ଓଡିଶା

odisha

By

Published : Jan 21, 2023, 11:26 AM IST

ETV Bharat / international

New PM of New Zealand: ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ହେବେ କ୍ରିସ୍ ହିପ୍‌କିନସ୍

ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ କ୍ରିସ୍ ହିପ୍‌କିନସ୍ । ଗୁରୁବାର ଜେସିଣ୍ଡା ଆର୍ଡର୍ଣ୍ଣ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଥିଲେ । ଅଧିକ ପଢନ୍ତୁ

ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ହେବେ କ୍ରିସ୍ ହିପକିନସ୍
ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ହେବେ କ୍ରିସ୍ ହିପକିନସ୍

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ଆର୍ଡର୍ଣ୍ଣଙ୍କ ଇସ୍ତଫା ପରେ ତାଙ୍କର ସ୍ଥାନ ନେବେ ନ୍ୟୁଜିଲାଣ୍ଡ ଲେବର ପାର୍ଟିର ସାଂସଦ ତଥା ଶିକ୍ଷାମନ୍ତ୍ରୀ କ୍ରିସ୍ ହିପ୍‌କିନସ୍ । ସେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ଏକମାତ୍ର ମନୋନୀତ ପ୍ରାର୍ଥୀ ବୋଲି ଶନିବାର ଦିନ ଶାସକ ଲେବର ପାର୍ଟି ପକ୍ଷରୁ ଏକ ବିବୃତ୍ତି ଜରିଆରେ କୁହାଯାଇଛି ।

ଏହି ପରିପ୍ରେକ୍ଷୀରେ ରବିବାର ଲେବର ପାର୍ଟିର ସାଂସଦମାନଙ୍କୁ ନେଇ ଏକ ବୈଠକ ବସିବ । ପୂର୍ବାହ୍ନରେ ୧ଟା ସମୟରେ ଏହି ବୈଠକ ହେବ । ଏଥିରେ ୪୪ ବର୍ଷୀୟ କ୍ରିସ୍ ହିପ୍‌କିନସ୍‌ଙ୍କୁ ଦଳର ନେତୃତ୍ବ ଭାର ପ୍ରଦାନ ସହ ଦେଶର ୪୧ତମ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇପାରେ । ଅକ୍ଟୋବର ୧୪ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏଥିରେ ହିପ୍‌କିନସ୍ ଦଳର ନେତୃତ୍ବ ନେବେ ।

ଦେଶରେ ବଢୁଥିବା ମୁଦ୍ରାସ୍ଫୀତି, ଦାରିଦ୍ର୍ୟତା ଓ ଅପରାଧ ଭଳି ସମସ୍ୟାକୁ ନେଇ ବିରୋଧି ଦଳ ଲଗାତାର ଶାସକ ଦଳକୁ ଟାର୍ଗେଟ କରୁଛନ୍ତି । ଯାହାର ଫଳସୂରୁପ ଓପନିଅନ ପୁଲରେ ଶାସକ ଲେବର ପାର୍ଟି ପଛରେ ରହିଛି । ତେଣୁ ଆସନ୍ତା ନିର୍ବାଚନରେ ବିଜୟକୁ ନେଇ ଅନିଶ୍ଚିତତାରେ ଥିବା ଦଳ ହିପ୍‌କିନ୍ ନେତୃତ୍ବରେ ବିଜୟ ହାସଲ କରିବ ବୋଲି ଆଶା ରଖିଛି । କହିରଖୁଛୁ କି, ୨୦୨୦ ନଭେମ୍ବରରେ ହିପ୍‌କିନସ୍‌ଙ୍କ ଦେଶର କୋଭିଡ -୧୯ ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଥିଲା । ବର୍ତ୍ତମାନ ସେ ଶିକ୍ଷା ଓ ସାଧାରଣ ସେବା ବିଭାଗର ମନ୍ତ୍ରୀ ଅଛନ୍ତି ।

ଏହାମଧ୍ୟ ପଢନ୍ତୁ: ଇସ୍ତଫା ଦେବେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ଦିନ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣ ଇସ୍ତଫା ଘୋଷଣା କରିଥିଲେ । ଆସନ୍ତା ମାସ ୭ ତାରିଖରେ ସେ ଇସ୍ତଫା ଦେବେ ବୋଲି କହିଛନ୍ତି । ୨୦୧୭ରେ ମେଣ୍ଟ ସରକାରରେ ଆର୍ଡର୍ଣ୍ଣ ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ସେ କେନ୍ଦ୍ର ବାମପନ୍ଥୀ ଲେବର ପାର୍ଟି ନେତୃତ୍ବରେ ୩ ବର୍ଷ ପରେ ବିଜୟୀ ହୋଇଥିଲା ।

ତେବେ ଚଳିତ ବର୍ଷ ପୁନଃନିର୍ବାଚନ ଲଢିବେ ନାହିଁ ବୋଲି ଆର୍ଡର୍ଣ୍ଣ କହିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ଫେବୃୟାରୀ ୭ ତାରିଖ ତାଙ୍କର ଶେଷ ଦିନ । ଯେ ପର୍ଯ୍ୟନ୍ତ ପାରିଲି ସେ ପର୍ଯ୍ୟନ୍ତ କଲି । ଏବେ ମୋର ଇସ୍ତଫା ଦେବା ସମୟ ଆସିଛି । ଆଉ ଚାରି ବର୍ଷ ଶାସନ ଚଳାଇବାକୁ ମୋର କ୍ଷମତା ନାହିଁ । ଆଗାମୀ ନିର୍ବାଚନରେ ବିଜୟୀ ହେବୁ ଆଶା ବୋଲି ସେ କହିଥିଲେ । ଚଳିତ ବର୍ଷ ଆକ୍ଟୋବର 14ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ।

ABOUT THE AUTHOR

...view details