ଓଡିଶା

odisha

ETV Bharat / international

Earthquake In Syria: ଭୂକମ୍ପ ଝଟ୍‌କାରେ ଥରିଲା ସିରିଆ - ତୁର୍କୀ ଓ ସିରିଆରେ ମୃତ୍ୟୁ ସଂଖ୍ୟା

ସିରିଆର ଇଡଲିବ ପ୍ରଦେଶରେ 5.4 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ । ତୁର୍କୀ ଓ ସିରିଆରେ ମୃତ୍ୟୁ ସଂଖ୍ୟା 41 ହଜାର ପାର । ଅଧିକ ପଢନ୍ତୁ

earthquake hits in Syria
earthquake hits in Syria

By

Published : Feb 17, 2023, 7:21 AM IST

ଦମ୍ମାସକସ: ପୁଣି ଭୂକମ୍ପରେ ଥରିଲା ସିରିଆ । ଗୁରୁବାର ବିଳମ୍ବିତ ରାତିରେ ସିରିଆର ଇଡଲିବ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.4 ମ୍ୟାଗ୍ନିଚ୍ୟୁଟ ରେକର୍ଡ କରାଯାଇଛି । ଏନେଇ ସିରିଆ ଜାତୀୟ ଭୂକମ୍ପ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ନିକଟରେ ଗତ ଫେବୃଆରୀ 6 ତାରିଖରେ ତୁର୍କୀ ଓ ସିରିଆରେ ଭୂକମ୍ପ ହୋଇଥିଲା । ନୁରଦଗୀରେ ଭୂକମ୍ପର ତୀବ୍ରତା 7.8 ରେକର୍ଡ କରାଯାଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ 6.7 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ପରେ ସୁନାମି ଆଲର୍ଟ ଜାରି କରାଯାଇଥିଲା । ଏହାପରେ ମଧ୍ୟ ତୁର୍କୀରେ ବାରମ୍ବାର ଭୂକମ୍ପ ଝଟକା ଲାଗିଥିଲା । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ବର୍ତ୍ତମାନ ତୁର୍କୀ ଓ ସିରିଆରେ ମୋଟ ମୃତ୍ୟୁ ସଂଖ୍ୟା 41 ହଜାର ପାର କରିଛି । ଉଦ୍ଧାର ସମୟର ଅନେକ ହୃଦୟ ବିଦାରକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସୁଛି । ଭୂକମ୍ପ ପରେ ବିଶ୍ବର ଅନେକ ଦେଶ ତୁର୍କୀକୁ ସହାୟତାର ହାତ ବଢାଇଛନ୍ତି । ଭାରତ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମ ପଠାଇଛି ।

ଭୂକମ୍ପର 10 ଦିନ ପରେ ମଧ୍ୟ ତୁର୍କୀ ଓ ସିରିଆରେ ସ୍ଥିତି ସ୍ବାଭାବିକ ହୋଇପାରିନାହିଁ । ସିରିଆରେ ପାଖାପାଖି 7ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ତୁର୍କୀରେ ସ୍ଥିତି ସଙ୍ଗୀନ ହୋଇପଡିଛି । ଏଠାରେ ମୃତ୍ୟୁ ସଂଖ୍ୟା 30 ହଜାରରୁ ଅଧିକ ରହିଛି । ଦିନ ଗଡିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା 50 ହଜାର ପାର କରିବ ବୋଲି ଆକଳନ କରାଯାଉଛି ।

ଭାରତ ସମେତ ବିଭିନ୍ନ ଦେଶରୁ ପଠାଯାଇଥିବା ଉଦ୍ଧାରକାରୀ ଟିମ୍‌ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତୁର୍କୀର ପ୍ରାୟ 10ଟି ପ୍ରଦେଶ ଭୂକମ୍ପରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ବଡ଼ବଡ଼ ସହର ଏବେ ଧ୍ବଂସସ୍ତୁପରେ ପରିଣତ ହୋଇଛି । ଅଟ୍ଟାଳିକାର ଅବଶେଷ ତଳୁ ଜୀବନ ଖୋଜିବାରେ ଲାଗିଛନ୍ତି ଉଦ୍ଧାରକାରୀ ଦଳ । ସମଗ୍ର ତୁର୍କୀ ଏବେ ଯେମିତି ମାଟିରେ ମିଶିଯାଇଛି । ଯୋଗାଯୋଗ ଭିତ୍ତିଭୂମି ସବୁ କିଛି ଭୁଶୁଡି ପଡିଛି । ଲକ୍ଷ ଲକ୍ଷ ଘର ମାଟିରେ ମିଶି ଯାଇଥିବାରୁ କୋଟିକୋଟି ଲୋକେ ଏବେ ବେଘର ହୋଇଯାଇଛନ୍ତି ।

ଗତ ବୁଧବାର ରାତିରେ ଫିଲିଫାଇନ୍ସରେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା 6.1 ରେକର୍ଡ କରାଯାଇଥିଲା । ଫିଲିଫାଇନ୍ସର ମାସବେଟ ରିଜଅନରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନେଇ ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଥିଲା ।

ABOUT THE AUTHOR

...view details