ଓଡିଶା

odisha

ETV Bharat / international

ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ତୀବ୍ରତା ୫.୨ ରେକର୍ଡ

ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଆକଳନ କରାଯାଇଛି । ଅଧିକ ପଢ଼ନ୍ତୁ

ଭୂକମ୍ପରେ ଥରିଲା ଆଫଗାନିସ୍ତାନ
ଭୂକମ୍ପରେ ଥରିଲା ଆଫଗାନିସ୍ତାନ

By

Published : Nov 7, 2022, 10:15 AM IST

କାବୁଲ:ଆଫଗାନିସ୍ତାନରେ ଭୂକମ୍ପ ଝଟକା । ଭୂକମ୍ପରେ ଥରିଲା ଆଫଗାନିସ୍ତାନର ଫାୟାଜାବାଦ(Earthquake Hits in Afghanistan) । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ କରାଯାଇଛି । ଫାୟାଜାବାଦର ପୂର୍ବ ଦକ୍ଷିଣ ପୂର୍ବରୁ ୬୫ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସକାଳ ୮.୫୫ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: Congress Bharat Jodo Yatra: ମହାରାଷ୍ଟ୍ରରେ ପ୍ରବେଶ କରିବ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା

ସଚନା ଅନୁସାରେ, ଫାୟାଜାବାଦର ପୂର୍ବ ଦକ୍ଷିଣ ପୂର୍ବରୁ ୬୫ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୫୦କିଲୋମିଟର ରୋକର୍ଡ କରାଯାଇଛି । ସେହିପରି ଅକ୍ଷାଂଶ ୩୬.୮୯ ହୋଇଥିବାବେଳେ ଦ୍ରାଘିମା ୭୧.୨୪ ରହିଛି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ: ଉତ୍ତରାଖଣ୍ଡରରେ ୪.୫ ତୀବ୍ରତାର ଭୂକମ୍ପ ଝଟକା

ସୂଚନାଯୋଗ୍ୟଯେ, ଗତକାଲି(ରବିବାର)ଉତ୍ତରାଖଣ୍ଡରେ ୪.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଉତ୍ତରାଖଣ୍ଡ ଉତ୍ତରକାଶୀର ପୂର୍ବ ଦକ୍ଷିଣପୂର୍ବରୁ ୧୭ କିଲୋମିଟର ଦୂରରେ ଏହି ଭୂକମ୍ପ ହୋଇଥିଲା । ରିବବାର ସକାଳ ୮.୩୩ ମିନିଟ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଥିଲା । ଉତ୍ତରକାଶୀର ପୂର୍ବ ଦକ୍ଷିଣପୂର୍ବରୁ ୧୭ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୫ କିଲୋମିଟର ରେକର୍ଡ କରାଯାଇଥିଲା । ସେହିପରି ଅକ୍ଷାଂଶ ୩୦.୬୭ ହୋଇଥିବାବେଳେ ଦ୍ରାଘିମା ୭୮.୬୦ ରହିଥିଲା ।

ABOUT THE AUTHOR

...view details