ଓଡିଶା

odisha

By

Published : Aug 5, 2022, 7:51 PM IST

ETV Bharat / international

ଆମେରିକା ସହ ଚୀନର ଦ୍ବିପାକ୍ଷିକ ସମ୍ପର୍କ ଛିନ୍ନ !

ଆମେରିକା ସହ ସମସ୍ତ ପ୍ରକାର ଦ୍ବିପାକ୍ଷିକ ସମ୍ପର୍କ ଛିନ୍ନ କରିଛି ଚୀନ । ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟ କରିବାକୁ ଦୁଇ ଦେଶ ମଧ୍ୟରେ ଯେଉଁ ବୁଝାମଣା ହୋଇଥିଲା ତାହା ରଦ୍ଦ କରିଛି ଡ୍ରାଗନ ଦେଶ । ଅଧିକ ପଢ଼ନ୍ତୁ

ଆମେରିକା ସହ ଚୀନର ଦ୍ବିପାକ୍ଷିକ ସମ୍ପର୍କ ଛିନ୍ନ !
ଆମେରିକା ସହ ଚୀନର ଦ୍ବିପାକ୍ଷିକ ସମ୍ପର୍କ ଛିନ୍ନ !

ବେଜିଂ:ଆମେରିକା ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଆମେରିକା ଓ ଚୀନ୍‌ ମୁହାଁମୁହିଁ ହୋଇଛନ୍ତି । ନାନ୍ସି ପେଲୋସିଙ୍କ ଗସ୍ତ ଶେଷ ହେବାପରେ ମଧ୍ୟ କ୍ରୋଧର ନିଆଁରେ ଜଳୁଛି ଚୀନ । ଏନେଇ ଆମେରିକା ସହ ସମସ୍ତ ପ୍ରକାର ଦ୍ବିପାକ୍ଷିକ ସମ୍ପର୍କ ଛିନ୍ନ କରିଛି ଚୀନ ।

ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟ କରିବାକୁ ଦୁଇ ଦେଶ ମଧ୍ୟରେ ଯେଉଁ ବୁଝାମଣା ହୋଇଥିଲା ତାହା ରଦ୍ଦ କରିଛି ଡ୍ରାଗନ ଦେଶ । ଖାଲି ସେତିକି ନୁହେଁ ଆଗାମୀ ଦିନରେ ଚୀନର ପ୍ରତିରକ୍ଷା ମନ୍ତ୍ରାଳୟ ସମସ୍ତ ସେନା ମୁଖ୍ୟଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ଆଲୋଚନା ହେଉଛି । ତେବେ ଏହାକୁ ନେଇ ଚୀନ ପକ୍ଷରୁ ଆନୁଷ୍ଠାନିକ ଭାବରେ କୌଣସି ସୂଚନା ଦିଆଯାଇନାହିଁ ।

ଆମେରିକା ବାଚସ୍ପତି ନାନ୍ସି ପେଲୋସି ଚଳିତ ସପ୍ତାହରେ ତାଇୱାନ ଗସ୍ତ କରିଥିଲେ । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲା ଚୀନ । ସେପଟେ ତାଇୱାନ୍‌ ସହ ସମସ୍ତ ପରିସ୍ଥିତିରେ ଆମେରିକା ଛିଡ଼ା ହେବ ବୋଲି କହିଥିଲେ ନାନ୍ସି ପେଲୋସି । ଏହି କ୍ରମରେ ନାନ୍ସି ପେଲୋସିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି ଚୀନ । ନାନ୍ସି ପେଲୋସି ଓ ତାଙ୍କ ପରିବାରର କୌଣସି ସଦସ୍ୟ ଚୀନ ଆସି ପାରିବେ ନାହିଁ । ଏହି କଟକଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡିଛି ।

ABOUT THE AUTHOR

...view details