ଓଡିଶା

odisha

By

Published : Dec 25, 2022, 3:47 PM IST

ETV Bharat / international

ଚୀନରେ ଦୈନିକ କୋଭିଡ ରିପୋର୍ଟ ପ୍ରକାଶ ବନ୍ଦ, ଜାତୀୟ ସ୍ବାସ୍ଥ୍ୟ ଆୟୋଗ ପକ୍ଷରୁ ସୂଚନା

ଆଜିଠୁ ଦୈନିକ କୋଭିଡ ରିପୋର୍ଟ ପ୍ରକାଶ ବନ୍ଦ କରିଛି ଚୀନ । ଏନେଇ ଚୀନର ଜାତୀୟ ସ୍ବାସ୍ଥ୍ୟ ଆୟୋଗ (National Health Commission China) ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ

china covid cases
ଚୀନରେ କୋରୋନା ସଂକ୍ରମଣ

ବେଜିଂ:କୋରୋନା ସଂକ୍ରମଣ ଯୋଗୁଁ ଚୀନରେ ଭୟଙ୍କର ସ୍ଥିତି ଉପୁଜିଛି । ଓମିକ୍ରନ ସବ୍- ଭାରିଆଣ୍ଟ BF.7ର ଦ୍ରୁତ ସଂକ୍ରମଣ ଚୀନରେ ମୃତ୍ୟୁର ତାଣ୍ଡବ ରଚୁଛି । ଏହାରି ମଧ୍ୟରେ ଆଜିଠାରୁ ଦୈନିକ କୋଭିଡ ସଂକ୍ରମଣ ରିପୋର୍ଟ ପ୍ରକାଶ ବନ୍ଦ କରିବାକୁ ଚୀନ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଚୀନର ଜାତୀୟ ସ୍ବାସ୍ଥ୍ୟ ଆୟୋଗ(National Health Commission) ସୂଚନା ଦେଇଛି ।

ଜାତୀୟ ସ୍ବାସ୍ଥ୍ୟ ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଗତ ତିନି ବର୍ଷ ଧରି ଚୀନରେ ଦୈନିକ କୋଭିଡ ସଂକ୍ରମଣ ରିପୋର୍ଟ ପ୍ରକାଶ କରାଯାଉଥିଲା । ମାତ୍ର ରବିବାରଠାରୁ ଏହି ତଥ୍ୟ ପ୍ରକାଶ ପାଇବ ନାହିଁ । ଏହା ପରିବର୍ତ୍ତେ ଚୀନରେ ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର ଏବଂ କୋଭିଡ ସଂକ୍ରାନ୍ତିୟ ଅଧ୍ୟୟନ ପାଇଁ ତଥ୍ୟ ପ୍ରକାଶ ପାଇବ ବୋଲି କୁହଯାଇଛି । ଚୀନରେ ଦୁଇ ଗୁଣା ହାରରେ ସଂକ୍ରମଣ ବୃଦ୍ଧି ପାଇଛି । 20 ଦିନ ମଧ୍ୟରେ ପ୍ରାୟ 250 ନିୟୁତ ଲୋକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି BF.7 । ରୋଗୀଙ୍କ ଚିକିତ୍ସା ପାଇଁ ବେଡ୍‌ ମିଳୁନଥିବାବେଳେ ମୃତଦେହ ଦାହ ପାଇଁ ସ୍ଥାନ ନାହିଁ । ଚୀନରେ ପୂର୍ବରୁ ଜାରି ରହିଥିବା କୋରୋନା କଟକଣା ହଟାଯିବାପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ:ଜନ୍ମବାର୍ଷିକୀରେ ଅଜାତଶତ୍ରୁଙ୍କୁ ଝୁରୁଛି ଦେଶ, ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ଚୀନରେ ଗୋଟିଏ ଦିନରେ ପ୍ରାୟ ୩୭ ନିୟୁତ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି । ଏନେଇ ବ୍ଲୁମବର୍ଗ ରିପୋର୍ଟରେ ଦର୍ଶାଯାଇଛି (Bloomberg reported)। ଚୀନରେ ବ୍ୟାପୁଥିବା ଓମିକ୍ରନର BF.7 ପ୍ରକାରକୁ ନେଇ ସମଗ୍ର ବିଶ୍ବରେ ଭୟର ବାତାବରଣ ଖେଳି ଯାଇଛି । ବିଭିନ୍ନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଚୀନ ସମେତ ଆମେରିକା, ଜାପାନ, ବ୍ରାଜିଲ ଓ ବିଶ୍ବର ଅନେକ ଦେଶରେ ହଠାତ୍ ସଂକ୍ରମଣ ବୃଦ୍ଧି ଯୋଗୁଁ ଆଗୁଆ ସତର୍କ ହୋଇଛି ଭାରତ ।

ଏହା ମଧ୍ୟ ପଢ଼ନ୍ତୁ:Mann Ki Baat: ବିକାଶର ଗାଥା ଗାଇଲା ବର୍ଷ 2022, ପ୍ରତି କ୍ଷେତ୍ରରେ ଦମ୍‌ ଦେଖାଇଲା ଭାରତ

ଯଦିଓ ଏବେ ଦେଶରେ ସଂକ୍ରମଣ କମ୍ ରହିଛି ହେଲେ ଅନ୍ୟ ଦେଶରେ ସଂକ୍ରମଣ ବଢୁଥିବାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ କୋରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି(RTPCR mandatory for international passengers from China) । ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡରୁ ଆସୁଥିବା ବିଦେଶ ଯାତ୍ରୀମାନଙ୍କ RT-PCR ଟେଷ୍ଟ ବାଧ୍ୟତାମୂଳକ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details