କାବୁଲ:ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ଆଫଗାନର ଫାୟାଜାବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି । ଆଜି(ବୁଧବାର) ଭୋର ୪ଟା ୫୮ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଭୂକମ୍ପ ଫାୟାଜାବାଦର ଦକ୍ଷିଣ ପୂର୍ବରୁ ୬୫ କିଲୋମିଟର ଦୂରରେ ଅନୁଭୂତ ହୋଇଥିବା ବେଳେ ଗଭୀରତା ୧୫୦ କିଲୋମିଟର ରହିଥିଲା । ସେହିପରି ଏହାର ଅକ୍ଷାଂଶ ୩୬.୬୧ ହୋଇଥିବାବେଳେ ଦ୍ରାଘିମା ୭୦.୯୫ ରହିଛି । ତେବେ ଭୂକମ୍ପ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।