ଓଡିଶା

odisha

By

Published : May 6, 2022, 10:50 AM IST

ETV Bharat / international

ଏଭରେଷ୍ଟରେ ବିଶ୍ବର ସର୍ବୋଚ୍ଚ ସ୍ବୟଂଚାଳିତ ପାଣିପାଗ କେନ୍ଦ୍ର ପ୍ରତିଷ୍ଠା କଲା ଚୀନ

ଚୀନର ବୈଜ୍ଞାନିକମାନେ ମାଉଣ୍ଟ ଏଭରେଷ୍ଟ ବିଶ୍ବର ସର୍ବୋଚ୍ଚ ସ୍ବୟଂଚାଳିତ ପାଣିପାଗ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ଚୀନ ଏ ନେପାଳ ସୀମାରେ ଏଭରେଷ୍ଟର ୮ ହଜାର ୮୦୦ ମିଟର ଉଚ୍ଚରେ ବୁଧବାର ଏହି କେନ୍ଦ୍ର ପ୍ରତିଷ୍ଠା କରିଛି ଚୀନ । ଅଧିକ ପଢନ୍ତୁ

ଏଭରେଷ୍ଟରେ ବିଶ୍ବର ସର୍ବୋଚ୍ଚ ସ୍ବୟଂଚାଳିତ ପାଣିପାଗ କେନ୍ଦ୍ର ପ୍ରତିଷ୍ଠା କଲା ଚୀନ
ଏଭରେଷ୍ଟରେ ବିଶ୍ବର ସର୍ବୋଚ୍ଚ ସ୍ବୟଂଚାଳିତ ପାଣିପାଗ କେନ୍ଦ୍ର ପ୍ରତିଷ୍ଠା କଲା ଚୀନ

କାଠମାଣ୍ଡୁ: ଚୀନର ବୈଜ୍ଞାନିକମାନେ ମାଉଣ୍ଟ ଏଭରେଷ୍ଟ ବିଶ୍ବର ସର୍ବୋଚ୍ଚ ସ୍ବୟଂଚାଳିତ ପାଣିପାଗ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ଚୀନ ଏ ନେପାଳ ସୀମାରେ ଏଭରେଷ୍ଟର ୮ ହଜାର ୮୦୦ ମିଟର ଉଚ୍ଚରେ ବୁଧବାର ଏହି କେନ୍ଦ୍ର ପ୍ରତିଷ୍ଠା କରିଛି ଚୀନ । ଏହି ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ରକୁ ସଫଳତା ପୂର୍ବକ ପରୀକ୍ଷଣ କରିବା ସହିତ ଏହା ଥଣ୍ଡା ପରିବେଶଯୁକ୍ତ ମାଉଣ୍ଟ ଏଭରେଷ୍ଟ ଉପରେ କାମ କରିପାରିବ ବୋଲି ଚୀନ ଗଣମାଧ୍ୟମ ଦର୍ଶାଇଛି । ଦୁଇ ବର୍ଷ ପର୍ଯ୍ୟନ୍ତ ଖରାପ ପାଣିପାଗ ମଧ୍ୟରେ ସୌର ପ୍ୟାନେଲ ଦ୍ୱାରା ସଞ୍ଚାଳିତ ଏହି କେନ୍ଦ୍ରଟି ଡାଟା ଟ୍ରାନ୍ସମିସନ ପାଇଁ ଉପଗ୍ରହ ସହିତ ସଂଯୋଗ କରାଯିବ । ଏ ନେଇ ଚାଇନାର ଏକ ଅଗ୍ରଣୀ ଟେଲିଭିଜନ ରିପୋର୍ଟରେ ପ୍ରକାଶ ପାଇଛି । ଏହା ସହ ରେଡିଓ ମାଧ୍ୟମରେ ପ୍ରତ୍ୟେକ ୧୨ ମିନିଟରେ ପ୍ରସାରଣ କରାଯିବ ।

ଆମେରିକା ଓ ବ୍ରିଟେନର ବୈଜ୍ଞାନିକମାନଙ୍କ ରେକର୍ଡକୁ ଏହି କେନ୍ଦ୍ର ପଛରେ ପକାଇଛି । ପୂର୍ବରୁ ୨୦୧୯ରେ ଏଭରେଷ୍ଟର ଦକ୍ଷିଣାଞ୍ଚଳରେ ୮ହଜାର ୪୩୦ ମିଟର ଉଚ୍ଚରେ ବ୍ରିଟିଶ ଓ ଆମେରିକାର ବୈଜ୍ଞାନିକମାନେ ସର୍ବୋଚ୍ଚ ପାଣିପାଗ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ଚୀନ ଆର୍ଥ ସମିଟ ମିଶନ ୨୦୨୨ର ୧୩ ଜଣିଆ ବୈଜ୍ଞାନିକ ଦଳ ବୁଧବାର ସକାଳ ୩ଟାରେ ଏଭରେଷ୍ଟରେ ୮ହଜାର ୪୩୦ ମିଟର ଉଚ୍ଚରେ ଥିବା ନିଜ କ୍ୟାମ୍ପରୁ ବାହାରି ଆହୁରି ଉପରକୁ ଯାଇଥିଲେ ଏବଂ ଦିନ ୧୨ଟା ୪୬ ମିନିଟରେ ୮ହଜାର ୮୦୦ ମିଟର ଉଚ୍ଚାରେ ଏହି କେନ୍ଦ୍ର ସ୍ଥାପନ କରିଥିଲେ ବୋଲି ଚୀନ ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ବେଜିଂର ଏବେ ସାତୋଟି ପାଣିପାଗ କେନ୍ଦ୍ର ରହିଛି ଯାହାକି ସମୁଦ୍ର ପତନରୁ ୫ହଜାର ୨୦୦ ମିଟରରୁ ୮ହଜାର ୩୦୦ ମିଟର ମଧ୍ୟରେ ପରିଚାଳିତ ହେଉଛି । ଏହା ପୃଥିବୀ ଶିଖର ସମ୍ମିଳନୀ ଅଭିଯାନ ୨୦୨୨(Earth summit mission 2022) ଅଧୀନରେ କରାଯାଇଥିଲା । ଏଥିରେ ବୈଜ୍ଞାନିକମାନେ ଶୀର୍ଷ ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ପର୍ଯ୍ୟବେକ୍ଷଣ ଓ ନମୁନା ଅଭିଯାନ କରିଛନ୍ତି। ସେଠାରେ ସମୁଦ୍ର ପତନ ଠାରୁ ୫ହଜାର ୮୦୦ ମିଟରରୁ ୮ ହଜାର ୩୦୦ ମିଟର ଉଚ୍ଚତା ମଧ୍ୟରେ ବରଫ ଖଣ୍ଡ ସହ ପଥର ସଂଗ୍ରହ କରିଥିଲେ ।

ଏହି ଦଳ ମାଉଣ୍ଟ ଏଭରେଷ୍ଟର ସମୁଦ୍ରପତନ ଠାରୁ ଅତ୍ୟଧିକ ଉଚ୍ଚତାରେ ଜଳବାୟୁ ପରିବର୍ତ୍ତନ ଓ ସବୁଜ କଠୋରୀ ସାନ୍ଦ୍ରତାରେ ଭିନ୍ନତା ଉପରେ ଗବେଷଣା କରିବାର ଲକ୍ଷ୍ୟ ରଖିଛନ୍ତି ।

For All Latest Updates

TAGGED:

ABOUT THE AUTHOR

...view details