ଓଡିଶା

odisha

ETV Bharat / international

ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ତୀବ୍ରତା ୪.୨ ରେକର୍ଡ

ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଆକଳନ କରାଯାଇଛି । ଅଧିକ ପଢ଼ନ୍ତୁ

ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ
ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ

By

Published : Nov 13, 2022, 11:55 AM IST

କାବୁଲ: ଆଫଗାନିସ୍ତାନରେ ଭୂକମ୍ପ ଝଟକା(Earthquake Hits in Afghanistan) । ଭୂକମ୍ପରେ ଥରିଲା ଆଫଗାନିସ୍ତାନର ଫାୟାଜାବାଦ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି । ଫାୟାଜାବାଦର ଦକ୍ଷିଣ ଦକ୍ଷିଣ ପୂର୍ବରୁ ୮୪ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ:ଗୁଜୁରାଟ ବିଧାନସଭା ନିର୍ବାଚନ: ଘରେ ଭୋଟ ଦେବେ ପାଖାପାଖି ୫ ଲକ୍ଷ ଦିବ୍ୟାଙ୍ଗ ଭୋଟର

ଆଜି ସକାଳ ୧୦.୨୨ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ସୂଚନା ଅନୁସାରେ, ଫାୟାଜାବାଦର ପୂର୍ବ ଦକ୍ଷିଣ ପୂର୍ବରୁ ୮୪ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୨୦କିଲୋମିଟର ରୋକର୍ଡ କରାଯାଇଛି । ସେହିପରି ଅକ୍ଷାଂଶ ୩୬.୪୪ ହୋଇଥିବାବେଳେ ଦ୍ରାଘିମା ୭୧.୦୩ ରହିଛି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ: ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ତୀବ୍ରତା ୫.୨ ରେକର୍ଡ

ସୂଚନାଯୋଗ୍ୟ ଯେ, ନଭେମ୍ବର ୭ ତାରିଖରେ ୫.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଫାୟାଜାବାଦର ପୂର୍ବ ଦକ୍ଷିଣ ପୂର୍ବରୁ ୬୫ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରପକ୍ଷରୁ ସୂଚନା ଦିଆଯାଇଛି । ଫାୟାଜାବାଦର ପୂର୍ବ ଦକ୍ଷିଣ ପୂର୍ବରୁ ୬୫ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୫୦କିଲୋମିଟର ରୋକର୍ଡ କରାଯାଇଥିଲା । ସେହିପରି ଅକ୍ଷାଂଶ ୩୬.୮୯ ହୋଇଥିବାବେଳେ ଦ୍ରାଘିମା ୭୧.୨୪ ରହିଥିଲା ।

ABOUT THE AUTHOR

...view details