ଓଡିଶା

odisha

ETV Bharat / international

ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ

ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ (Earthquake in Afghanistan) । ଆଫଗାନିସ୍ତାନର ଫାୟାଜାବାଦରେ 4.4 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଅଧିକ ପଢନ୍ତୁ

By

Published : Jun 23, 2022, 1:50 PM IST

Earthquake In Afghanistan: ଭୂକମ୍ପରେ ଥରିଲା ଆଫଗାନିସ୍ତାନ
Earthquake In Afghanistan: ଭୂକମ୍ପରେ ଥରିଲା ଆଫଗାନିସ୍ତାନ

କାବୁଲ: ପୁଣି ଆଫଗାନିସ୍ତାନରେ ଭୂକମ୍ପ ଝଟକା । ଗତକାଲି ବଡ ଧରଣର ଭୂକମ୍ପରେ ଆଫଗାନିସ୍ତାନ ଛାରଖାର ହୋଇଯାଇଥିବା ବେଳେ ଆଜି(ଗୁରବାର) ପୁଣି ଆଫଗାନର ଫାୟାଜାବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ହୋଇଥିବା ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି(National Center for Seismology) ତରଫରୁ ସୂଚନା ଦିଆଯାଇଛି । ଆଜି ସକାଳ ୯ଟା ୨୬ ମିନଟ ସମୟରେ ଏହି ଭୂକମ୍ପ ଝଟକା ଅନୂଭୁତ ହୋଇଥିଲା।

ଏହାର ଅକ୍ଷାଂଶ ୩୬. ୪୯ ଓ ଦ୍ରାଘିମା ୭୦.୭୨ ରହିଥିବା ବେଳେ ଏହି ଭୂକମ୍ପ ଫାୟାଜାବାଦର ଦକ୍ଷିଣ ଦକ୍ଷିଣ ପୂର୍ବ ଠାରୁ ୧୦୬ କିଲୋମିଟର ଦୂରରେ ଏହା ଅନୁଭୂତ ହୋଇଛି । ଭୂକମ୍ପ ବେଳେ ଏହାର ଗଭୀରତା ୧୬୫ କିଲୋମିଟର ରେକର୍ଡ କରାଯାଇଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ: ଆଫଗାନିସ୍ତାନ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ହଜାର ପାର, ଉଦ୍ଧାର କାର୍ଯ୍ୟ ଜାରି

ଅନ୍ୟପଟେ ନେପାଳର କାଠମାଣ୍ଡୁରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୪.୩ ରହିଥିବା ବେଳେ ଏହାର ଗଭୀରତା ୬୬ କିଲୋମିଟର ରହିଛି ।

ABOUT THE AUTHOR

...view details