ଓଡିଶା

odisha

ETV Bharat / international

ଚୀନ ପ୍ରତିରକ୍ଷା ମନ୍ତ୍ରୀ ନିଖୋଜ ! ଅଗଷ୍ଟ 29ରେ ଶେଷ ଥର ପାଇଁ ଦେଖା ଦେଇଥିଲେ - ଚୀନ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗପୁ ନିଖୋଜ

ଚୀନ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗପୁ ନିଖୋଜ ଥିବା ଖବର ମିଳିଛି । ଦୁଇ ସପ୍ତାହ ହେବ ତାଙ୍କର କୌଣସି ପତ୍ତା ମିଳୁ ନାହିଁ । ଅଧିକ ପଢନ୍ତୁ

china defense minister goes missing
ଚୀନ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗପୁ ନିଖୋଜ

By ETV Bharat Odisha Team

Published : Sep 12, 2023, 8:27 AM IST

Updated : Sep 12, 2023, 9:17 AM IST

ବେଜିଂ: ଚୀନରେ ଜଣଙ୍କ ପରେ ଜଣେ ମନ୍ତ୍ରୀ ନିଖୋଜ ହେଉଥିବା ଖବର ସାମ୍ନାକୁ ଆସୁଛି । ପ୍ରଥମେ ବୈଦେଶିକ ମନ୍ତ୍ରୀ ଆଉ ଏବେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପତ୍ତା ମିଳୁନାହିଁ । ଚୀନ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗପୁ ନିଖୋଜ ଥିବା ଖବର ମିଳିଛି । ଶେଷ ଥର ପାଇଁ ଅଗଷ୍ଟ 29 ତାରିଖରେ ଲି ସାଙ୍ଗପୁଙ୍କୁ ସାର୍ବଜନିକ ଭାବେ ଦେଖିବାକୁ ମିଲିଥିବା । ଦୁଇ ସପ୍ତାହ ହେବେ ତାଙ୍କର କୌଣସି ଖୋଜ ଖବର ନାହିଁ । ମନ୍ତ୍ରୀଙ୍କ ନିଖୋଜ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହା ପଛରେ ଚୀନ ଜିନପଙ୍ଗଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

ଚୀନ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗପୁ ନିଖୋଜ ଖବରକୁ ଜାପାନରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ରହମ ଇମାନୁଏଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମନ୍ତବ୍ୟ ଜାରି କରିଛନ୍ତି । ଲି ସାଙ୍ଗପୁଙ୍କୁ ଗାଏବ କରି ଦିଆଯାଇଥିବା କୁହାଯାଉଛି । ଚୀନରେ ଏହା ଦ୍ବିତୀୟ ନିଖୋଜ ଘଟଣା । ଏହା ପୂର୍ବରୁ ଚୀନର ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ ମଧ୍ୟ ଅଚାନକ ଜନସାଧାରଣଙ୍କ ଦୃଷ୍ଟିରୁ କେଉଁଆଡେ ଗାଏବ ହୋଇ ଯାଇଥିଲେ । ଏହାପରେ ରକେଟ ଫୋର୍ସ କମାଣ୍ଡରମାନେ ନିଖୋଜ ହୋଇଥିଲେ । ଆଉ ଏବେ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗପୁଙ୍ଗର ପତ୍ତା ମିଳୁନାହିଁ । ରିପୋର୍ଟ ଅନୁସାରେ ସାଙ୍ଗପୁଙ୍କୁ ଶେଷ ଥର ପାଇଁ ଅଗଷ୍ଟ 29 ତାରିଖରେ ଦେଖିବାକୁ ମିଳିଥିଲା । ଦୁଇ ସପ୍ତାହରୁ ଅଧିକ ଦିନ ହେଲାଣି ତାଙ୍କର କୌଣସି ଖୋଜ ଖବର ନାହିଁ ।

ଚୀନ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗପୁଙ୍କ ବିରୋଧରେ 2017ରେ ହୋଇଥିବା ଏକ ଦୁର୍ନୀତି ମାମଲର ତଦନ୍ତ ଚାଲିଛି । ସେ ଶେଷ ଥର ପାଇଁ ଚୀନ-ଆଫ୍ରିକା ଶାନ୍ତି ଓ ସୁରକ୍ଷା ଫୋରମକୁ ସମ୍ବୋଧନ କରିଥିଲେ । ତାଙ୍କୁ ଶେଷ ଥର ପାଇଁ ସେଠି ସାର୍ବଜନିକ ଭାବେ ଦେଖିବାକୁ ମିଲିଥିଲା । ଯେବେଠୁ ସାଙ୍ଗପୁ ଗାୟବ ଅଛନ୍ତି ସେବେଠୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଦେଶର ସେନାଙ୍କୁ ଏକତା ଓ ସ୍ଥିରତା ବଜାୟ ରଖିବାକୁ କହିଥିଲେ । ଚଳିତବର୍ଷ ମାର୍ଚ୍ଚରେ ଲି ସାଙ୍ଗପୁଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା । ଚୀନ ରାଷ୍ଟ୍ରପତି ଜିନପିଙ୍ଗ ତାଙ୍କୁ ପଦଚ୍ୟୁତ କରି ଥାଇପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ...India-China border: ଅତିରିକ୍ତ 3 ITBP ବାଟାଲିୟନ ମୁତୟନକୁ ଗୃହ ମନ୍ତ୍ରଣାଳୟର ଅନୁମୋଦନ

ଏହା ବି ପଢନ୍ତୁ...G20 Summit: ଆସିବେନି ଜିନପିଙ୍ଗ, ଚୀନକୁ ପ୍ରତିନିଧିତ୍ବ କରିବେ ପ୍ରିମିୟର ଲି

ତେବେ କେଉଁ ଆଡେ ଗଲେ ଚୀନ ପ୍ରତିରକ୍ଷା ମନ୍ତ୍ରୀ । ଚୀନରେ ଜଣଙ୍କ ପରେ ଜଣେ ମନ୍ତ୍ରୀ ନିଖୋଜ ହେବା ପଛର କାରଣ କଣ । ଏହା ପଛରେ ଚୀନ ରାଷ୍ଟ୍ରପତି ଜିନିପଙ୍ଗଙ୍କ ହାତ ଥିବା କୁହାଯାଉଛି । ଚୀନରେ ଏହିପରି ପ୍ରଭାବଶାଳୀ ବ୍ୟକ୍ତି ଓ ମନ୍ତ୍ରୀ ଗାଏବ ହେବା ନୂଆ ନୁହେଁ । ପୂର୍ବରୁ ଅନେକ ବ୍ୟବସାୟୀ, ଅଭିନେତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଥିଲା ।

Last Updated : Sep 12, 2023, 9:17 AM IST

ABOUT THE AUTHOR

...view details