ଓଡିଶା

odisha

ETV Bharat / international

China: ଦୁଇ ମାସ ହେଲା ନିଖୋଜ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପଦରୁ ବରଖାସ୍ତ କଲା ଚୀନ - ଚୀନ ଖବର

ଦୁଇମାସ ଧରି ନିଖୋଜ ଥିବା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପଦରୁ ବରଖାସ୍ତ କଲା ଚୀନ । ହେଲେ କିପରି ମନ୍ତ୍ରୀ ହୋଇଗଲେ ନିଖୋଜ ସେନେଇ ନାହିଁ କୌଣସି ସୂଚନା । ସନ୍ଦେହ ଘେରରେ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଭୂମିକା । ଅଧିକ ପଢନ୍ତୁ

China: ଦୁଇ ମାସ ହେଲା ନିଖୋଜ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପଦରୁ ବରଖାସ୍ତ ଚୀନ
China: ଦୁଇ ମାସ ହେଲା ନିଖୋଜ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପଦରୁ ବରଖାସ୍ତ ଚୀନ

By ETV Bharat Odisha Team

Published : Oct 24, 2023, 6:43 PM IST

ହାଇଦ୍ରାବାଦ: ଗତ ପ୍ରାୟ ଦୁଇ ମାସ ହେବା ଅନ୍ତର୍ଦ୍ଧାନ ଥିବା ଚୀନ ପ୍ରତିରକ୍ଷା ମନ୍ତ୍ରୀ ଲି.ସାଙ୍ଗଫୁଙ୍କୁ ପଦରୁ ବରଖାସ୍ତ କରିଛନ୍ତି ଚୀନ ସରକାର । ଗତ ଦୁଇ ମାସ ହେଲା ତାଙ୍କର କୌଣସି ପତ୍ତା ମିଳୁନି । ସେ ନିଜ କାର୍ଯ୍ୟାଳୟ କିମ୍ବା ସରକାରଙ୍କୁ ଏ ସମ୍ପର୍କରେ କୌଣସି ସୂଚନା ମଧ୍ୟ ଦେଇନାହାନ୍ତି । ତେବେ ଆଜି ଚୀନ ନ୍ୟାସନାଲ ପିପୁଲ୍ସ କଂଗ୍ରେସ ଷ୍ଟାଣ୍ଡିଂ କମିଟି ବୈଠକରେ ତାଙ୍କୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଛି । ଏହା ସହ ତାଙ୍କୁ ଷ୍ଟେଟ କାଉନସିଲର ପଦରୁ ମଧ୍ୟ ବରଖାସ୍ତ କରିଦିଆଯାଇଛି ।

ସୂଚନା ଅନୁସାରେ, ଅଗଷ୍ଟ 29 ତାରିଖରେ ଲି ସାଙ୍ଗଫୁଙ୍କୁ ଶେଷ ଥର ପାଇଁ ସର୍ବସାଧାରଣରେ ଦେଖିବାକୁ ମିଲିଥିବା । ଏହା ପରେ ସେ ସରକାରୀ କାର୍ଯ୍ୟରେ ଅନୁପସ୍ଥିତ ରହିଥିଲେ । ସେ କାର୍ଯ୍ୟାଳୟକୁ ମଧ୍ୟ ଆସିନଥିଲେ । ଏହାକୁ ନେଇ ଭିନ୍ନ ଚର୍ଚ୍ଚା ମଧ୍ୟ ସୃଷ୍ଟି ହୋଇଥିଲା । ତାଙ୍କର ଅନ୍ତର୍ଦ୍ଧାନ ହୋଇଯିବା କୌଣସି ଅଘଟଣ ବୋଲି ଚର୍ଚ୍ଚା ହୋଇଥିଲା । ଏହା ମଧ୍ୟ ଏକ ରାଜନୈତିକ ଷଡଯନ୍ତ୍ରପୂର୍ଣ୍ଣ ଅପରାଧ ହୋଇଥାଇପାରେ ବୋଲି ଚର୍ଚ୍ଚା ହୋଇଥିଲା । ଏହା ପଛରେ ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଥିଲା । ମାତ୍ର ମନ୍ତ୍ରୀଙ୍କ ନିଖୋଜ ହେବାକୁ 2 ମାସ ବିତିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ନମିଳିବା ଓ ତଦନ୍ତ କରି ସରକାର ତାଙ୍କ ବିଷୟରେ କିଛି ସ୍ପଷ୍ଟ ନକରି ତାଙ୍କୁ ଦାୟିତ୍ବରୁ ବରଖାସ୍ତ କରିବା ଆହୁରି ଚନ୍ତାଜନକ ସ୍ଥିତି ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ:- ଚୀନ ପ୍ରତିରକ୍ଷା ମନ୍ତ୍ରୀ ନିଖୋଜ ! ଅଗଷ୍ଟ 29ରେ ଶେଷ ଥର ପାଇଁ ଦେଖା ଦେଇଥିଲେ

ତେବେ ଦେଶର ମନ୍ତ୍ରୀ ନିଖୋଜ ହୋଇଯିବା ଓ ତାଙ୍କୁ ଠାବ କରାଯାଇ ନପାରିବା ଘଟଣା ଅତି ଆଶ୍ଚର୍ଯ୍ୟଜନକ ଲାଗୁଥିଲେ ସୁଦ୍ଧା କମ୍ୟୁନିଷ୍ଟ ଶାସନାଧୀନ ଚୀନ କ୍ଷେତ୍ରରେ ପ୍ରଥମ ମଧ୍ଯ ନୁହେଁ । ଏହା ପୂର୍ବରୁ ଚୀନର ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ ମଧ୍ୟ ନିଖୋଜ ହୋଇଯାଇଥିଲେ । ତେବେ ସାମ୍ୟବାଦ ଶାସନ ଥିବା ଚୀନରେ ଏହି ମନ୍ତ୍ରୀମାନେ ରାଜନୈତିକ ଆକ୍ରୋଶର ଶିକାର ହୋଇ ଅପହରଣ ଓ ଅପରାଧର ଶିକାର ହେଉଥିବା ମଧ୍ୟ ସନ୍ଦେହ ପ୍ରକାଶ ପାଇଛି । ମାତ୍ର ଚୀନ ଏ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ରଖିନି । କେବଳ ମାତ୍ରାଧିକ ସମୟ ଅନୁପସ୍ଥିତ ରହିବା ପରେ ଏବେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦାୟିତ୍ବରୁ ହଟାଇ ଦେଇଛି ଚୀନ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details