ନାଏପିଦା: ଶକ୍ତିଶାଳୀ ଭୂକମ୍ପରେ ଥରିଲା ମିଆଁମାର(Myanmar)। ମିଆଁମାରର ବର୍ମାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ରେକର୍ଡ କରାଯାଇଛି । ଆଜି(ଶୁକ୍ରବାର) ଭୋର ୩ଟା ୫୨ ମିନିଟ ସମୟରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାର ବର୍ମାର୧୬୨ କିମି ଉତ୍ତର-ପଶ୍ଚିମର (162km NW)ରେ ରହିଛି । ଯାହାର ଗଭୀରତା ୧୪୦ କିଲୋମିଟର ରହିଥିବାବେଳେ ଏହାର ଅକ୍ଷାଂଶ ୨୩.୦୯ ଏବଂ ଦ୍ରାଘିମା ୯୫.୦୧ ରହିଛି । ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-Encounter: କଶ୍ମୀରର 2ଟି ସ୍ଥାନରେ ଏନକାଉଣ୍ଟର, ସର୍ଚ୍ଚ ଅପରେସନ ଜାରି
ଏହା ପୂର୍ବରୁ ଚଳିତ ମାସ ୧୯ ତାରିଖରେ ଭୋର ପ୍ରାୟ ୩ଟା ସମୟରେ ମିଆଁମାରରେ ୪.୪ ତୀବ୍ରତାର ଭୂକମ୍ପ ହୋଇଥିଲା । ଯାହାର ଗଭୀରତା ୧୦୫ କିଲୋମିଟର ରହିଥିବାବେଳେ ଏହାର ଅକ୍ଷାଂଶ ୨୧.୩୨ ଏବଂ ଦ୍ରାଘିମା ୯୪.୭୪ ରହିଛି, ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା । ସେହିପରି ଗତ ଜୁଲାଇ ମାସରେ ମିଆଁମାରର ୟାନଗାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୫.୦ ରେକର୍ଡ କରାଯାଇଥିଲା । ମିଆଁମାର ୟାନଗାନର ଦକ୍ଷିଣ ପଶ୍ଚିମ ଠାରୁ ୨୬୦ କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୦ କିଲୋମିଟର ରହିଥିବା ବେଳେ ଅକ୍ଷାଂଶ ୧୯.୫୩ ରହିଥିବାବେଳେ ଦ୍ରାଘିମା ୯୪.୬୪ ରହିଥିଲା । ତେବେ କୌଣସି କ୍ଷୟକ୍ଷତି ନେଇ ସୂଚନା ନଥିଲା । 2020ରେ ମଧ୍ୟ ଭାରତ-ମିଆଁମାର ସୀମାରେ ଭୂମିକମ୍ପ ଝଟକା ଦେଖାଦେଇଥିଲା । ତେବେ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା 5.3 ଥିବା ୟୁରୋପୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ମିଳିଥିଲା । ଏହାର ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ନଥିଲା।