କଲୋମ୍ବୋ: ଶ୍ରୀଲଙ୍କାରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା ପରେ ମଧ୍ୟ ଅରାଜକତା ନିୟନ୍ତ୍ରଣକୁ ଆସୁନି । ରାଜଧାନୀ କଲୋମ୍ବୋରେ ସ୍ଥିତି ଅଣାୟତ ହେବାରେ ଲାଗିଥିବାରୁ ଆଜି ମଧ୍ୟାହ୍ନ 12 ରୁ ଆସନ୍ତାକାଲି ସକାଳ 5 ଯାଏ କର୍ଫ୍ୟୁ ଘୋଷଣା କରାଯାଇଛି । ଏହି କର୍ଫ୍ୟୁ ଅବଧି ମଧ୍ୟରେ କେବଳ ଜରୁରୀସେବାକୁ ଛାଡି ଦେଲେ ଅନ୍ୟ ସମସ୍ତ ଆନ୍ଦୋଳନ, ବିକ୍ଷୋଭ ପରି ଗତିବିଧି ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ମିଳିଛି । ଆନ୍ଦୋଳନକାରୀମାନେ ରାଜଧାନୀରେ ଏବେବି ପ୍ରତିବାଦ ଜାରି ରଖିଥିବା ସହ ରାଷ୍ଟ୍ରପତି ଭବନ ସମେତ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ନିଜ ନିୟନ୍ତ୍ରଣରେ ରଖିଛନ୍ତି ।
Sri Lanka Crisis: କଲୋମ୍ବୋରେ ଆଜି ମଧ୍ୟାହ୍ନରୁ କାଲି ସକାଳ ଯାଏ କର୍ଫ୍ୟୁ - ଶ୍ରୀଲଙ୍କା ଆର୍ଥିକ ସଙ୍କଟ
ଶ୍ରୀଲଙ୍କାରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା ସତ୍ତ୍ବେ ମଧ୍ୟ ସୁଧୁରୁନି ସ୍ଥିତି । ଆଜି ମଧ୍ୟାହ୍ନରୁ କାଲି ସକାଳ ଯାଏ ରାଜଧାନୀ କଲୋମ୍ବୋରେ କର୍ଫ୍ୟୁ ଲାଗୁ । ଅଧିକ ପଢନ୍ତୁ
Sri Lanka Crisis: କଲୋମ୍ବୋରେ ଆଜି ମଧ୍ୟାହ୍ନରୁ କାଲି ସକାଳ ଯାଏ କର୍ଫ୍ୟୁ
ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଜାରି ହୋଇଛି । ସହରରେ ବ୍ୟାପକ ସେନା ଓ ପୋଲିସ ବଳ ନିୟୋଜନ ପରେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ନଆସିବାରୁ କର୍ଫ୍ୟୁ ଜାରି କରି ରାଜଧାନୀ କଲୋମ୍ବୋକୁ ଆନ୍ଦୋଳନକାରୀଙ୍କ ଠାରୁ ମୁକ୍ତ କରିବାକୁ ଚେଷ୍ଟା କରାଯାଉଛି । ଅନ୍ୟ ଏକ ସୂଚନା ଅନୁସାରେ, ରାଷ୍ଟ୍ରପତି ଭବନ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟକୁ କବଜାରେ ରଖିଥିବା ଉତ୍ୟକ୍ତ ଆନ୍ଦୋଳନକାରୀ ମଧ୍ୟ ହଟିବାକୁ ରାଜି ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ