ଓଡିଶା

odisha

ETV Bharat / international

ପୁଣି ଡ୍ରାଗନର ନୂଆଚାଲ: କୋରୋନା ଭଳି ଭୂତାଣୁ ତିଆରି କରୁଛି ଚୀନ - କୋରେନା ଭଳି ଭୂତାଣୁ ବନାଉଛି ଚୀନ

କୋରୋନା ମହାମାରୀ ସାରା ବିଶ୍ବକୁ କବଳିତ କରୁଥିବା ବେଳେ ଚୀନ ମଧ୍ୟ ଏହାର ପ୍ରଭାବରୁ ବାଦ ପଡିନାହିଁ ।ଏହି ସବୁ ସମସ୍ୟା ସତ୍ତ୍ବେ ମଧ୍ୟ ଚକ୍ରାନ୍ତରୁ ନିବୃତ୍ତ ରହୁନାହିଁ ଚୀନ । ଆହୁରି ଶକ୍ତିଶାଳୀ ଭାଇରସ ତିଆରି କରିବା ପାଇଁ ଲାଗି ପଡିଛି । ଅଧିକ ପଢନ୍ତୁ

ପୁଣି ଚୀନର ନୂଆଚାଲ: କୋରେନା ଭଳି ଭୂତାଣୁ ବନାଉଛି ଚୀନ
ପୁଣି ଚୀନର ନୂଆଚାଲ: କୋରେନା ଭଳି ଭୂତାଣୁ ବନାଉଛି ଚୀନ

By

Published : Apr 16, 2022, 2:12 PM IST

ବେଜିଂ:କୋରୋନା ମହାମାରୀ ସାରା ବିଶ୍ବକୁ କବଳିତ କରୁଥିବା ବେଳେ ଚୀନ ମଧ୍ୟ ଏହାର ପ୍ରଭାବରୁ ବାଦ ପଡିନାହିଁ । ଚୀନର କେତେକ ସହରରେ ପରିସ୍ଥିତି ଜଟିଳ ରହିଥିବା କାରଣରୁ ଖାଦ୍ୟ ପାନୀୟ ଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଚୀନ ସରକାର ଜନସାଧାରଣଙ୍କୁ ପଶୁଭଳି ବ୍ୟବହାର କରୁଥିବା ଖବର ସାମ୍ନାକୁ ଆସିଛି । ଏହି ସବୁ ସମସ୍ୟା ସତ୍ତ୍ବେ ମଧ୍ୟ ଚକ୍ରାନ୍ତରୁ ନିବୃତ୍ତ ରହୁନାହିଁ ଚୀନ । ଆହୁରି ଶକ୍ତିଶାଳୀ ଭାଇରସ ତିଆରି କରିବା ପାଇଁ ଲାଗି ପଡିଛି ।

ଚୀନ ସରକାରଙ୍କ ନିର୍ଦ୍ଦେଶକ୍ରମେ ପାକିସ୍ତାନରେ ନୂଆ ଘାତକ ଭାଇରସର ତିଆରି କରାଯାଉଛି । ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ ବାୟରୋଲୋଜୀ) ଏବଂ ପାକିସ୍ତାନ ସେନା ଅଧୀନରେ ଥିବା ଡିଫେନ୍ସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜୀ ଅର୍ଗାନାଇଜେସନ୍‌(Desto) ମିଳିତ ଭାବେ ଏହି ଭାଇରସ ପ୍ରସ୍ତୁତ କରୁଛନ୍ତି । ଏନେଇ ଅଷ୍ଟ୍ରେଲିଆ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୂଆ ଭୂତାଣୁ ବନାଉଥିବା ପାକିସ୍ତାନ ଲ୍ୟାବକୁ ଚତୁର୍ଥ ପର୍ଯ୍ୟାୟ ଜୈବିକ ସୁରକ୍ଷା ସ୍ତରରେ ରହିଛି । ଏହାର ଅର୍ଥ ଏଠାରେ ଘାତକ ପ୍ରଜାତିର ଭୂତାଣୁକୁ ବିକଶିତ କରାଯାଇପାରେ ।

ଏହା ମଧ୍ୟ ପଢନ୍ତୁ: ଚୀନରେ କରୋନାର ଭୟଙ୍କର ସ୍ଥିତି, ପରିବାର ଠାରୁ ପିଲାଙ୍କୁ ଅଲଗା କଲା ସାଂଘାଇ

ସୂଚନାଅନୁସାରେ, ଚୀନରେ ସଂକ୍ରମଣ ମାମଲା ଦିନକୁ ଦିନ ସାଘାଂତିକ ହେବାରେ ଲାଗିଛି । ଏଥିଯୋଗୁଁ ୪୫ଟି ସହରରେ ଲକଡାଉନ କରାଯାଇଛି ଏବଂ ଚୀନର ସାଂଘାଇରେ ପରିସ୍ଥିତି ସାଂଘାତିକ ହେବାରୁ ୨.୬ କୋଟି ଲୋକ ଘରେ ବନ୍ଦୀ ହୋଇ ରହିଛନ୍ତି । ସଂକ୍ରମଣରେ ରୋକ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉଛି । ରିପୋର୍ଟ ଅନୁସାରେ, କୋରୋନା ଯୋଗୁଁ ପିଲାମାନଙ୍କୁ ନିଜ ପରିବାର ଠାରୁ ଅଲଗା କରି କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି ।

ABOUT THE AUTHOR

...view details