ବେଜି:ଚୀନରେ ଭୟଙ୍କର ଭୂକମ୍ପ । ସକାଳୁ ସକାଳୁ ଥରିଲା ମାଟି । ତାଜିକିସ୍ତାନର ମୁର୍ଗାଓବରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ମିଳିଥିବା ସୂଚନାଅନୁସାରେ, ଭାରତୀୟ ସମୟ ସକାଳ ୫.୩୭ ମିନିଟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ମୁର୍ଗାଓବର ପଶ୍ଚିମରୁ ୬୭ କିଲୋମିଟର ଦୂରରେ ଏହି ଝଟକା ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା ୨୦.୫ ରେକର୍ଡ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତକ୍ଷେପ ହୋଇନାହିଁ । ତେବେ ଶକ୍ତିଶାଳୀ ଭୂକମ୍ପ ହେତୁ କ୍ଷୟକ୍ଷତି ହୋଇପାରେ ବୋଲି ଅନୁମାନ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ: ପୁଣି କୋରୋନା ଭୟ ! ଆମେରିକାରେ ଗୋଟିଏ ସପ୍ତାହରେ ଏକ ଲକ୍ଷରୁ ଅଧିକ ଶିଶୁ ଆକ୍ରାନ୍ତ
ତେବେ ସୂଚନାଅନୁସାରେ, ଆଜି ସକାଳୁ ଆଫଗାନିସ୍ତାନରେ ଲଗାତାର ୩ ଥର ଭୂକମ୍ପ ହୋଇଛି । ଭାରତୀୟ ସମୟ ସକାଳ ୬.୦୭ ମିନିଟ, ୬.୨୫ ଏବଂ ୭ଟା ୫ ମିନିଟ ସମୟରେ ଥରିଛି ଆଫଗାନିସ୍ତାନ । ସକାଳ ୬ଟା ୭ ମିନିଟ ସମୟରେ ଆଫଗାନିସ୍ତାନର ଫୟାଜାବାଦରେ ୬.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଫୟାଜାବାଦର ପୂର୍ବଉତ୍ତରପୂର୍ବ ଦିଗରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା ୧୧୩ କିମି ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ ୩୮.୦୧ ଏବଂ ଦ୍ରାଘିମା ୭୩.୩୩ ରେକର୍ଡ କରାଯାଇଛି ।