ଓଡିଶା

odisha

ETV Bharat / international

Earthquake In Japan: ୪.୬ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ଥରିଲା ଜାପାନ - ଭୂକମ୍ପରେ ଥରିଲା ଜାପାନ

ମଧ୍ୟରାତ୍ରୀରେ ୪.୬ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ଥରିଲା ଜାପାନ । ଅଧିକ ପଢନ୍ତୁ

Earthquake
Earthquake

By

Published : Mar 24, 2023, 8:03 AM IST

ଟୋକିଓ: ବିଳମ୍ବିତ ରାତିରେ ଭୂକମ୍ପରେ ଥରିଲା ଜାପାନ । ଗତକାଲି(ଗୁରୁବାର) ରାତି ପ୍ରାୟ ୧୨ଟା ୬ ମିନିଟ ସମୟରେ ଭୂକମ୍ପ ହୋଇଥିବା ସୂଚନା ରହିଛି । ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ କରାଯାଇଛି । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ୟୁଏସଜିଏସ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ରାତି ପ୍ରାୟ ୧୨ ଟା ୬ ମିନିଟରେ ଇଜୁ ଦ୍ବୀପରେ ଏହି ଭୂକମ୍ପ ସଂଗଠିତ ହୋଇଥିଲା । ଏହି ଦ୍ବୀପପୁଞ୍ଜ ଜାପାନର ଦକ୍ଷିଣ ଏବଂ ପୂର୍ବକୁ ବିସୃତ ରହିଛି । ତେବେ ଭୂକମ୍ପର ତୀବ୍ରତା ୨୮.୨ କିମି ରେକର୍ଡ କରାଯାଇଥିବା ନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ତଥ୍ୟ ଦିଆଯାଇଛି । ସେହିପରି ଭୂକମ୍ପର ଅକ୍ଷାଂଶ ୨୯.୯୮ ଏବଂ ଦ୍ରାଘିମା ୧୪୧.୮୭ ରହିଥିଲା । ତେବେ ଭୂକମ୍ପକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଜନଜୀବନ କ୍ଷତି କିମ୍ବା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତକ୍ଷେପ ହୋଇନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଲଣ୍ଡନରେ ପୁଣି ଏକାଠି ହେଲେ ଖଲିସ୍ତାନୀ ସମର୍ଥକ, ଦୂତାବାସ ବାହାରେ ଲଗାଇଲେ ଭାରତ ବିରୋଧୀ ନାରା

ଏହା ମଧ୍ୟ ପଢନ୍ତୁ: Toshakhana Case: ଆଜି କୋର୍ଟରେ ହାଜର ହେବେ ଇମ୍ରାନ ଖାନ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପିଟିଆଇ ନେତା

ପ୍ରକାଶଥାଉକି, ଗତ କିଛିଦିନ ହେବ ପ୍ରାୟ ଲଗାତାର ଭୂକମ୍ପ ଖବର ସାମ୍ନାକୁ ଆସୁଛି । ତେବେ ଏହା ପୂର୍ବରୁ ୨୦୨୨ ମସିହା ମାର୍ଚ୍ଚ ୧୭ ତାରିଖ ଦିନ ଜାପାନରେ ଭୂକମ୍ପ ହୋଇଥିଲା । ଜାପାନର ରାଜଧାନୀ ଟୋକିଓ ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ଏହି ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା 7.3 ରହିଥିବା ରେକର୍ଡ କରାଯାଇଥିଲା । ଭୂକମ୍ପ ତୀବ୍ରତା ଅଧିକ ଥିବାରୁ ରାଜଧାନୀ ଟୋକିଓର ଉତ୍ତର-ପୂର୍ବ ଉପକୂଳର କିଛି ସ୍ଥାନ ପାଇଁ ସୁନାମି ସତର୍କତା ଜାରି କରାଯାଇଥିଲା ।

ଭୂକମ୍ପ ସମୟରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଘରୁ ବାହାରକୁ ଦୌଡୁଥିବା ସମୟରେ ଦୁଇ ମହଲାରୁ ତଳେ ପଡି ପ୍ରାଣ ହରାଇଥିଲେ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ଏଥିରେ ୯୭ ଜଣ ଆହତ ହୋଇଥିବାର ମଧ୍ୟ ସୂଚନା ହସ୍ତଗତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଟୋକିଓ ଫୁକୁସିମା ଅଞ୍ଚଳର ଉପକୂଳ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details