କାବୁଲ:ଆଫଗାନିସ୍ତାନରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.6 ରେକର୍ଡ କରାଯାଇଛି । ଗୁରୁବାର ରାତ୍ରି 11ଟା11 ମିନିଟରେ ଆଫଗାନିସ୍ତାନର ଫୟଜାବାଦରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ତୀବ୍ରତା 4.6 ରେକର୍ଡ - ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ
ଆଫଗାନିସ୍ତାନରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.6 ରେକର୍ଡ କରାଯାଇଛି । ଅଧିକ ପଢ଼ନ୍ତୁ
ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ତୀବ୍ରତା 4.6 ରେକର୍ଡ
ଭୂକମ୍ପର ଗଭୀରତା 150 କିଲୋମିଟର ହୋଇଥିବାବେଳେ ଏହାର ଅକ୍ଷାଂଶ 36.05 ରହିଥିବାବେଳେ ଦ୍ରାଘିମା 71.10 ରହିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।