୍ଚଳରେ ବୋମାମାଡ କରିଛି ତୁର୍କୀ । ଏନେଇ ଗତକାଲି(ବୁଧବାର) ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି ।

ରାଷ୍ଟ୍ରୀୟ ଗଣମାଧ୍ୟମର ସୂଚନାଅନୁସାରେ, କୁର୍ଦିସ୍ଥାନ ଓ ତୁର୍କୀ ସୀମାରେ ଥିବା ଜାଖୋ ସହରର ଏକ ରିସୋର୍ଟରେ ବୁଧବାର ବୋମାମାଡ ହୋଇଥିଲା । ପ୍ରାଣ ହରାଇଥିବା ସମସ୍ତ ୮ ନାଗରିକ ପର୍ଯ୍ୟଟକ ହୋଇଥିବା ନେଇ ସୂଚନା । କୁର୍ଦିସ୍ଥାନର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ହିଁ ୮ଜଣଙ୍କର ମୃତ୍ୟୁ ହୋଇସାରିଥିଲା ଏବଂ ୨୩ ଜଣ ଚିକିତ୍ସିତ ହେଉଛନ୍ତି ।

ସୂଚନାଅନୁସାରେ, ବୋମାମାଡ ସମୟରେ ଉପସ୍ଥିତ ରହିଥିବା ଜଣେ ମୁସ୍ତାଫା ଆଲା(୨୪) ନାମକ ଯୁବକ କହିଛନ୍ତି ଯେ, ଏହି ବୋମାମାଡ ଭୟଙ୍କର ଥିଲା । ତୁର୍କୀ ଲଗାତର ଭାବେ ଉତ୍ତର ଇରାକରେ ଆକ୍ରମଣ କରୁଛି । ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଜାକୋ ଠାରୁ ପ୍ରାୟ 10 କିଲୋମିଟର ଦୂରରେ ଥିବା ଇରାକ ସହିତ ହାବୁର ସୀମା କ୍ରସିଂରେ ଦୁଇ ଜଣ ଆତଙ୍କବାଦୀ ତୁର୍କୀ ସୁରକ୍ଷା ପଏଣ୍ଟରେ ଆତ୍ମସମର୍ପଣ କରିଛନ୍ତି ।

କୁର୍ଦର ପିକେକେ ସଙ୍ଗଠନ ୧୯୮୪କୁ ତୁର୍କୀ ବିରୋଧରେ ସଙ୍ଘର୍ଷ କରି ଆସୁଛି । ବର୍ତ୍ତମାନ ସୁଦ୍ଧା ୪୦ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ତୁର୍କୀର ଏହି ଆକ୍ରମଣ ମଧ୍ୟରେ ଇରାକ ବୈଦେଶିକ ମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ABOUT THE AUTHOR

...view details