କାବୁଲ: ଭୂକମ୍ପରେ ଦିନକୁ ଦୁଇଥର ଥରିଲା ଆଫଗାନିସ୍ତାନ । ଗତକାଲି(ମଙ୍ଗଳବାର) ସକାଳ ୪.୦୫ ମିନିଟରେ ଏକ ଭୂକମ୍ପ ସଙ୍ଗଠିତ ହୋଇଥିବା ବେଳେ ବିଳମ୍ବିତ ରାତିରେ ପୁଣି ଭୂକମ୍ପ ହୋଇଛି । ରାତି ପ୍ରାୟ ୧୧ଟା ୪ମିନିଟ ସମୟରେ ଏହି ଭୂକମ୍ପ ହୋଇଛି । ଆଫଗାନିସ୍ତାନର ଫୟାଜାବାଦରେ ଏହି ଭୂକମ୍ପ ହୋଇଥିବା ବେଳେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
ଗତକାଲି(ମଙ୍ଗଳବାର) ରାତି ପ୍ରାୟ ୧୧ଟା ୪୭ ମିନିଟ ସମୟରେ ଫୟାଜାବାଦର ଦକ୍ଷିଣ ପୂର୍ବ ଦିଗରୁ ୮୨ କିମି ଦୂରରେ ଭୂକମ୍ପ ସଙ୍ଗଠିତ ହୋଇଥିଲା । ଏହାର ତୀବ୍ରତା ୪.୦ ରହିଥିବା ବେଳେ ଗଭୀରତା ୧୦ କିମି ରେକର୍ଡ କରାଯାଇଥିଲା । ଏହାସହ ଅକ୍ଷାଂଶ ୩୬.୫୩ ଏବଂ ଦ୍ରାଘିମା ୭୧.୧୫ ରେକର୍ଡ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତକ୍ଷେପ ହୋଇନାହିଁ ।
ପ୍ରକାଶଥାଉକି, ମଙ୍ଗଳବାର ସକାଳୁ ସକାଳୁ ଭୂକମ୍ପରେ ଥରିଥିଲା ଆଫଗାନିସ୍ତାନ । ଭୋର 4.05 ମିନିଟ ସମୟରେ ଭୂକମ୍ପ ସଂଗଠିତ ହୋଇଥିଲା । ଯାହାର ଗଭୀରତା 10 କିଲୋମିଟର ରହିଥିଲା ବେଳେ ଅକ୍ଷାଂଶ 36. 38 ଓ ଦ୍ରାଘିମା 70.94 ରେକର୍ଡ କରାଯାଇଥିଲା ।