କାଠମାଣ୍ଡୁ: ସକାଳୁ ସକାଳୁ ଭୂମିକମ୍ପରେ ଥରିଲା ପଡୋଶୀ ନେପାଳ । ଆଜି ନେପାଳ ନୁୱାକୋଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରେକର୍ଡ କରାଯାଇଛି । ଆଜି ସକାଳ ସମୟ ପ୍ରାୟ ୫ଟା ୨୬ ମିନିଟ୍ ସମୟରେ ଭୂମିକମ୍ପ ହୋଇଥିବା ଜଣାପଡିଛି । ତେବେ ଏଥିରେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ନାହିଁ ଏନେଇ ନେପାଳର ଜାତୀୟ ଭୂକମ୍ପ ନିରୀକ୍ଷଣ ଓ ଗବେଷଣା କେନ୍ଦ୍ର(National Earthquake Monitoring & Research Center) ପକ୍ଷରୁ ସୂଚନା ଦିଆଯାଇଛି ।
ଭୂମିକମ୍ପରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୫.୩ ରେକର୍ଡ - ନେପାଳରେ ଭୂମିକମ୍ପ
ନେପାଳରେ ଭୂମିକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରେକର୍ଡ । ଅଧିକ ପଢନ୍ତୁ
ନେପାଳରେ ୫.୩ ତୀବ୍ରତାର ଭୂମିକମ୍ପ
ସୂଚନା ଅନୁଯାୟୀ, ବାଗମତିର ନୁୱାକୋଟ ଜିଲ୍ଲା ଅନ୍ତର୍ଗତ ବେଲକୋଟଗଡି ଠାରେ ଏହି ଭୂମିକମ୍ପ ଝଟକା ଲାଗିଛି । ତେବେ ଭୂକମ୍ପ ଜନିତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଏହାପୂର୍ବରୁ ଗତ ଜୁଲାଇ ୩୧ରେ କୋଟାଙ୍ଗ ଜିଲ୍ଲାରେ ୬.୦ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ହୋଇଥିଲା ।