ହାଇଦ୍ରାବାଦ:ଆମେରିକାରେ ଆଣ୍ଟାଲାଟିକ୍ ଉପକୂଳ ଆକାଶରେ ଦୃଶ୍ୟମାନ ହୋଇଥିବା ଚୀନର ସନ୍ଦେହଜନକ ଗୁପ୍ତଚର ବେଲୁନକୁ ଆମେରିକା ମିସାଇଲ୍ ମାଡ଼ କରି ଖସାଇ ଦେଇଛି । ଏହି ଘଟଣାରେ ଚୀନ ଓ ଆମେରିକା ମଧ୍ୟରେ ତିକକ୍ତା ବଢିବାରେ ଲାଗିଛି । ଓ୍ବାଶିଂଟନର କାର୍ଯ୍ୟାନୁଷ୍ଠାନରେ କ୍ଷୁବ୍ଧ ହୋଇଛି ବେଜିଂ । ଏହାକୁ ନେଇ ବେଜିଂ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଆବଶ୍ୟକ ପ୍ରତିକ୍ରିୟା ଦେବାକୁ ଚେତାବନୀ ମଧ୍ୟ ଦେଇଛି ।
ଉତ୍ତର ଆମେରିକା ଉପକୂଳରେ ଗତ କିଛି ଦିନ ହେବ ଉଡୁଥିବା ଅବସ୍ଥାରେ ଦୃଶ୍ଯମାନ ହୋଇଥିଲା ଏହି ଚୀନ ବେଲୁନ । ଏହା ଏକ ଗୁପ୍ତଚର ବା ସ୍ପାଏ ବେଲୁନ ହୋଇଥିବା ଚର୍ଚ୍ଚା ହୋଇଥିଲା । ଏହାରି ମଧ୍ୟରେ ଗତକାଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଆମେରିକା । ଆମେରିକା ବାୟୁସେନାର ଲଢୁଆ ବିମାନ ଏଏଫ-22 ଯୋଗେ ଏହି ବେଲୁନକୁ ମିସାଇଲ ମାଡ କରି ନଷ୍ଟ କରିଦିଆଯାଇଥିଲା । ତେବେ ଏହା ସମୁଦ୍ରରେ ଖସିପଡିଥିବା ବେଳେ ଆମେରିକା ସେନା ମଧ୍ୟ ଏହାର କିଛି ଅଂଶ ଉଦ୍ଧାର କରିଥିବା ସୂଚନା ମିଳିଛି ।
ଚୀନର ଏପରି କାର୍ଯ୍ୟକଳାପ ଆମେରିକାର ସାର୍ବଭୌମତ୍ବ ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଆମେରିକା ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ ଦର୍ଶାଇଥିଲେ । ତେଣୁ ଏହା ବିରୋଧରେ ଏକ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସେ ସୂଚନା ମଧ୍ୟ ଦେଇଥିଲେ । ଏହା ପରେ ପେଣ୍ଟାଗନ ପକ୍ଷରୁ ଏହି ଅପରେସନକୁ ସଫଳତାର ସହ ଶେଷ କରାଯାଇଛି । ଏକ ଲଢୁଆ ବିମାନରୁ ମିସାଇଲ ମାଡ କରି ଏହି ବେଲନକୁ ନଷ୍ଟ କରି ସମୁଦ୍ରରେ ଖସାଇ ଦେଇଛି ଆମେରିକା ।