ଓଡିଶା

odisha

By

Published : Feb 25, 2023, 8:34 PM IST

ETV Bharat / international

ତୁର୍କୀରେ ଭୂକମ୍ପ ତାଣ୍ଡବ: ପୁଣି ଥରିଲା 2 ପ୍ରଦେଶ, 5.5 ତୀବ୍ରତା

ତୁର୍କୀରେ ଜାରି ରହିଛି ଭୂକମ୍ପ ତାଣ୍ଡବ । ଆଜି ପୁଣି ତୁର୍କୀରେ ୫.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

earthquake hits on turkey
earthquake hits on turkey

ଆଙ୍କରା: ତୁର୍କୀ ଉପରେ ଜାରି ରହିଛି ପ୍ରକୃତିର କୋପ । ପୁଣି ଭୂକମ୍ପରେ ଥରିଲା ତୁର୍କୀ । ଆଜି(ଶନିବାର) କେନ୍ଦ୍ରୀୟ ତୁର୍କୀରେ ୫.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ତୁର୍କୀର କେନ୍ଦ୍ରୀୟ ତୁର୍କୀ ଏବଂ ନିଗଡେ ପ୍ରଦେଶରେ ଭୂକମ୍ପ ହୋଇଥିବା ବେଳେ ଏହାର ଗଭୀରତା ୧୦ କିଲୋମିଟର (୬.୨୧ ମାଇଲ) ହୋଇଥିବା ରେକର୍ଡ କରାଯାଇଛି । ଏନେଇ ଦେଶର ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ପ୍ରାଧିକରଣ ତରଫରୁ ସୂଚନା ପ୍ରଦାନ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।

ତୁର୍କୀ-ସିରିଆରେ ହୋଇଥିବା ବିନାଶକାରୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୫୦ ହଜାର ଅତିକ୍ରମ କରିଛି । ଭୂକମ୍ପକୁ ୧୯ ଦିନ ବିତିଯାଇଥିଲେ ସୁଦ୍ଧା ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଭୟଙ୍କର ଭୂକମ୍ପରେ ଅନେକ କୋଠା ଭୁଶୁଡ଼ି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାରି ମଧ୍ୟରେ ମଧ୍ୟରେ ଲାଗାତାର ଭାବେ ତୁର୍କୀରେ ଭୂକମ୍ପ ଜାରି ରହିଛି । ଏହା ପୂର୍ବରୁ ଗତ ୨୩ ତାରିଖ ଦିନ ସିରିଆ ସୀମାବର୍ତ୍ତୀ ଦକ୍ଷିଣ ତୁର୍କୀର ହାଟାଇ ପ୍ରଦେଶରେ ୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ:Earthquake Zone: ତାଳଚେରକୁ ରହିଛି କି ଭୂକମ୍ପ ବିପଦ ? ତୁର୍କୀ ଭୁକମ୍ପ ପରେ ସୂତାଖିଅରେ ଝୁଲୁଛି 60 ହଜାର ଲୋକଙ୍କ ଭାଗ୍ୟ !

ଏହାର ଗଭୀରତା ୯.୭ କିଲୋମିଟରେ ରହିଥିବା ରେକର୍ଡ ହୋଇଥିଲା । ଗତ ଫେବୃଆରୀ 6 ତାରିଖରେ ତୁର୍କୀର ଦକ୍ଷିଣ ପ୍ରଦେଶର କାହରାମନମାରସରେ 7.7 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ପରେ 7.6 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହୋଇଥିଲା । ତୁର୍କୀର ମୋଟ 10ଟି ପ୍ରଦେଶ ଭୂକମ୍ପରେ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ଗୋଟିଏ ପଟେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ବାରମ୍ବାର ଭୂକମ୍ପ ଅନୁଭୂତ ହେବା ସ୍ଥିତିକୁ ସଙ୍ଗୀନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ:Turkey Syria Earthquake update: ମୃତ୍ୟୁ ସଂଖ୍ୟା 50 ହଜାର ପାର୍‌

ଭୟଙ୍କର ଭୂକମ୍ପରେ ପ୍ରାୟ ୧ ଲକ୍ଷ ୬୦ ହଜାରରୁ ଊର୍ଦ୍ଧ୍ବ କୋଠା କ୍ଷତିଗ୍ରସ୍ତ ହୋଇଛି । ୫ ଲକ୍ଷ ୨୦ ହଜାରରୁ ଅଧିକ ଘର ମାଟିରେ ଭୁଶୁଡ଼ି ପଡ଼ିଛି । ଶୁକ୍ରବାର ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ପ୍ରାଧିକରଣ ସୂଚନା ଅନୁଯାୟୀ, ଭୂକମ୍ପ ଯୋଗୁଁ ତୁର୍କୀରେ ମୃତ୍ୟୁ ସଂଖ୍ୟା 44,218କୁ ବୃଦ୍ଧି ପାଇଛି । ସେହିପରି ସିରିଆରେ 5,914 ଜଣଙ୍କର ମୃତ୍ୟୁ ଘଟିଛି । ଉଭୟ ଦେଶରେ ମିଳିତ ମୃତ୍ୟୁ ସଂଖ୍ୟା 50,000 ଅତିକ୍ରମ କରିଛି ।

ABOUT THE AUTHOR

...view details