ୱାସିଂଟନ:ଆମେରିକାର କାଲିଫର୍ଣ୍ଣିଆରେ (Earthquake hits in California) ଶକ୍ତିଶାଳୀ ଭୂକମ୍ପ ଅନୁଭୂତ । ଭୂକମ୍ପର ତୀବ୍ରତା 6.5 ରେକର୍ଡ । ଏହି ଭୟଙ୍କର ଭୂକମ୍ପରେ ଅତି କମରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 11 ଜଣ ଆହତ ହୋଇଛନ୍ତି (11 people have been reported injured) । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା । ଭୂକମ୍ପ ଯୋଗୁଁ ପ୍ରାୟ 70ହଜାରରୁ (more than 70000 customers reported to be without power) ଊର୍ଦ୍ଧ୍ବ ଘରକୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି ।
ଯୁକ୍ତରାଷ୍ଟ୍ର ଭୂତାତ୍ତ୍ବିକ ସର୍ବେକ୍ଷଣ (US Geological Survey)ର ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତି 2.34 (ସ୍ଥାନୀୟ ସମୟ) ଆମେରିକାର କାଲିଫର୍ଣ୍ଣିଆରେ ଏହି ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ଗଭୀରତା ଭୂମି ଠାରୁ 16 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିଲା । ଏହାର କେନ୍ଦ୍ର କାର୍ଲିଫର୍ଣ୍ଣିଆର ଫର୍ଚୁନାରୁ 15 ମାଇଲ ଦୂର ରେଡଉଡ କୋଷ୍ଟର ଉତ୍ତରପଶ୍ଚିମରେ ଥିଲା । ଭୂମିକମ୍ପର ଝଟକା ଏତେ ତୀବ୍ର ଥିଲା ଯେ, ଏହା ପ୍ରଭାବରେ ଅନେକ ଘର ଭାଙ୍ଗି ନଷ୍ଟ ହୋଇଯାଇଛି । ଉଚ୍ଛ ଅଟ୍ଟାଳିକା ଏବଂ ରାସ୍ତାଘାଟ ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି । ସମଗ୍ର ଅଞ୍ଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ:ଚୀନରେ ସାଙ୍ଘାତିକ କୋରୋନା ସ୍ଥିତି: ଜିନୋମ ସିକ୍ବେନ୍ସିଂ ପାଇଁ ନିର୍ଦ୍ଦେଶ, ଆଜି ସମୀକ୍ଷା କରିବେ ସ୍ବାସ୍ଥ୍ୟମନ୍ତ୍ରୀ