ଓଡିଶା

odisha

ETV Bharat / international

China Taiwan Tension: ଗତ ୨୪ଘଣ୍ଟାରେ ତାଇୱାନ ସୀମାକୁ ୭୧ ଯୁଦ୍ଧ ବିମାନ ପଠାଇଲା ଚୀନ - ତାଇୱାନ ପ୍ରତରିକ୍ଷା ମନ୍ତ୍ରଣାଳୟ

ଚୀନ-ତାଇୱାନ ବିବାଦ ଥମିବାର ନାଁ ନେଉନାହିଁ ( China Taiwan Tension) । ଆମେରିକାରେ ତାଇୱାନ ସମ୍ବନ୍ଧୀୟ ବିଲ୍‌ ପାରିତ ହେବା ପରେ ଗତ ୨୪ ଘଣ୍ଟାରେ ତାଇୱାନ ସୀମାକୁ ୭୧ ଯୁଦ୍ଧ ବିମାନ ପଠାଇଲା ଚୀନ । ଅଧିକ ପଢନ୍ତୁ

China sends 71 warplanes
China sends 71 warplanes

By

Published : Dec 26, 2022, 4:49 PM IST

ତାଇପେ: ଥମିବାର ନାଁ ନେଉନି ଚୀନ-ତାଇୱାନ ବିବାଦ ( China Taiwan Tension) । ଚୀନ ଗତ ୨୪ ଘଣ୍ଟାରେ ନିଜ ଶକ୍ତି ପ୍ରଦର୍ଶନ ଉଦ୍ଦେଶ୍ୟରେ ତାଇୱାନ ସୀମାକୁ ୭୧ଟି ଯୁଦ୍ଧ ବିମାନ ସହିତ ୫ଟି ଜାହାଜ ପଠାଇଛି (China sends 71 warplanes Towards Taiwan) । ଏନେଇ ସୋମବାର ତାଇୱାନ ପ୍ରତରିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଚୀନ ତାଇୱାନକୁ ପାର୍ଶ୍ବକୁ ଯେଉଁ ଯୁଦ୍ଧ ବିମାନ ପଠାଇଛି ସେଥି ମଧ୍ୟରେ ୧୮ ଜେ-୧୬ ଲଢୁଆ ବିମାନ, ୧୧ ଜେ-୧ ବିମାନ, ୬ଟି ଏସୟୁ-୩୦ ବିମାନ ଓ ଡ୍ରୋନ୍‌ ସାମିଲ ରହିଛି ।

ଗତ ଶନିବାର ଆମେରିକା ସଂସଦରେ ତାଇୱାନ ସମ୍ବନ୍ଧୀୟ ଆମେରିକା ବାର୍ଷିକ ପ୍ରତିରକ୍ଷା ବ୍ୟୟ ବିଲ୍‌ (US annual defense spending bill) ପାରିତ ହେବା ପରେ ଚୀନ ବିଚଳିତ ହୋଇପଡ଼ିଛି । ଏହି ବିଲ୍‌ ପାରିତ ହେବା ପରେ ପ୍ରତିକ୍ରିୟା ରଖି ଚୀନ ବୈଦେଶିକ ମନ୍ତ୍ରୀ କହିଥିଲେ ଯେ ଚୀନର ଆଭ୍ୟନ୍ତରୀଣ ବ୍ୟାପାରରେ ଏହା ଖୋଲା ହସ୍ତକ୍ଷେପ। ସେପଟେ ଏହି ବିଲ୍‌କୁ ସ୍ବାଗତ କରିଥିଲା ତାଇୱାନ । ଚୀନ ତାଇୱାନ ଉପରେ ଦାବି କରିଆସୁଛି । ଏହା ଚୀନର ଏକ ଅଂଶ ବୋଲି କହିଆସୁଛି ଚୀନ । ଏହାକୁ ନିଜ ଅଧୀନରେ ନେବା ଲାଗି ଚୀନ ନିରନ୍ତର ପ୍ରୟାସ କରିଆସୁଛି ।

ଏହା ବି ପଢନ୍ତୁ- Ukraine Russia War: ଥମିବ ଯୁଦ୍ଧ ! ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତୁତ ଋଷ

ସ୍ବୟଂଶାସିତ ଦ୍ବୀପ ପ୍ରତି ଆମେରିକା ସମର୍ଥନ ବୋଲି କହିଥିଲା ତାଇୱାନ । ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ରବିବାର ସକାଳ ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ତାଇୱାନ ଜଲଡମରୁ ମଧ୍ୟ ଅଞ୍ଚଳ ଦେଇ ୪୭ଟି ବିମାନ ଅତିକ୍ରମ କରିଥିଲା । ତାଇୱାନ ସୀମାକୁ ଯେଉଁ ଯୁଦ୍ଧ ବିମାନ ଚୀନ ପଠାଇଛି ସେଥିମଧ୍ୟରେ ୧୮ ଜେ-୧୬ ଲଢୁଆ ବିମାନ, ୧୧ ଜେ-୧ ବିମାନ, ୬ଟି ଏସୟୁ-୩୦ ବିମାନ ଓ ଡ୍ରୋନ୍‌ ସାମିଲ ରହିଛି । ଏନେଇ ଚୀନର ପିପୁଲ୍ସ ଲିବରେସନ ଆର୍ମି(PLA)ର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ର ଶି ୟି କହିଛନ୍ତି, "ଚୀନ ସୈନ୍ୟ ତାଇୱାନ ସୀମାରେ ଯୁଦ୍ଧାଭ୍ୟାସ କୁରଛନ୍ତି । ଆମେରିକା ତାଇୱାନକୁ ଉସୁକାଇବା ପରେ ଏହା ଚୀନର ଜବାବ ।"

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ୮୫୮ ବିଲିୟନ ଡଲାରର ପ୍ରତିରକ୍ଷା ବିଲ୍‌ରେ ଦସ୍ତଖତ କରି ଏହାକୁ ଆଇନର ରୂପ ଦେଇଛନ୍ତି । ସୂଚନା ଥାଉ କି ଅକ୍ଟୋବରରେ ଚୀନର କମ୍ୟୁନିଷ୍ଟ ପାର୍ଟି(ସିପିସି)ର ୨୦ତମ ରାଷ୍ଟ୍ରୀୟ କଂଗ୍ରେସରେ ରାଷ୍ଟ୍ରପତି ଶି ଜିନପିଙ୍ଗ ତାଇୱାନ ଉପରେ କବଜା କରିବା ପ୍ରସଙ୍ଗକୁ ପୁଣି ଦୋହରାଇଥିଲେ । ତେବେ ସେ ତାଇୱାନ ମାମଲାରୁ ସମାଧାନ କରିବେ ବୋଲି କହିଥିଲେ । ଜିନପିଙ୍ଗ କହିଆସୁଛନ୍ତି ଯେ, ଯଦି ଆବଶ୍ୟକ ପଡ଼େ ତେବେ ସେନା ବଳରେ ତାଇୱାନକୁ ଚୀନ କବଜା କରିବ ।

ABOUT THE AUTHOR

...view details