ବେଜିଂ:ଚୀନରେ ଏକ ପର୍ବତରେ ଭୂସ୍ଖଳନ ହେବା ଫଳରେ 14 ଜଣଙ୍କ ମୃତ୍ୟୁ ହୋଇଥବା ସୂଚନା ସାମ୍ନାକୁ ଆସିଛି । ଅଘଟଣରେ ଅନ୍ୟ 5 ଜଣ ମଧ୍ୟ ନିଖୋଜ ରହିଛନ୍ତି । ଉଦ୍ଧାର ଅପରେସନ ଜାରି ରହିଛି । ଚୀନର ଦକ୍ଷିଣ-ପଶ୍ଚିମ ରାଜ୍ୟ ସିଚୁଆନରେ ଏହି ଅଘଟଣ ଘଟିଥିବା ସ୍ଥାନୀୟ ସରକାରୀ ଗଣମାଧ୍ୟମ ‘ଗ୍ଲୋବାଲ ଟାଇମ୍ସ’ ପ୍ରକାଶ କରିଛି ।
ସୂଚନା ଅନୁସାରେ, ଚୀନ ସରକାରଙ୍କ ଅଧୀନରେ ଥିବା ଫରେଷ୍ଟ ଫାର୍ମରେ ଏହି ଅଘଟଣ ଘଟିଛି । ସ୍ଥାନୀୟ ସକାଳ ପ୍ରାୟ 6 ଟାରେ ଏହି ଅଘଟଣ ଘଟିଛି । ଫରେଷ୍ଟ ଫାର୍ମର ଏକାଧିକ କର୍ମଚାରୀ ଓ ଅନ୍ୟ କିଛି ସାଧାରଣ ଜନତା ଥିବା ମଧ୍ୟ କୁହାଯାଉଛି । ସୂଚନା ପାଇଁ ଏକାଧିକ ରେସକ୍ୟୁ ୟୁନିଟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏବେ ସୁଦ୍ଧା ମୋଟ 14 ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହେବା ସହ ସେମାନଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି । ଅନ୍ୟ 5 ନିଖୋଜଙ୍କୁ ଠାବ କରିବା ପାଇଁ ଅପରେସନ ଜାରି ରହିଛି । 180 ଉଦ୍ଧାରକାରୀ ଟିମ ମେମ୍ବର ଏହି ସର୍ଚ୍ଚ ଅପରେସନରେ ନିୟୋଜିତ ହୋଇଛନ୍ତି । ମାଟି ତଳେ ମୃତଦେହ ଓ ଅନ୍ୟ ସାମଗ୍ରୀ ଠାବ କରିବା ପାଇଁ ଏକାଧିକ ମେସିନର ବ୍ୟବହାର ମଧ୍ୟ କରାଯାଉଛି ।