ଓଡିଶା

odisha

ETV Bharat / international

ଗୁଜବରେ ପଡିଲା ପୂର୍ଣ୍ଣଚ୍ଛେଦ: SCOରୁ ଫେରିବା ପରେ ପ୍ରଥମ ଥର ସାମ୍ନାକୁ ଆସିଲେ ଜିନପିଙ୍ଗ - ସି ଜିଙ୍ଗପିଙ୍ଗ ଗୃହବନ୍ଦୀ ଗୁଜବ

ଗୃହବନ୍ଦୀ ଚର୍ଚ୍ଚା ମଧ୍ୟରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ(China president Xi Jinping makes public Appearance) । ତାଙ୍କୁ ଗୃହବନ୍ଦୀ କରାଯାଇଥିବା ନେଇ ମିଡିଆ ରିପୋର୍ଟ ପ୍ରକାଶ ପାଇଥିଲା ।

China president Xi Jinping makes public Appearance amid home arrest rumours
ସମସ୍ତ ଗୁଜବର ଅନ୍ତ, ସାମ୍ନାକୁ ଆସିଲେ ସି ଜିଙ୍ଗପିଙ୍ଗ

By

Published : Sep 27, 2022, 7:35 PM IST

ବେଜିଂ: ଗୃହବନ୍ଦୀ ହୋଇଥିବା ଚର୍ଚ୍ଚା ଭିତରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ତାଙ୍କୁ ଗୃହବନ୍ଦୀ କରାଯାଇ ଅନ୍ୟ ଜଣଙ୍କୁ ରାଷ୍ଟ୍ରପତି କରାଯିବା ନେଇ ମିଡିଆ ରିପୋର୍ଟ ପ୍ରକାଶ ପାଇଥିଲା । ଏଭଳି ଆଲୋଚନା ମଧ୍ୟରେ SCOରୁ ଫେରିବା ପରେ ପ୍ରଥମ ଥର ସାମ୍ନାକୁ ଆସିଲେ ଜିନପିଙ୍ଗ । ଫଳରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି ।

ରାଜଧାନୀ ବେଜିଂରେ ଆୟୋଜିତ ଏକ ପ୍ରଦର୍ଶନୀରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ । ସେପ୍ଟେମ୍ବର ମଧ୍ୟଭାଗରୁ ସେ ସାମ୍ନାକୁ ଆସିନଥିଲେ । ଏହାପୂର୍ବରୁ ସେ ମଧ୍ୟ ଏସିଆ ଗସ୍ତ କରିଥିଲେ । ଏହି କ୍ରମରେ SCO ସମ୍ମିଳନୀ ୨୦୨୨ରେ ତାଙ୍କୁ ଦେଖିବାକୁ ମିଳିଥିଲା ।

ଗତ ଶୁକ୍ରବାର ସି ଜିନପିଙ୍ଗଙ୍କୁ ଚ୍ୟାଲେଞ୍ଜ କରିବା ଅଭିଯୋଗରେ ଜଣେ ସୁରକ୍ଷା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଛି । ଆଗାମୀ ମାସରେ କମ୍ୟୁନିଷ୍ଟ ଦଳର ନିର୍ବାଚନ ହେବ । ତୃତୀୟ ଥର ପାଇଁ ସି ଜିନପିଙ୍ଗ ଚୀନ ରାଷ୍ଟ୍ରପତି ମଙ୍ଗ ଧରିବେ ବୋଲି ଆଲୋଚନା ହେଉଛି ।

ସୁନ୍‌ ଲିଜୁନ୍‌ ପ୍ରତିରକ୍ଷା ବିଭାଗରେ ଉପମନ୍ତ୍ରୀ ଦାୟିତ୍ବରେ ରହିଥିଲେ । ଗତ ଦୁଇ ଦଶନ୍ଧି ଧରି ସୁନ୍‌ ଲିଜୁନ୍‌ ୧୦୦ ମିଲିୟନରୁ ଅଧିକ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା । ଖାଲି ସେତିକି ନୁହେଁ ସେ ରାଜନୈତିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ ଦୁଇ ବର୍ଷ ଜେଲ୍‌ ଓ ଏହାପରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି । ତାଙ୍କ ସହ ଜଡ଼ିତ ଥିବା ଅନ୍ୟ କେତେକ ନେତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏମାନେ ସି ଜିନପିଙ୍ଗଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି । ଏହିକ୍ରମରେ ପୂର୍ବତନ ବିଚାରପତି ତଥା ମନ୍ତ୍ରୀ ଫୁ ଝେଙ୍ଗୁଆଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

୨୦୨୦ରେ ଚୀନ୍‌ର ଉହାନ ସହର କୋରୋନ ସଂକ୍ରମଣ ବେଳେ ସ୍ଥିତି ପରଖିବାକୁ ସୁନ୍‌ ଲିଜୁନ୍‌ଙ୍କୁ ପଠାଇଥିଲେ ସି ଜିନପିଙ୍ଗ । ଏହାପରେ ମହାମାରୀ ସମୟରେ ସେ କ୍ଷମତାର ଅପ ବ୍ୟବହାର କରି ବିନା ଅନୁମତିରେ କିଛି ଗୋପନୀୟ ତଥ୍ୟ ପ୍ରଦାନ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ABOUT THE AUTHOR

...view details