ଟୋକିଓ:ଜାପାନରେ ଶକ୍ତିଶାଳୀ ଭୂକମ୍ପ । ଭୂକମ୍ପ ଝଟକାରେ ଥରିଲା ଜାପାନ । ଜାପାନର ହକ୍କାଇଡୋ ଅଞ୍ଚଳରେ 6.0 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଭୂକମ୍ପ ପରେ ସୁନାମି ଆଲର୍ଟ ଜାରି କରାଯାଇନଥିବା ପାଣିପାଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ।
ଜିଓ ସାଇନ୍ସ ପାଇଁ ଜର୍ମାନ ଅନୁସନ୍ଧାନ କେନ୍ଦ୍ରର ସୂଚନା ଅନୁଯାୟୀ, ଜାପାନର ହକ୍କାଇଡୋ ଅଞ୍ଚଳରେ ସ୍ଥାନୀୟ ସମୟ ସକାଳ 5.44ରେ ଭୂକମ୍ପ ହୋଇଥିଲା । ଏହାର ଗଭୀରତା 46 କିଲୋମିଟର ରେକର୍ଡ କରାଯାଇଛି । ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସୁନାମି ଆଲର୍ଟ ଜାରି କରାଯାଇନାହିଁ । ଭୂକମ୍ପ ଝଟକା ପରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । କୌଣସି ବିଲ୍ଡିଂ ଭୁଶୁଡିଥିବା ନେଇ ଖବର ମଧ୍ୟ ଆସିନାହିଁ ।
ଏହା ମଧ୍ୟ ପଢନ୍ତୁ-Earthquake in Japan: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ, ତୀବ୍ରତା 6.3 ରେକର୍ଡ
ଏହା ପୂର୍ବରୁ ମେ 5 ତାରିଖରେ ଜାପାନର ମଧ୍ୟ ଇଶିକାୱା ଅଞ୍ଚଳରେ 6.3 ତୀବ୍ରତାରେ ଭୂକମ୍ପ ହୋଇଥିଲା । ଏହାର ଗଭୀରତା 40 କିଲୋମିଟର ରହିଥିବା ବେଳେ ଅକ୍ଷାଂଶ 37.51 ଓ ଦ୍ରାଘିମା 137.38 ରହିଥିଲା । ଜାପାନ ନାଓଗାଁ ଠାରୁ 262 କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଏହି ଶକ୍ତିଶାଳୀ ଭୂକମ୍ପ ହେବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଥିଲେ । ସମସ୍ତେ ଘର ବାହାରକୁ ପଳାଇ ଆସିଥିଲେ । କିନ୍ତୁ ସୁନାମି ଆଲର୍ଟ ଜାରି କରାଯାଇନଥିଲା ।