ଦୁଶାନବେ: ବିଳମ୍ବିତ ରାତିରେ ଭୂକମ୍ପରେ ଥରିଲା ତାଜିକିସ୍ତାନ । ରିକ୍ଟର ସ୍କେଲରେ ତୀବ୍ରତା ୫.୯ ରେକର୍ଡ କରାଯାଇଛି । ବିଳମ୍ବିତ ରାତି ପ୍ରାୟ ୧.୩୭ ମିନିଟରେ ଏହି ଭୂକମ୍ପ ହୋଇଥିବା ବେଳେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।
ଗତକାଲି(ବୁଧବାର) ବିଳମ୍ବିତ ରାତି ପ୍ରାୟ ୧.୩୭ ମିନିଟରେ ଭୂକମ୍ପ ହୋଇଥିଲା । ନୋଭୋଦର ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରୁ ୫୧ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ତେବେ ଭୂକମ୍ପର ଗଭୀରତା ୧୦ କିଲୋମିଟର ରହିଥିବା ନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଭୂକମ୍ପ ଅକ୍ଷାଂଶ ୩୯.୪୫ ରହିଥିବା ବେଳେ ଦ୍ରାଘିମା ୬୯.୯୫ ରହିଥିଲା । ଶକ୍ତିଶାଳୀ ଭୂକମ୍ପରେ ଲୋକେ ଭୟଭୀତ ହୋଇପଡିଥିଲେ । ଘର ଗୁଡିକ ଦୋହଲିବାରୁ ଲୋକେ ଘରୁ ବାହାରକୁ ଚାଲିଆସିଥିବା ନେଇ ମଧ୍ୟ ସୂଚନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତକ୍ଷେପ ହୋଇନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: Earthquake hits in New Zealand: ୭.୧ ତୀବ୍ରତାରେ ଥରିଲା ନ୍ୟୁଜିଲାଣ୍ଡ, ସୁନାମି ଆଲର୍ଟ ଜାରି