ଓଡିଶା

odisha

ETV Bharat / international

ଆଫଗାନିସ୍ତାନ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ହଜାର ପାର, ଉଦ୍ଧାର କାର୍ଯ୍ୟ ଜାରି

ଶକ୍ତିଶାଳୀ ଭୂକମ୍ପରେ ଦୋହଲିଲା ଆଫଗାନିସ୍ତାନ । ମୃତ୍ୟୁ ସଂଖ୍ୟା ହଜାର ପାର । ଏବେବି ଭଗ୍ମାବଶେଷ ତଳେ ଅନେକ ମୃତଦେହ ଥିବା ସନ୍ଦେହ । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା । ଅଧିକ ପଢନ୍ତୁ

By

Published : Jun 22, 2022, 6:59 AM IST

Updated : Jun 22, 2022, 9:35 PM IST

ଆଫଗାନିସ୍ତାନରେ ଭୂକମ୍ପ ଝଟକା, ତୀବ୍ରତା ୬.୧ ରେକର୍ଡ
ଆଫଗାନିସ୍ତାନରେ ଭୂକମ୍ପ ଝଟକା, ତୀବ୍ରତା ୬.୧ ରେକର୍ଡ

କାବୁଲ:ଆଜିଆଫଗାନିସ୍ତାନରେ ହୋଇଥିବା ଶକ୍ତଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ହଜାର ଅତିକ୍ରମ କରିଛି । ଏବେ ମଧ୍ୟ ଭଗ୍ନାବଶେଷ କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଘଟଣାରେ ବିଶ୍ବବ୍ୟାପୀ ଶୋକ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି ।

ଆଜି (ବୁଧବାର) ସ୍ଥାନୀୟ ସମୟ ମଧ୍ୟରାତ୍ରୀ ପ୍ରାୟ ୨.୨୪ ମିନିଟରେ ଆଫଗାନିସ୍ତାନରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତ୍ରୀବତା ୬.୧ ହୋଇଥିବା ରେକର୍ଡ କରିଛି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) । ଏଥିରେ ବିଶେଷ କରି ଆଫଗାନିସ୍ତାନର ଦକ୍ଷିଣ-ପୂର୍ବ ଅଞ୍ଚଳ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ଭୂକମ୍ପର କେନ୍ଦ୍ରସ୍ଥଳୀ ଦକ୍ଷିଣ-ପୂର୍ବ ଆଫଗାନିସ୍ତାନର ଖୋଷ୍ଟ ସହରରୁ ୪୪ କିମି ଦୂରରେ ରହିଥିବା ମଧ୍ୟ ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ 1 ହଜାର ଆଫଗାନିସ୍ତାନବାସୀ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଆଶଙ୍କା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 22, 2022, 9:35 PM IST

ABOUT THE AUTHOR

...view details