ନୂଆଦିଲ୍ଲୀ:ଭୂକମ୍ପରେ ଥରିଲା ନେପାଳ(Earthquake in Nepal) । ନେପାଳର କାଠମାଣ୍ଡୁରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ କରାଯାଇଛି । ଆଜି (ରବିବାର) ସକାଳ ୭.୫୮ ମିନିଟ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଭୂକମ୍ପ ନେପାଳର ରାଜଧାନୀ କାଠମାଣ୍ଡୁର ଦକ୍ଷିଣ-ପୂର୍ବରେ ୧୪୭ କିଲୋମିଟର ଦୂରରେ ସୃଷ୍ଟି ହୋଇଥିବା ଜଣାପଡିଛି । ଏହାର ଗଭୀରତା ୧୦ କିଲୋମିଟର ରହିଥିବା ବେଳେ ଅକ୍ଷାଂଶ ୨୭.୧୪ ହୋଇଥିବାବେଳେ ଦ୍ରାଘିମା ୮୬.୬୭ ରହିଛି । ସେପଟେ ଭୂମିକମ୍ପ ଯୋଗୁଁ ଲୋକେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ ।