ଓଡିଶା

odisha

By

Published : Jan 15, 2023, 11:08 AM IST

ETV Bharat / international

Covid Death In China: ଅଣାୟତ କୋରୋନା ସ୍ଥିତି, ୩୫ ଦିନରେ ୬୦ ହଜାର ମୃତ

କୋରୋନାରେ କଲବଲ ହେଉଛି ଚୀନ । ସଂକ୍ରମଣ ସାଙ୍ଗକୁ ମୃତ୍ୟୁ ସଂଖ୍ୟା ଅଧିକ ହେବା ଯୋଗୁଁ ଅଣାୟତ୍ତ ହେଉଛି ସ୍ଥିତି । ତେବେ ୩୫ ଦିନରେ ୬୦ ହଜାର ମୃତ୍ୟୁବରଣ କରିଥିବା ନେଇ ଚୀନର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ

Covid Death In China
Covid Death In China

ବେଜିଂ:କୋରୋନାରେ ଅଣାୟତ୍ତ ଚୀନ । କୋରୋନା ଯୋଗୁଁ ଚୀନରେ ବସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗତକାଲି ଚୀନରେ ସମୁଦାୟ ଜନସଂଖ୍ୟାର ୯୦ କୋଟି ଲୋକ କୋରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଏକ ଚକିତ କରିଲା ଭଳି ଖବର ସାମ୍ନାକୁ ଆସିଛି । କୋରାନା ଯୋଗୁଁ ୩୫ ଦିନ ମଧ୍ୟରେ ୬୦ ହଜାର ଲୋକ ପ୍ରାଣ ହରାଇଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି ।

ଚୀନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, "ଡିସେମ୍ବର ୮ରୁ ଜାନୁଆରୀ ୧୨ ତାରିଖ ମଧ୍ୟରେ ୬୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ୬୫ ବର୍ଷରୁ ଉର୍ଦ୍ଧ୍ବଙ୍କ ସଂଖ୍ୟା ଅଧିକ ରହିଛି । " କିନ୍ତୁ ଚୀନ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି,"କୋରୋନାରେ ସଂକ୍ରମିତ ହୋଇ ୫ହଜାର ୫୦୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କୋଭିଡ ସହ ଅନ୍ୟାନ୍ୟ ରୋଗ ପାଇଁ ୫୪ ହଜାର ୪୩୫ ଜଣଙ୍କ ମୃତ୍ୟୁ ହୋଇଛି । " ତେଣୁ ଏହି ଅନ୍ୟାନ୍ୟ ରୋଗକୁ ସରକାର କୋଭିଡ ମୃତ୍ୟୁରେ ସାମିଲ କରିନାହାନ୍ତି । ଚୀନ ମୃତ୍ୟୁ ସଂଖ୍ୟା କମ କରି ତଥ୍ୟ ଲୁଚାଉଥିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Covid In China: ଚୀନରେ ସାଂଘାତିକ କୋରୋନା ସ୍ଥିତି, ୯୦ କୋଟି ସଂକ୍ରମିତ

ପ୍ରକାଶଯୋଗ୍ୟ ଯେ, ଚୀନ ସରକାର ଗତ ଡିସେମ୍ବର ମସିହାରୁ କୋଭିଡ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାର ତଥ୍ୟ ଉପରେ ରୋକ ଲଗାଇଥିଲେ । ତେବେ ଚଳିତମାସ ଶେଷ ବେଳକୁ ସଂକ୍ରମଣ ଏବଂ ମୃତ୍ୟୁ ହାର ଅଧିକ ହେବ ବୋଲି କୁହାଯାଉଛି । ଚୀନରେ ଜିରୋ କୋଭିଡ ପଲିସି ହଟିଯିବା ପରେ ସଂକ୍ରମଣ ଭୟଙ୍କର ବେଗରେ ମାଡୁଛି । ଯାହାଫଳରେ ହସ୍ପିଟାଲରେ ରୋଗୀଙ୍କ ପାଇଁ ବେଡର ଅଭାବ ରହୁଥିବା ବେଳେ ଶ୍ମଶାନରେ ମଧ୍ୟ ଜାଗାର ଅଭାବ ରହୁଛି । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଜାନୁଆରୀ ୧୧ ତାରିଖ ସୁଦ୍ଧା ଦେଶରେ ୬୪ ପ୍ରତିଶତ ଲୋକ ଅର୍ଥାତ ୯୦ କୋଟି ଲୋକ କୋଭିଡ ସଂକ୍ରମିତ ହୋଇଥିବା ନେଇ ଚୀନର ପେକିଂ ବିଶ୍ବବିଦ୍ୟାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିଲା । ଏହାସହ ଗ୍ରାନସୁ ପ୍ରଦେଶରେ ୯୧ ପ୍ରତିଶତ, ୟୁନାନରେ ୮୪ ପ୍ରତିଶତ , ହେନାନ ପ୍ରଦେଶରେ ୮୯ ପ୍ରତିଶତ ଏବଂ କିଘାଂଇ ପ୍ରାନ୍ତର ୮୦ ପ୍ରତିଶତରୁ ଅଧିକ ଲୋକ ସଂକ୍ରମିତ ହୋଇଥିଲେ । ଅନ୍ୟପଟେ ଚୀନରେ ଆଗାମୀ ୨ରୁ ୩ ମାସ ଯାଏଁ ସଂକ୍ରମଣ ଲହର ଲାଗି ରହିବ ବୋଲି ଚୀନର ସ୍ବାସ୍ଥ୍ୟ ବିଶେଷଜ୍ଞ ଜେଙ୍ଗ ଗୁଆଙ୍ଗ ଦାବି କରିଛନ୍ତି ।

ABOUT THE AUTHOR

...view details