ଓଡିଶା

odisha

By

Published : Nov 21, 2022, 2:40 PM IST

Updated : Nov 21, 2022, 4:57 PM IST

ETV Bharat / international

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ: ୪୪ ମୃତ, ଅନେକ ଆହତ

ଇଣ୍ଡୋନେସିଆରେ ୫.୪ ତୀବ୍ରତାର ଭୂକମ୍ପ, ୪୪ ମୃତ ଓ ଶତାଧିକ ଆହତ ହୋଇଥିବା ସୂଚନା । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା । ଅଧିକ ପଢନ୍ତୁ

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ: 44 ମୃତ, ଅନେକ ଆହତ
ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ: 44 ମୃତ, ଅନେକ ଆହତ

ଜାକର୍ତ୍ତା: ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏଥିରେ ପ୍ରାୟ ୪୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ପ୍ରାୟ ୭ଶହ ଆହତ ହୋଇଥିବା ସୂଚନା ମିଳିଛି । ଆଜି (ସୋମବାର) ଅପରାହ୍ନରେ ଇଣ୍ଡୋନେସିଆର ଜାଭା ଦ୍ବୀପରେ ଏହି ଭୂକମ୍ପର ଝଟକା ଲାଗିଛି । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୫.୬ ରେକର୍ଡ ହୋଇଥିବା ବେଳେ ସୁନାମି ଆଲର୍ଟ ମଧ୍ୟ ଜାରି କରାଯାଇଛି । ଜାଭାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଜାରି ରହିଛି ।

କମ୍ପନ ପ୍ରଭାବରେ ଜାଭା ଦ୍ବୀପରେ କିଛି ସ୍ଥାନରେ ଭୂସ୍ଖଳନ ହେବା ସହ ହଜାର ହଜାର ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଏକାଧିକ ଉଦ୍ଧାରକାରୀ ଟିମ ରାଜଧାନୀ ଜାକର୍ତାରୁ ଜାଭା ଅଭିମୁଖେ ପଠାଯାଇଛି । ଅନ୍ୟପଟେ ଆମେରିକାର ଜିଓଲୋଜିକାଲ ସର୍ଭେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ-ଜାଭାର ଏକ ଅଞ୍ଚଳ ବୋଲି ଦର୍ଶାଇଛି ।

ଏବେ ସୁଦ୍ଧା ପ୍ରାୟ ୪୪ଜଣଙ୍କ ପ୍ରାଣହାନୀ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧିହେବାର ଆଶଙ୍କା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 21, 2022, 4:57 PM IST

ABOUT THE AUTHOR

...view details